ନୂଆଦିଲ୍ଲୀ, ୯/୭ : ଅଶାନ୍ତ ପିଓକେରେ ବଢୁଛି ବିଦ୍ରୋହର ହିଂସା। ସାଧାରଣ ଲୋକଙ୍କୁ ଆତଙ୍କବାଦୀ କହି ହତ୍ୟା କରୁଛନ୍ତି ପାକିସ୍ତାନୀ ସେନା। ରାଜନୈତିକ ଅଧିକାର, ସ୍ଥାନୀୟ ପରିଚୟ ଏବଂ ସାମ୍ବିଧାନିକ ଅଧିକାର ମାଗିଲେ ମିଳୁଛି ମୃତ୍ୟୁଦଣ୍ଡ। ରାୱଲକୋଟରୁ ମୁଜାଫରବାଦ, ମୀରପୁର, କୋଟଲି, ବାଗ, ହଟ୍ଟିୟାନ ବାଲା, ସୁଧନୋଟି, ଢେରକୋଟ ଏବଂ ଡଡ୍ୟାଲ ଯାଏଁ ଆନ୍ଦୋଳନାକାରୀଙ୍କ ଉପରେ ନାହିଁ ନଥିବା ଅତ୍ୟାଚାର କରୁଛି ଆତଙ୍କୀସ୍ତାନ। ଏଥିରୁ ବର୍ତ୍ତି ନାହାଁନ୍ତି ମହିଳା କିମ୍ଵା ଯୁବତୀ। ପିଓକେରୁ ନିଖୋଜ ହୋଇଗଲେଣି ପ୍ରାୟ ଦୁଇ ଶହ ଯୁବତୀ। ଖାଲି ସେତିକି ନୁହେଁ ଆନ୍ଦୋଳନର ନେତୃତ୍ଵ ନେଉଥିବା ଶୌକତ ନୱାଜ ମୀର, ମେହରାନ ଅରଶଦ ଖ୍ଵାଜା, ଅମନ ଖାନ ଏବଂ ଅମଜଦ ଅଲିଙ୍କୁ ଆତଙ୍କବାଦୀ ଘୋଷଣା କରିଛି ପାକ୍।
ରାୱଲାକୋଟ ଆନ୍ଦୋଳନର କେନ୍ଦ୍ରସ୍ଥଳୀ ପାଲଟିଛି। ଏଠାରେ ଏକ ମାସ ଧରି ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଚାଲିଥିବା ସଙ୍ଘର୍ଷରେ ପ୍ରାୟ ୨୫ ଯୁବକଙ୍କ ମୃତ୍ୟୁ ହେଲାଣି। ଆନ୍ଦୋଳନର ନେତୃତ୍ଵ ନେଉଥିବା ଦଳ ଜେଏଏସି ଅନୁସାରେ, ପିଓକେକୁ ଅଣଦେଖା କରି ଇସଲାମାବାଦ ସବୁ ନିଷ୍ପତ୍ତି ନେଉଛି। ଶାନ୍ତିପୂର୍ଣ୍ଣ ଉପାୟରେ ହକ୍ ମାଗିଲେ ଗୁଳି ମାରି ହତ୍ୟା କରାଯାଉଛି। ଏହି ଆନ୍ଦୋଳନକୁ ମୂଳରୁ ସମାପ୍ତ କରିବାକୁ ପାକିସ୍ତାନ ଜେଏଏସି ଉପରେ ପ୍ରତିବନ୍ଧକ ଲଗାଇଛି। ଦଳର ବରିଷ୍ଠ ନେତାଙ୍କୁ ଗିରଫ କରୁଛି। ପିଓକେରେ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି। ତେହରିକ-ଏ-ତାଲିବାନ ଏବଂ ବେଲୁଚିସ୍ତାନ ଲିବରେସନ ଆର୍ମି ଭଳି ଜେଏଏସିକୁ ମଧ୍ୟ ପାକିସ୍ତାନ ସରକାର ଆତଙ୍କୀ ସଂସ୍ଥା ଘୋଷଣା କରିଛନ୍ତି।
ପାକ୍ ସରକାରଙ୍କ କହିବା ଅନୁଯାୟୀ, ଏହି ତିନୋଟି ସଂଗଠନ ମିଶି ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି। ହେଲେ ଆନ୍ଦୋଳନକାରୀ ଏହାକୁ ରାଜନୈତିକ ଅଧିକାର, ସ୍ଥାନୀୟ ପରିଚୟ ଏବଂ ଗଣତନ୍ତ୍ରରେ ସହଭାଗୀତାର ଲଢେଇ କହୁଛନ୍ତି। ଭାରତ ସରକାରଙ୍କୁ ମଧ୍ୟ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
ଆହୁରି ପଢନ୍ତୁ- "ହର୍ମୁଜ୍ ବନ୍ଦ ହେଲେ ବି ଭାରତ ପ୍ରସ୍ତୁତ ! ୪୧ ଦେଶର ତେଲ, ୭୪ ଦିନର ବ୍ୟାକଅପର ଅଛି ମାଷ୍ଟରପ୍ଲାନ୍ …
Barbecue Lover ? ଏହି ସତ୍ୟ ଜାଣିଲେ ଚମକିଯିବେ ! Hidden Health Risks of Barbecue & Grilled Food Explained