ପ୍ରମୂଖ ଖବର
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ପଶ୍ଚିମରେ ଆଫଗାନିସ୍ତାନ, ଦକ୍ଷିଣରେ ବେଲୁଚିସ୍ତାନ... ଏବେ ଭାରତ ସହ ତିକ୍ତତା ପାକିସ୍ତାନ ପାଇଁ ହେବ କାଳ

Published By : Prameya | April 30, 2025 12:01 PM

ନୂଆଦିଲ୍ଲୀ, ୩୦/୦୪ : ଭୟଙ୍କର ଜାତୀୟ ସଙ୍କଟ ଆଡ଼କୁ ଗତି କରୁଛି ପାକିସ୍ତାନ। ଭୌଗୋଳିକ ସ୍ଥିତି ଅନୁସାରେ ଏବେ ୩ ପଟୁ ଅସ୍ଥିରତା ଘେରରେ ଆତଙ୍କୀସ୍ତାନ୍। ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣ ପଟେ ଅସୁରକ୍ଷିତ ଇସଲାମାବାଦ। ନିଜ ଆଭ୍ୟନ୍ତରୀଣ ସମସ୍ୟା ଏବଂ ଅସ୍ଥିରତା ସହ ଯୁଝି ହେଉଥିବା ପାକ୍‌କୁ ଭାରତ ସହ ପଙ୍ଗା ନେବା ଏବେ ମହଙ୍ଗା ପଡ଼ିଛି । ପହଲଗାମ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଛିନ୍ନ କରିଛି । ୩ ଆକ୍ରମଣକାରୀ ପାକିସ୍ତାନୀ ହୋଇଥିବା ଭାରତ କହିଥିବାବେଳେ ପାକିସ୍ତାନ କିନ୍ତୁ ସବୁଥର ପରି ଏଥର ମଧ୍ୟ ଏହି ଦାବିକୁ ଖାରଜ କରୁଛି । ହେଲେ ପାକିସ୍ତାନର ନାଟକବାଜିକୁ ଧ୍ୟାନ ନ ଦେଇ ଭାରତ କଡ଼ା ପଦକ୍ଷେପ ନେଇଛି । ସେଥିରୁ ଗୋଟିଏ ହେଲା ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା । ଅର୍ଥାତ ଭାରତ ପାକିସ୍ତାନର ଲାଇଫ୍‌ଲାଇନ କୁହାଯାଉଥିବା ସିନ୍ଧୁ ଜଳକୁ ପାକ୍‌କୁ ନ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଏଥିରେ ବିଳିବିଳେଇଛି ପାକିସ୍ତାନ ଏବଂ ଭାରତ ଉପରେ ଆଣବିକ ଆକ୍ରମଣ କରିବାକୁ ଧମକ ଉପରେ ଧମକ ଦେଇଚାଲିଛି । କିନ୍ତୁ ୩ ପଟୁ ଅସ୍ଥିରତା ଘେରରେ ଥିବା ପାକିସ୍ତାନ ଭାରତ ସହ ଆଉ ଏକ ଯୁଦ୍ଧ ଲଢ଼ିବାକୁ କେତେ ସମର୍ଥ ତାହାକୁ ନେଇ ପ୍ରଶ୍ନ ଉଠିଛି । 

ପଶ୍ଚିମରେ ଆଫଗାନିସ୍ତାନ ସୀମା: ଭାରତ ସହ ଯୁଦ୍ଧ କରିବାକୁ ଦମ୍‌ ଦେଖାଉଥିବା ପାକିସ୍ତାନର ପଶ୍ଚିମରେ ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ଅଞ୍ଚଳ ବିସ୍ଫୋରଣରେ ଜଳୁଛି । ଦକ୍ଷିଣ ୱାଜିରିସ୍ତାନର ୱାନା ଜିଲ୍ଲାରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି । ସରକାରଙ୍କ ସମର୍ଥକ ଏକ ଶାନ୍ତି କମିଟିକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । ପାକିସ୍ତାନ ସେନା ଆଫଗାନିସ୍ତାନରୁ ଅନୁପ୍ରବେଶ ଉଦ୍ୟମ କରୁଥିବା ୫୪ ମିଲିଟାଣ୍ଟଙ୍କୁ ନିପାତ କରିବାର ଦିନକ ପରେ ଏହି ବିସ୍ଫୋରଣ ହୋଇଛି । ସେଠାରେ ତେହରିକ୍‌-ଏ-ତାଲିବାନ୍‌ ପାକିସ୍ତାନ (ଟିଟିପି) ପାକିସ୍ତାନ ପାଇଁ ମୁଣ୍ଡବଥାର ବଡ଼ କାରଣ ପାଲଟିଛି । ୨୦୨୧ରେ ତାଲିବାନ୍‌ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଟିଟିପି ଅଧିକ ଶକ୍ତିଶାଳୀ ହୋଇ ଆକ୍ରମଣ କରୁଛି । 

ଦକ୍ଷିଣ ମୁଣ୍ଡବ୍ୟଥା ବେଲୁଚିସ୍ତାନ: ପାକିସ୍ତାନର ସବୁଠୁ ସମ୍ବେଦନଶୀଳ ପ୍ରଦେଶ ବେଲୁଚିସ୍ତାନରେ ପାକ୍‌ ବିରୋଧୀ ବିଦ୍ରୋହ ଓ ହିଂସାକାଣ୍ଡ ଇସ୍‌ଲାମାବାଦ ପାଇଁ ଏକ ବଡ଼ ମୁଣ୍ଡବଥା । ଏଠାରେ ସ୍ୱାଧୀନତା ଦାବି କରୁଥିବା ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍‌ଏ) ବିଦ୍ରୋହୀ ପାକ୍‌ ସରକାରଙ୍କ ଶାନ୍ତି ଛଡ଼ାଇ ନେଇଛନ୍ତି । ବିଏଲ୍‌ଏ ବାରମ୍ବାର ପାକିସ୍ତାନରେ ବିସ୍ଫୋରଣ ଘଟାଉଛି । ବିଶେଷକରି ବିଏଲ୍‌ଏ ଟାର୍ଗେଟରେ ରହିଛି ପାକ୍‌ ସେନା । ପାକିସ୍ତାନ ସେଠାରେ ଦମନକାରୀ ନୀତି ଆପଣାଉ ଥିଲେ ହେଁ ଏଥିରେ ସଫଳ ହୋଇପାରୁ ନାହିଁ । ପାକ୍‌ ସେନା ରାଜନୈତିକ କୌଶଳ ମାଧ୍ୟମରେ ସେନା ମୁଖ୍ୟ ଅସୀମ ମୁନିରଙ୍କ ନିୟନ୍ତ୍ରଣ ମଜଭୁତ କରିବାରେ ଲାଗିଥିବାବେଳେ ବେଲୁଚିସ୍ତାନ ଅସ୍ଥିରତାକୁ ଅଣଦେଖା କରାଯାଉଛି । ଯାହା କି ବିଦ୍ରୋହ ଏବଂ ଅଶାନ୍ତିକୁ ଆହୁରି ତୀବ୍ର କରୁଛି । 

ପୂର୍ବରେ ଭାରତକୁ ଭୟ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ କିପରି ଭାରତର ମୁକାବିଲା କରିବ ସେ ନେଇ ଛନକା ପଶିଛି । ଭାରତଠାରୁ କୂଟନୈତିକ ସମ୍ପର୍କ ଛିନ୍ନ ହେବା ପରେ ସିନ୍ଧୁ ନଦୀ ଜଳ ମଧ୍ୟ ପାକିସ୍ତାନ ଆଉ ପାଇପାରିବନି, ଯାହା କି ପାକିସ୍ତାନର କୃଷି ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଦେବ । ଏହା ଭିତରେ ଭାରତର ସମ୍ଭାବ୍ୟ ଆକ୍ରମଣକୁ ପାକିସ୍ତାନ କିପରି ସମ୍ଭାଳିବ ତାହା ପାକ୍‌ ପାଇଁ ଏକ ବଡ଼ ପ୍ରଶ୍ନ । ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ରୋକିବାକୁ ପାକିସ୍ତାନ ଏବେ ବାରଦୁଆର ହେଉଛି । ନିରପେକ୍ଷ ତଦନ୍ତ ଦାବି କରି ଏଥିରେ ଚୀନ୍‌, ରୁଷ୍‌, ପାଶ୍ଚାତ୍ୟ ଦେଶକୁ ଟାଣିବାକୁ ଚାହୁଁଛି । ଆମେରିକା ଓ ପାଶ୍ଚାତ୍ୟ ଦେଶ ଆତଙ୍କୀ ପାଳିବାକୁ କହିଥିଲେ ବୋଲି ପାକ୍‌ ନେତା କହିବା ସହ ଶକ୍ତିଶାଳୀ ରାଷ୍ଟ୍ରର ଅନୁକମ୍ପାକୁ ଚାହିଁ ବସିଛି ପାକିସ୍ତାନ । ଗମ୍ଭୀର ଅର୍ଥନୈତିକ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସମସ୍ୟା ଦେଇ ଗତି କରୁଥିବା ପାକ୍‌ ଯୁଦ୍ଧ ସମ୍ଭାଳିବା ସ୍ଥିତିରେ ନାହିଁ । ତଥାପି କେବଳ ମୁହଁଫୁଟାଣି ଛଡ଼ା ଅନ୍ୟ କିଛି ଉପାୟ ବି ନାହିଁ ଏହି ଆତଙ୍କୀଭରା ଦେଶ ପାଖରେ । କେବଳ ଆଣବିକ ଆକ୍ରମଣର ଧମକ ଦେଇ ଭାରତକୁ ଚୁପ୍‌ କରାଇବାକୁ ଉଦ୍ୟମ ଜାରିରଖିଛି।

ଏହି ଖବରଟିକୁ ପଢନ୍ତୁ-ପହଲଗାମ୍‌ ଆକ୍ରମଣରେ ସମ୍ପୃକ୍ତ ପାକ୍‌ର ପୂର୍ବତନ ଏସ୍‌ଏସ୍‌ଜି କମାଣ୍ଡୋ ମୁସା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.