ନୂଆଦିଲ୍ଲୀ,୯।୧୨: ପାକିସ୍ତାନକୁ ନେଇ ଦୁନିଆର ଧାରଣା କିଭଳି ରହିଛି। ଏହାର ତାଜା ଉଦାହରଣ ବ୍ରିଟେନରେ ଦେଖିବାକୁ ମିଳିଛି। ଲଣ୍ଡନ ଗସ୍ତରେ ପହଁଞ୍ଚିଥିବା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କ ଗାଡିକୁ ବ୍ରିଟିସ୍ ପୁଲିସ ହଠାତ୍ ରୋକିବା ସହ ଏହାର ଯାଞ୍ଚ କରିଥିଲା। ଏହି ଯାଞ୍ଚ ଏତେ କଡାକଡି ଢଙ୍ଗରେ ହୋଇଥିଲା ଯେ, ଏହା କୌଣସି ଏକ ‘ରୁଟିନ୍ ଚେକିଂ’ ବୋଲି ମଧ୍ୟ କହିହେବନି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପାକିସ୍ତାନର ବିଶ୍ବସ୍ତରୀୟ ଛବିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।
The status of the leaders of Pakistan’s military regime on the international stage 😬
— برهان الدین | Burhan uddin (@burhan_uddin_0) December 8, 2025
During his entry into the British Foreign Office, the vehicle of Pakistan’s Interior Minister Mohsin Naqvi was thoroughly inspected, and the car’s trunk was also searched to ensure that no… pic.twitter.com/Z3CuZNWrlO
ଭିଡିଓରେ ସ୍ପଷ୍ଟ ଭାବରେଦେଖି ହେବ ଯେ, ବ୍ରିଟିସ ପୁଲିସ ଅଧିକାରୀ ଚାରିଆଡୁ ଓ ଭଲ ଭାବରେ ନକଭିଙ୍କ କାରର ଯାଞ୍ଚ କରୁଥିଲେ। ଏହି ସମୟରେ ନା କୌଣସି ଭିଆଇପି ପ୍ରୋଟୋକଲର ପାଳନ ହେବାର ଦେଖିବାକୁ ମିଳିଥିବା କିମ୍ବା ଜଣେ ଗୃହମନ୍ତ୍ରୀ ରୂପରେ ତାଙ୍କୁ କୌଣସି ଛାଡ ଦିଆଯାଇନଥିଲା। ଏହି ସ୍ଥିତି ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ବିଶ୍ବାସନୀୟତାର ସ୍ତରକୁ ହ୍ରାସ କରିଛି।
ରିପୋର୍ଟ ଅନୁସାରେ, ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ନକଭି ବ୍ରିଟେନର ବୈଦେଶିକ ମନ୍ତ୍ରଣାଳୟକୁ ଅଧିକାରୀଙ୍କୁ ଭେଟିବାକୁ ପହଁଞ୍ଚିଥିଲେ। ନକଭି ୨୦୨୪ ରୁ ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ୍ ମଧ୍ୟ ଥିଲେ। ଏହା ପୂର୍ବରୁ ଜାନୁଆରୀ ୨୦୨୩ ରୁ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ପଞ୍ଜାବର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଓ ତା ପୂର୍ବରୁ ଗଣମାଧ୍ୟମ ଉଦ୍ୟଗ ସହ ଜଡିତ ଥିଲେ। ବ୍ରିଟେନର ଏଭଳି କଠୋର ଯାଞ୍ଚ ସେହି ଦେଶର ପ୍ରତିନିଧିଙ୍କ ଉପରେ କରାଯାଏ,ଯାହାଙ୍କ ନାଗରିକତା ଓ ନେତାଙ୍କ ନାଗରିକତା ଓ ନେତାଙ୍କ ସୁରକ୍ଷା ଏବଂ ବିଶ୍ବାସନୀୟତାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ସନ୍ଦେହ ରହିଥାଏ। ନକଭି ମାମଲାରେ ଠିକ୍ ସେଭଳି ହୋଇଛି।