ପ୍ରମୂଖ ଖବର

ଆମେ ପାକିସ୍ତାନୀ କଳାକାରଙ୍କୁ ଖୁବ୍ ସମ୍ମାନ ଦେଇଛୁ, କିନ୍ତୁ ସେ ଏମିତି କେବେ କରି ନାହାନ୍ତି : ଜାଭେଦ ଅଖତର

Published By : Prameya | April 29, 2025 10:27 PM

ମୁମ୍ୱାଇ : ଆତଙ୍କୀ ହମଲା ପରେ ପାକିସ୍ତାନୀ କଳାକାରଙ୍କ ଉପରେ ବ୍ୟାନ୍ ଲାଗିଛି। ଏଥିରେ ସ୍କ୍ରିନ୍‌ ରାଇଟର ଓ ଗୀତିକାର ଜାଭେଦ ଅଖତରଙ୍କୁ ପଚରା ଯାଇଥିଲା କି, ପାକିସ୍ତାନ କଳାକାରଙ୍କ ଉପରେ ବ୍ୟାନ୍‌ ଲଗାଇବା ଠିକ୍‌ କି ? ଜାଭେଦ୍ ଅଖତର କହିଥିଲେ କି, ଅତୀତରେ ଭାରତ ଅନେକ ପ୍ରସିଦ୍ଧ ପାକିସ୍ତାନୀ କଳାକାରଙ୍କୁ ଅନେକ ସମ୍ମାନ ଦେଇଛି, କିନ୍ତୁ ପାକିସ୍ତାନ କେବେ ଏମିତି କରି ନାହିଁ।

ଜାଭେଦ୍‌ ଅଖତର ପ୍ରଶ୍ନର ଜବାବ ଦେଇ କହିଛନ୍ତି , ଏ ସବୁ ଏକତରଫା ହେଉଛି। ନୁସରତ ଫତେହ ଅଲୀ ଖାନ, ମେହଦୀ ହସନ, ଗୁଲାମ ଅଲୀ , ନୁରଜହା ଆଦି ଭାରତ ଆସିଛନ୍ତି। ଆମେ ସେମାନଙ୍କର ଖୁବ୍ ସ୍ୱାଗତ କରିଛୁ। ଫୈଜ ଅହମ୍ମଦ ଫୈଜ , ଯିଏ ଉପମହାଦ୍ୱୀପର କବି , ସେ ପାକିସ୍ତାନରେ ରହୁଥିଲେ। ଯେବେ ସେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ବେଳେ ଭାରତ ଆସି ଥିଲେ ତ, ତାଙ୍କ ସହ ଏକ ରାଷ୍ଟ୍ରାଧ୍ୟକ୍ଷଙ୍କ ପରି ବ୍ୟବହାର କରାଯାଇଛି, ସରକାର ତାଙ୍କୁ ଯେଉଁଭଳି ସମ୍ମାନ ଦେଲେ, ତାହା ପ୍ରଶଂସନୀୟ ଥିଲା।

ଜାଭେଦ ଆହୁରି କହିଛନ୍ତି , କିନ୍ତୁ ଏହି ସବୁ ଏକତରଫା ଚାଲୁଛି। ମୋତେ ପାକିସ୍ତାନର ଲୋକଙ୍କୁ କୌଣସି ଅଭିଯୋଗ ନାହିଁ। ପାକିସ୍ତାନର ବଡ଼ ବଡ଼ କବିମାନେ ଲତା ମଙ୍ଗେସକରଙ୍କ ପାଇଁ କବିତା ଲେଖିଛନ୍ତି , କିନ୍ତୁ ସେଠାର ସରକାର ତାଙ୍କୁ ସମ୍ମାନ ଦେଇ ନାହାନ୍ତି। ୬୦ ଓ ୭୦ ଦଶକରେ ସେ ଭାରତ ଓ ପାକିସ୍ତାନର ସବୁଠୁ ଲୋକପ୍ରିୟ କଳାକାର ଥିଲେ, କିନ୍ତୁ ପାକିସ୍ତାନରେ ଲତା ମଙ୍ଗେସକରଙ୍କର ଗୋଟିଏ ବି ପ୍ରୋଗ୍ରାମ କାହିଁକି ହେଲା ନାହିଁ ? ଆମେ କଳାକାରଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଛୁ। କିନ୍ତୁ ସେମାନେ କରି ନାହାନ୍ତି। ମୁଁ ପାକିସ୍ତାନର ଲୋକଙ୍କୁ ନେଇ ଅଭିଯୋଗ କରିବି ନାହିଁ, କାରଣ ସେମାନେ ତାଙ୍କୁ ଭଲ ପାଆନ୍ତି, ସେଥିପାଇଁ ସେ ଲୋକପ୍ରିୟ ଥିଲେ। ସେମାନେ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିଲେ, କିନ୍ତୁ ସେଠାରେ କିଛି ପ୍ରତିବନ୍ଧକ ଥିଲା, ସିଷ୍ଟମରେ ପ୍ରତିବନ୍ଧକ ଥିଲା , ଯାହାକୁ ମୁଁ ବୁଝି ପାରୁନି, ଏହା ୱାନ ୱେ ଟ୍ରାଫିକ୍‌।

ସେ କହିଛନ୍ତି, ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବାର ବିଚାର ଉପରେ ପୁଣି ଥରେ ବିଚାର କରାଯିବା ଉଚିତ୍‌। ସେ କହିଛନ୍ତି, ବର୍ତ୍ତମାନ, ପହଲଗାମରେ ଯାହା କିଛି ହୋଇଛି, ଏହାର କାରଣ  ବୋଧହୁଏ କାହାର ମନରେ ପାକିସ୍ତାନୀଙ୍କ ପ୍ରତି ବନ୍ଧୁତା ଅଛି, ଏଥିପାଇଁ ଏହି ବିଷୟରେ ଭାବିବା ଏହା ସଠିକ୍‌ ସମୟ ନୁହେଁ। ବୋଧହୁଏ କିଛି ବର୍ଷ ପରେ , ଏହା ଉପରେ କଥାବାର୍ତ୍ତା କରାଯାଇ ପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.