ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

Pakistan: ଔଷଧ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ; ବିକଳରେ ପ୍ରତିରକ୍ଷା ବଜେଟକୁ ୧୮ ପ୍ରତିଶତକୁ ବୃଦ୍ଧି କରିବାକୁ କରିଛି ଯୋଜନା

Published By : Bijay Swain | May 6, 2025 7:56 PM

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଚରମସ୍ତରରେ ପହଞ୍ଚିଛି। ଏହି ଆକ୍ରମଣରେ ପାକିସ୍ତାନର ସମର୍ଥନ ଥିବା ଅଭିଯୋଗ ହେବା ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ଅଟାରୀ-ୱାଘା ସୀମାନ୍ତ, ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା, ଓ ଦୂତାବାସ କାର୍ଯ୍ୟକ୍ରମ ଆଦି ବନ୍ଦ କରିଛି। ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ପାକିସ୍ତାନ ନିଜର ସୈନ୍ୟବଳକୁ ଧିରେଧିରେ ବୃଦ୍ଧି କରିବା ଆରମ୍ଭ କରିଛି। ଡରର ମାତ୍ରା ଏତେ ବଢିଯାଇଛି ଯେ ଦେଶର ନାଗରିକଙ୍କ ସ୍ୱାର୍ଥକୁ ପଛକୁ ଠେଲି ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରବାରେ ଲାଗିଛି।

ଦୁଇ ଦେଶ ମଧ୍ୟରେ ସ୍ଥିତି ଅତ୍ୟନ୍ତ ଖରାପ ଥିବା ବେଳେ ପାକିସ୍ତାନ ତା’ର ପ୍ରତିରକ୍ଷା ବଜେଟରେ ୧୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ଯାହା ମୋଟ ବଜେଟର ୧୮ ପ୍ରତିଶକ ହେଉଛି ବୋଲି ଜଣାପଡିଛି। ପାକିସ୍ତାନର ଅର୍ଥନୀତି ପୂର୍ବରୁ ଦୁର୍ବଳ ଥିବା ବେଳେ ଏହି ବଜେଟ ବୃଦ୍ଧି ଦେଶର ଅନ୍ୟାନ୍ୟ କ୍ଷେତ୍ର ଯଥା ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗଭୀର ଚାପ ସୃଷ୍ଟି କରିବାତୁ ଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏକ ଜାତୀୟ ସୁରକ୍ଷା କମିଟି ବୈଠକ ପରେ କହିଛନ୍ତି ଯେ, ଭାରତ ଯଦି ସିନ୍ଧୁ ନଦୀର ଜଳପ୍ରବାହ ବନ୍ଦ କରେ, ତାହାକୁ “ଯୁଦ୍ଧ ଘୋଷଣା” ବୋଲି ଗଣାଯିବ ଏବଂ ପାକିସ୍ତାନ ଏହାର କଡା ଜବାବ ଦେବ। ଶରିଫ ପାହାଲଗାମ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତିକୁ ଅସ୍ୱୀକାର କରି ଏକ “ନିରପେକ୍ଷ ଓ ସ୍ୱଚ୍ଛ” ତଦନ୍ତ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। 

ପାକିସ୍ତାନରେ ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷର ଆରମ୍ଭ ଜୁଲାଇ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷିରେ ପାକିସ୍ତାନ ସରକାର ପ୍ରତିରକ୍ଷା ବଜଟରେ ଏହି ବୃଦ୍ଧି ଆଣିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛି। ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ମୁଖ୍ୟ ବିଲାୱଲ ଭୂଟ୍ଟୋ ଜର୍ଦାରି ଏନେଇ ଶରିଫଙ୍କ ସହ ଭେଟଘାଟ ମଧ୍ୟ କରିଖିବା ନେଇ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ତେବେ ପାକିସ୍ତାନ ପ୍ରତିରକ୍ଷା ପାଇଁ ମୋଟ୍ ୨.୫ ଟ୍ରିଲିୟନ ଡଲାର ବ୍ୟୟ ବରାଦ କରିବାକୁ ଉଭୟ ଦଳ ରାଜି ହୋଇଥିବା ଜଣାପଡିଛି। 

ପୂର୍ବରୁ ପାକିସ୍ତାନର ବଜେଟ ମାତ୍ର ୧୮.୯ ଟ୍ରିଲିୟନ ଡଲାର ରହିଥିଲା। ବର୍ତ୍ତମାନ ଏଥିରୁ ୨.୫ ଟ୍ରିଲିୟନ ଡଲାର କେବଳ ପ୍ରତିରକ୍ଷା ଉପରେ ଖର୍ଚ୍ଚ ହେବାକୁ ଯାଉଛି। ଦେଶର ସ୍ୱାର୍ଥରେ ସୁରକ୍ଷା ଥିବା କାରଣରୁ ଏହି ବୃଦ୍ଧି କରାଯାଉଛି ବୋଲି ସେହବାଜ ସରିଫ ନିଜ ଲୋକଙ୍କୁ ସଫେଇ ଦେଇଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହଇଯିବେ ଯେ କରଜ ସୁଝିବା ପରେ ପାକିସ୍ତାନ ସରକାର ସେନା ଉପରେ ସର୍ବାଧିକ ଖର୍ଚ୍ଚ କରିବାକୁ ଯାଉଛନ୍ତି। ପାକିସ୍ତାନର ଶିକ୍ଷା, ପରିବହନ, ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ଏବେବି ଢେର ପଛରେ ଥିବା ବେଳେ ପାକିସ୍ତାନ ସରକାରଙ୍କ ସେନା ଉପରେ ଏତେ ଖର୍ଚ୍ଚ ବୁଝାପଡୁନାହିଁ। ପ୍ରତିରକ୍ଷା ବଜେଟକୁ ବଢାଇବା ପାଇଁ ଉପରୋକ୍ତ ତିନି ବଜେଟକୁ ପାକିସ୍ତାନ ୧୧ ପ୍ରତିଶତ କାଟିବାକୁ ଯାଉଥିବା ନେଇ ସୂଚନା ମିଳିଛି। 

ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆକ୍ରମଣର ଦୋଷୀଙ୍କୁ “ପୃଥିବୀର ଯେକୌଣସି ପ୍ରାନ୍ତରୁ ଖୋଜି ଶାସ୍ତି” ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ସେନା ସୀମାରେ ସତର୍କ ରହିଛି ଏବଂ ପାକିସ୍ତାନ ପକ୍ଷରୁ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) ନିକଟରେ ବାରମ୍ୱାର ଅସ୍ତ୍ରବିରତି ଉଲଘଂନ କରିଚାଲିଛନ୍ତି। ତେବେ ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ମଧ୍ୟ ଦେଉଛି। ପାହାଲଗାମ ଆକ୍ରମଣର ଦାୟିତ୍ୱ ଲସ୍କର-ଏ-ତୋଇବାର ଏକ ଶାଖା ଦ ରେସିସ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନେଇଥିଲା। ତେବେ ଭାରତରେ ଏନେଇ ଭୟଙ୍କର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସେମାନେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଅସ୍ୱୀକାର କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.