ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଭାରତ ଭୟରେ ପାକିସ୍ତାନ; ପାକ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶହବାଜ

Published By : Ankita S | May 2, 2025 8:20 AM

ଇସଲାମାବାଦ,୦୨/୦୫: ଭାରତ ଭୟରେ ଥରୁଛି ପାକିସ୍ତାନ । ଆତଙ୍କୀଦେଶର ନିଦ ଉଡ଼ି ଗଲାଣି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଘନ ଘନ ବୈଠକ ବସୁଛି । କୌଣସି ମୂହୁର୍ତ୍ତରେ ଭାରତ ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଇପାରେ । ଯାହାକୁ ନେଇ ଟେନସନ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ । ଏହାକୁ ନେଇ ରାଷ୍ଟ୍ରପତି ଅସିଫ୍ ଅଲି ଜର୍ଦ୍ଦାରୀଙ୍କୁ ଭେଟିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଦୁଇନେତାଙ୍କ ମଧ୍ୟରେ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା ବୈଠକ ହୋଇଛି । ଏହି ସାକ୍ଷାତକାରରେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଦାର, ଆଇନ୍ ମନ୍ତ୍ରୀ ଆଜାମ ନାଜିର୍ ତାରର ମଧ୍ୟ ଉପସ୍ଥିତ ଥିଲେ ।

ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ଦାୟୀ ଲସ୍କର-ଏ- ତୋଏବା (ଏଲଇଟି)ର ଶାଖା- ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆଏଫ)କୁ ପାକିସ୍ତାନ ସମର୍ଥନ କରିଥିବା ନେଇ ଉପପ୍ରଧାନମନ୍ତ୍ରୀ ଇସାକ ଦାର ସ୍ୱୀକାର କରିଥିଲେ । ଭାରତ ପାକିସ୍ତାନ ଉପରେ ୱାଟରଠୁ ନେଇ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲା । ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବା ପରେ ଅନେକ ପାକିସ୍ତାନୀ ନେତା ଭାରତକୁ ଯୁଦ୍ଧ ଧମକ ଦେଇଥିଲେ । ପାକ୍ ମନ୍ତ୍ରୀ ଭାରତକୁ ପରମାଣୁ ଧମକ ବି ଦେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ନିରପେକ୍ଷ ତଦନ୍ତ ଦାବି କରିଥିଲେ । ପହଲଗାମ ହମଲା ପରେ ଭାରତ ସରକାର ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆକ୍ରମଣରେ ଦାୟୀ ୩ ଆତଙ୍କୀଙ୍କ ସ୍କେଚ ଜାରି ହୋଇଥିଲା । ଜମ୍ମୁକଶ୍ମୀର ପୋଲିସ ଅନୁସାରେ, ଆକ୍ରମଣରେ ସାମିଲ ଦୁଇଜଳ ଆତଙ୍କବାଦୀ ପାକିସ୍ତାନ ନାଗରିକ । ତୃତୀୟ ଜଣକ କାଶ୍ମୀରର ଅନନ୍ତନାଗର ବାସିନ୍ଦା । ତାଙ୍କ ଘର ସହ ଅନ୍ୟ ଆତଙ୍କୀଙ୍କ ଘର ଧ୍ୱସଂ କରିଥିଲା ଭାରତୀୟ ସେନା ।

ଅଧିକ ପଢନ୍ତୁ...ଭାରତ ଆକ୍ରମଣ କଲେ କଣ କରିବେ ... ଭୟରେ ସ୍କୁଲ୍‌ ପିଲାଙ୍କୁ ଟ୍ରେନିଂ ଦେଉଛି ପାକିସ୍ତାନ

ଗତ ଏପ୍ରିଲ ୨୨ରେ ଜମ୍ମୁକଶ୍ମୀର ପହଲଗାମ ବୈସରନ ଘାଟିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୭ ନୀରିହ ଜୀବନ ଯାଇଥିଲା । ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡିଛି । ଲୁହ ଓ ଲହୁର ହିସାବ ନେବାକୁ ଭାରତ ଘନ ଘନ ବୈଠକ କରୁଛି । କୌଣସି ମୂହୁର୍ତ୍ତରେ ଆତଙ୍କୀଦେଶ ବିରୋଧରେ ବଡ଼ ନିଷ୍ପତ୍ତି ନେଇପାରେ ଭାରତ । ସେପଟେ ଭାରତ ସହ ଯୁଦ୍ଧ ଆଶଙ୍କାକୁ ନେଇ ଥରହର ହେଉଛି ପାକିସ୍ତାନ ।

କୂଟନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରି ଦେଇଥିଲେ । ଏହାର ହାଇକମିଶନରଙ୍କୁ ବହିଷ୍କାର କରିଥିଲେ । ଅଟାରୀ ସୀମା ବନ୍ଦ କରିବା ସହ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିଥିଲେ । ପାକ୍ ସେନା ପାଇଁ  ବାୟୁସୀମା ବନ୍ଦ କରିଥିଲା । ଏବେ ଡାକ ସେବା ଓ ପାକିସ୍ତାନୀ ଆଇପି (ୱେବସାଇଟ୍) ବନ୍ଦ କରିବାକୁ ଯୋଜନା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,'' ମୁଁ ସମଗ୍ର ବିଶ୍ୱକୁ କହୁଛ, ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଖୋଜି ଖୋଜି ବାହାର କରିବୁ । ସେମାନଙ୍କୁ କଠୋର ଦଣ୍ଡ ଦେବୁ । ପୃଥିବୀରୁ ଆତଙ୍କବାଦକୁ ମୂଳପୋଛ କରିବାକୁ ଶେଷ ଯାଏ ଲଢିବୁ ।'' 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.