ନୂଆଦିଲ୍ଲୀ,୨୪।୪: ଭାରତର ଆକ୍ସନ ପରେ ପାକିସ୍ତାନର ଟେନସନ ବଢ଼ିଛି । ଜରୁରୀ ବୈଠକ ଡାକିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ୍ । କରାଚୀରେ ମୁତୟନ ହୋଇଛନ୍ତି ବାୟୁସେନା । ପାକ୍ ସରକାର ଓ ସେନାଙ୍କୁ ପାକିସ୍ତାନୀ ଅଧିକାରୀ ସାଦ ଅହମ୍ମଦ ୱାରାଇଚ୍ ଚେତାବନୀ ଦେଇଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନକୁ ଦାୟୀ କରି ଶକ୍ତ ନିଷ୍ପତ୍ତି ନେଇଛି ଭାରତ । ଏହାରି ଭିତରେ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତବାସର ଶୀର୍ଷ ଅଧିକାରୀଙ୍କୁ ସମନ କରିଛନ୍ତି ଭାରତ ସରକାର । ପାକ୍ ସରକାର ଓ ପାକିସ୍ତାନ ସେନାଙ୍କୁ ପାକିସ୍ତାନୀ ଅଧିକାରୀ ସାଦ ଅହମ୍ମଦ ୱାରାଇଚ୍ ଚେତାବନୀ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଔପଚାରିକ ଭାବେ ଏକ ନନ୍ ଗ୍ରେଟା ନୋଟ୍ ଜାରି କରିଛି । ଏଭଳି ଆତଙ୍କୀ କାର୍ଯ୍ୟକଳାପର ଶକ୍ତ ଜବାବ ଦିଆଯିବ ବୋଲି ଭାରତ ସରକାର ରୋକଠୋକ୍ ଜଣାଇ ଦେଇଛନ୍ତି ।
ପହଲଗାମ ଆକ୍ରମଣ ପଛରେ ପାକିସ୍ତାନ ଲିଙ୍କ୍ ରହିଥିବା ବେଳେ ସୀମା ପାର ହୋଇ ଆତଙ୍କୀ ଭାରତ ଆସିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବା ପରେ ଭିସା ଏବଂ ସ୍ଥଳ ପଥରେ ଯାତାୟତ ବନ୍ଦ ନେଇ ଭାରତ ନିଷ୍ପତ୍ତି ନେଇଛି । ଆଟାରୀ-ୱାଘା ଚେକ୍ପୋଷ୍ଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ । ଭାରତରେ ଥିବା ପାକିସ୍ତାନୀ ଦୂତାବାସ ଏକାଥିକ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି । ଆଗାମୀ ୭ଦିନ ମଧ୍ୟରେ ସେମାନଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ଦୂତାବାସର କର୍ମଚାରୀ ୫୫ରୁ ୩୦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁଠୁ ବଡ଼ ପଦକ୍ଷେପ ସ୍ବରୁପ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରାଯାଇଛି ।