ନୂଆଦିଲ୍ଲୀ,୨୯।୯:  ପାକ୍ ଅଧିକୃତ କାଶ୍ମୀର ବା ପିଓକେରେ ଶେହବାଜ ସରିଫ୍ ସରକାରଙ୍କ ବିରୋଧରେ ପ୍ରତିବାଦ ତୀବ୍ର ହେଉଛି। ମୁଜାଫରାବାଦରେ ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟିଥିଲା, ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ହିଂସାତ୍ମକ ପ୍ରତିବାଦର ଭିଡିଓ ପ୍ରସାରଣ କରିଛନ୍ତି, ଯେଉଁଥିରେ ପୋଲିସ ଗୁଳି ଚଳାଇବା ଏବଂ ପ୍ରତିବାଦକାରୀମାନେ ସ୍ଲୋଗାନ ଦେଉଛନ୍ତି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ କାଶ୍ମୀରୀମାନଙ୍କୁ ଅମାନୁଷି ଭାବରେ କ ଗୁଳି ମାଡ଼ କରାଯାଉଛି।

ମୌଳିକ ଅଧିକାର ଉଲ୍ଲଂଘନ ପ୍ରତିବାଦରେ ଗତ କିଛି ବର୍ଷ ଧରି ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ବଡ଼ ଧରଣର ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସୋମବାର ଆୱାମୀ ଆକ୍ସନ କମିଟି (ଏଏସି) ପାକିସ୍ତାନ ଅଧିକୃତ କାଶ୍ମୀର ରେ ବନ୍ଦ ଡାକରା ଦେଇଥିଲା। ଜନସାଧାରଣଙ୍କ ଅସନ୍ତୋଷକୁ ଦେଖି  ପ୍ରତିକ୍ରିୟାରେ, ପାକିସ୍ତାନ ସରକାର ସେହି ଅଞ୍ଚଳରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରିଥିଲେ। ଆହୁରି ପ୍ରତିବାଦ ରୋକିବା ପାଇଁ ରବିବାର ରାତିଠାରୁ ଇଣ୍ଟରନେଟ୍ ସେବା ମଧ୍ୟ ବ୍ୟାନ୍ କରାଯାଇ

ଆୱାମୀ ଆକ୍ସନ କମିଟିର ପାକିସ୍ତାନ ସରକାରଙ୍କ ନିକଟରେ ୩୮ଟି ଦାବି ଅଛି, ଯେଉଁଥିରେ ପିଓକେ ବିଧାନସଭାରେ ପାକିସ୍ତାନରେ ରହୁଥିବା କାଶ୍ମୀରୀ ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ୧୨ ଟି ଆସନ ଉଚ୍ଛେଦ କରିବା ଦାବି ମଧ୍ୟ ରହିଛି। ସ୍ଥାନୀୟ ଲୋକଙ୍କ ମତରେ ଏହା ଶାସନକୁ ଦୁର୍ବଳ କରୁଛି। ଏହା ବ୍ୟତୀତ, ବାସିନ୍ଦାମାନେ ମୁଦ୍ରାସ୍ଫୀତି, ବେକାରୀ ଏବଂ ପାକିସ୍ତାନୀ ସେନାର ଅତ୍ୟଧିକ ହସ୍ତକ୍ଷେପକୁ ବିରୋଧ କରି ପ୍ରତିବାଦ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି।