ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପାକିସ୍ତାନକୁ ୨ ଭାଗ କର, PoKକୁ ଭାରତ ସହ ମିଶାଯାଉ; ପିଏମ୍‌ଙ୍କୁ ରେବନ୍ତଙ୍କ ଅପିଲ୍

Published By : Ankita S | April 26, 2025 10:32 AM

ହାଇଦ୍ରାବାଦ,୨୬/୦୪: ପହଲଗାମ ଆତଙ୍କୀ ଆକ୍ରମଣରେ ଦେଶରେ କ୍ରୋଧର ନିଆଁ ଜଳୁଛି । ଆତଙ୍କୀଙ୍କୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ । ପହଲଗାମ ହମଲାରେ ଯାଇଥିବା ୨୭ ନିରୀହ ଜୀବନର ପ୍ରତିଶୋଧ ନେବାକୁ ଦାବି ହୋଇଛି । ଯେବେ ଦେଶବାସୀ ଓ ସେମାନଙ୍କ ସୁରକ୍ଷା କଥା ଆସେ ବିରୋଧୀ ଓ ଶାସକ ଦଳ ଏକାଠୀ ହୋଇଯାଆନ୍ତି ତାର ଉଦାହରଣ ଦେଖିବାକୁ ମିଳିଛି । ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ।

'ବୁଝାମଣା ନୁହେଁ ଜବାବ୍ ଦିଅ'- ଦେଶର ପ୍ରଧାନମନ୍ତ୍ରୀଙ୍କୁ ମୋର କେବଳ ଗୋଟିଏ ଅନୁରୋଧ, ଆମେ ଏକାଠୀ ହୋଇ ଦେଶବାସୀଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦେବା । ଆତଙ୍କୀଙ୍କ ବିରୋଧରେ ଲଢିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ । ଏବେ ବୁଝାମଣା ନୁହେଁ ମୁହଁତୋଡ ଜବାବ ଦେବାର ସମୟ ଆସିଛି । ପାକିସ୍ତାନକୁ ଦୁଇ ଭାଗ କରି ପିଓକେକୁ ଭାରତରେ ମିଶାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରୁଛି ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।

ରେବନ୍ତ ରେଡ୍ଡୀ ଆହୁରି କହିଛନ୍ତି, ''୧୯୬୭ରେ ଯେବେ ଚୀନ ଆକ୍ରମଣ କରିଥିଲା ସେବେ ଇନ୍ଦିରା ଗାନ୍ଧୀ ଜୀ କଡ଼ା ଜବାବ ଦେଇଥିଲେ । ପୁଣି ୧୯୭୧ରେ ପାକିସ୍ତାନ ହମଲା କରିଥିଲା । ସେବେ ବି ଇନ୍ଦିରା ଗାନ୍ଧୀ ମୁହଁତୋଡ଼ ଜବାବ ଦେଇ ପାକିସ୍ତାନକୁ ଦୁଇଭାଗ କରି ବାଂଲାଦେଶ କରିଥିଲେ । ଏବେ ପାକିସ୍ତାନକୁ ତାର ପ୍ରକୃତି ପାଇଁ ଜବାବ ଦେବାର ସମୟ ଆସିଛି । ଆମକୁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ । ବୁଝାମଣାର ସମୟ ଶେଷ ହୋଇଛି । ଏବେ ମୁହଁତୋଡ ଜବାବ ଦେବାର ସମୟ ଆସିଛି । ପହଲଗାମ ପରି ଭୟଙ୍କର ଆତଙ୍କୀ ଆକ୍ରମଣ ରୋକିବାକୁ କେନ୍ଦ୍ର ସରକାର ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି  । ୧୪୦ କୋଟି ଜନତା ସରକାରଙ୍କ ସହିତ ଅଛନ୍ତି ।''

ଅଧିକ ପଢନ୍ତୁ...ସିନ୍ଧୁର ପାଣି ବହିବ ନ ହେଲେ ତାଙ୍କ ରକ୍ତ...ଜଳ ଚୁକ୍ତିକୁ ନେଇ ଭାରତକୁ ବିଲାୱଲ ଭୁଟୋଙ୍କ ଧମକ

ପହଲଗାମ ଆତଙ୍କୀ ହମଲା ବିରୋଧରେ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମର୍ଥନରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ହୋଇଥିଲା । ଏଥିରେ ଏଆଇଏମଆଇଏମ ସାଂସଦ ଅସଦ୍ଦୁଦିନ ୱୱେସୀ, କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ସମେତ ଅନେକ ନେତା ସାମିଲ ହୋଇଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.