ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Champions Trophy: ବର୍ଷା ସାଜିଲା ବାଧକ, ସମ୍ମାନ ବଞ୍ଚାଇ ପାରିଲାନି ପାକିସ୍ତାନ

Published By : Tapas Panda | February 27, 2025 5:08 PM

Image Courtesy: indiatv

ନୂଆଦିଲ୍ଲୀ: ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ବାଂଲାଦେଶ ମ୍ୟାଚ୍‌ ବାତିଲ ହୋଇଯାଇଛି । ଚାମ୍ପିଅନ୍ସ ଟ୍ରଫି ୨୦୨୫ର ନବମ ମ୍ୟାଚ୍ ବର୍ଷାରେ ଧୋଇଯାଇଛି । ଏହି ମ୍ୟାଚ୍‌ ପୂର୍ବରୁ ଟସ୍ ମଧ୍ୟ ହୋଇପାରି ନାହିଁ । ଏହା ସହିତ ଆୟୋଜକ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ବିନା ନିଜର ଅଭିଯାନ ଶେଷ କରିଛି ।  ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ କ୍ରିକେଟ ଟିମ୍‌ ଗ୍ରୁପ୍ ଏରେ ସାମିଲ ଥିଲା । ଏହି ଗ୍ରୁପରେ ଥିବା ଅନ୍ୟ ଦୁଇଟି ଦଳ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ପହଞ୍ଚିଛନ୍ତି । 

ପାକିସ୍ତାନ ସହିତ ବାଂଲାଦେଶ ଦଳ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି । ମ୍ୟାଚ୍ ବିଷୟରେ କହିବାକୁ ଗଲେ, ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବଳିମ୍ବ ହୋଇଥିଲା । ରାୱଲପିଣ୍ଡିରେ ଓଦା ଆଉଟଫିଲ୍ଡ ଯୋଗୁଁ ମ୍ୟାଚ୍ ଆରମ୍ଭ ହୋଇପାରି ନଥିଲା।  ମ୍ୟାଚ୍ ପୂର୍ବରୁ ଆରମ୍ଭ ହୋଇଥିବା ବର୍ଷା ବନ୍ଦ ହୋଇଥିଲେ ହେଁ ପଡ଼ିଆ ଓଦା ଥିବାରୁ ମ୍ୟାଚ୍ ହୋଇପାରି ନାହିଁ । 

ପାକିସ୍ତାନୀ ଦଳକୁ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୬୦ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ଭାରତୀୟ ଦଳ ପାକିସ୍ତାନକୁ ୬  ୱିକେଟରେ ପରାସ୍ତ କରିଥିଲା । ଆଉ ଏବେ ବାଂଲାଦେଶ ବିପକ୍ଷରେ ପାକିସ୍ତାନର ଏହି ମ୍ୟାଚ୍ ବାତିଲ ହୋଇଯାଇଛି । ତେବେ ଚାମ୍ପିଅନ୍ସ ଟ୍ରଫି ଆୟୋଜକ ଭାବରେ କେନିଆ ପରେ ପାକିସ୍ତାନୀ ଦଳ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ଜିତିପାରି ନାହିଁ । କେନିଆ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା ଏବଂ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ଦଳ ପରାଜୟ ଭୋଗିଥିଲା । ସୂଚନାଯୋଗ୍ୟ, ଏହା ପୂର୍ବରୁ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁକାବିଲା ରଦ୍ଦ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.