ପ୍ରମୂଖ ଖବର
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ପାକିସ୍ତାନ ଚାହୁଁଛି କମଳା ହାରିସ ହୁଅନ୍ତୁ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାରଣ ?

Published By : Prameya | November 5, 2024 8:01 PM

ନୂଆଦିଲ୍ଲୀ,୫।୧୧:  ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ହେଲେ ପାକିସ୍ତାନ ଏହାକୁ ନେଇ ଖୁବ୍ ଚିନ୍ତିତ। କାରଣ ଟ୍ରମ୍ପଙ୍କ ସପକ୍ଷରେ ଯଦି  ନିର୍ବାଚନ ଫଳାଫଳ ଯାଏ ତେବେ ପାକିସ୍ତାନ ପାଇଁ ସମସ୍ୟା ବଢିପାରେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପାକିସ୍ତାନ କମଳା ହାରିସ୍‌ ବିଜୟୀ ହୁଅନ୍ତୁ ବୋଲି ଚାହେଁ। କାରଣ ଟ୍ରମ୍ପଙ୍କ ‘ଆମେରିକା ଫାର୍ଷ୍ଟ’ ସିଦ୍ଧାନ୍ତ ପାକିସ୍ତାନ ପାଇଁ ଅଡୁଆ ସୃଷ୍ଟି କରିପାରେ।

ପାକିସ୍ତାନର ରଣନୈତିକ ସମୀକ୍ଷକ ମୁନ୍ନଜା ସିଦ୍ଧକି ଦ ନ୍ୟୁଜକୁ କହିଛନ୍ତି, ଯଦି ଟ୍ରମ୍ପ ରାଷ୍ଟ୍ରପତି ହୁଅନ୍ତି, ତେ‌ବେ ଆମେରିକା ଫାର୍ଷ୍ଟ ନୀତି ଅନୁସାରେ, ପାକିସ୍ତାନକୁ କଡା ସର୍ତ୍ତର ସାମନା କରିବାକୁ ପଡିପାରେ। ଟ୍ରମ୍ପଙ୍କ ଗତ ସରକାର ବେଳେ ପାକିସ୍ତାନ ୧.୩ ବିଲିୟନ ଡଲାର ସେନା ସହାୟତାରେ କାଟ୍ କରିଛି। ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟ ଅଧିକ ତତ୍କାଳିକ ହିତ ପ୍ରତି ରହିବ, ଯେଉଁଥିରେ ଆତଙ୍କବାଦ ପ୍ରସଙ୍ଗ ଉପରେ ପାକିସ୍ତାନ ସହ ଡିଲିଂରେ ମଧୟ ସୀମା ରହିବ।

ଯଦି କମଳା ରାଷ୍ଟ୍ରପତି ହୁଅନ୍ତି, ତେବେ ବାଇଡେନ୍‌ଙ୍କ କୁଟନୈତିକ କାର୍ଯ୍ୟକୁ ସେ ଆଗକୁ ବଢାଇ ଲୋକତାନ୍ତ୍ରିକ ମୂଲ୍ୟ ଓ ମାନବିକତା ଉପରେ ଧ୍ୟାନ କେନ୍ଦ୍ରିତ କରିପାରନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ସହ ତାଙ୍କ ସମ୍ପର୍କରେ ସ୍ଥିରତା ଆସିପାରେ, କିନ୍ତୁ ଆଭ୍ୟନ୍ତରୀଣ ରାଜନୀତି ଓ ମାନବାଧିକାର ଉପରେ ଅଧିକ ଧ୍ୟାନ ରଖାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.