ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପାକ୍‌ ଅଭିନେତା ଫୱାଦ ଖାନଙ୍କୁ ଝଟ୍‌କା, ଭାରତରେ ରିଲିଜ୍‌ ହେବନି ’ଅବୀର ଗୁଲାଲ’

Published By : Krishna Priya | April 25, 2025 8:02 AM

ନୂଆଦିଲ୍ଲୀ ୨୫/୦୪: ପହଲଗାମ୍‌ ଆକ୍ରମଣ ପରେ ପାକ୍‌ କଳାକାର ଫୱାଦ ଖାନ୍‌ଙ୍କ ବଲିଉଡ୍‌ କମ୍‌ବ୍ୟାକ୍‌ ଫିଲ୍ମ ‘ଅବୀର ଗୁଲାଲ’ ଆସନ୍ତା ୯ ତାରିଖରେ ରିଲିଜ୍‌ ହେବନାହିଁ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଫିଲ୍ମରେ ଫୱାଦଙ୍କ ସହ ବାନି କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପୁଲୱାମା ଆକ୍ରମଣ ପରେ ପ୍ରଥମ ଥର ଜଣେ ପାକ୍‌ କଳାକାରଙ୍କ ଫିଲ୍ମ ଭାରତରେ ମୁକ୍ତିଲାଭ କରିଥାନ୍ତା । ଉରୀ ଓ ପୁଲୱାମା ଆକ୍ରମଣ ପରେ ଭାରତରେ ପାକ୍‌ କଳାକାରଙ୍କ ଉପରେ ବ୍ୟାନ୍‌ ଲାଗୁ ହୋଇଥିଲା । ପହଲଗାମ୍‌ ନରସଂହାର ପରେ ଥିଏଟର ମାଲିକମାନେ ‘ଅବୀର ଗୁଲାଲ୍‌’ର ସ୍କ୍ରିନିଂ ପାଇଁ ରାଜି ହେଉନାହାନ୍ତି । 

ଏ ବିଷୟରେ ସେମାନେ ଫିଲ୍ମ ନିର୍ମାତାଙ୍କୁ ସ୍ପଷ୍ଟ କରିଛନ୍ତି । ପହଲଗାମ୍‌ ଆକ୍ରମଣ ପରେ ଫିଲ୍ମ ଫେଡେରେସନ୍‌ ଏଫ୍‌ଡବ୍ଲ୍ୟୁଆଇସିଇର ମୁଖ୍ୟ ଉପଦେଷ୍ଟା ଅଶୋକ ପଣ୍ଡିତ ଔପଚାରିକ ରୂପେ ପାକ୍‌ କଳାକାରଙ୍କୁ ଭାରତରୁ ବ୍ୟାନ୍‌ ଘୋଷଣା କରିଛନ୍ତି । ଭାରତର କଳାକାର ଏଣିକି କୌଣସି ପାକ୍‌ କଳାକାର, ଗାୟକ ବା ଟେକ୍ନିସିଆନ୍‌ଙ୍କ ସହ କାମ କରିବେ ନାହିଁ । ଫୱାଦ ଖାନ୍‌ଙ୍କ ଫିଲ୍ମ ‘ଅବୀର ଗୁଲାଲ୍‌’ ଉପରେ ମଧ୍ୟ ଏହି ନିଷ୍ପତ୍ତି ଲାଗୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଫୱାଦ ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖିଛନ୍ତି ‘ପହଲଗାମ୍‌ର ଘୃଣ୍ୟ ଆକ୍ରମଣ ଖବର ଶୁଣି ମୁଁ ଦୁଃଖିତ । ପୀଡ଼ିତଙ୍କ ସହ ମୋର ସମ୍ବେଦନା ରହିଛି । ଏହି ଜଟିଳ ସମୟରେ ସେମାନଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି ।’ ଇତିମଧ୍ୟରେ ପାକ୍‌ ଅଭିନେତ୍ରୀ ହାନିୟା ଆମିର ଇନ୍‌ଷ୍ଟାରେ ଏକ ପୋଷ୍ଟ୍‌ ଶେୟାର କରି ଲେଖିଛନ୍ତି, ଦୁର୍ଘଟଣା ଯେଉଁଠି ବି ହେଉ, ତାହା ସମସ୍ତଙ୍କ ପାଇଁ ଦୁର୍ଘଟଣା । ସଦ୍ୟ ଘଟଣାର ପୀଡ଼ିତଙ୍କ ସହ ମୋର ସମବେଦନା ଅଛି । ଯନ୍ତ୍ରଣା, ଶୋକ ଓ ଏହି ଆଶାରେ ଅଛି ଯେ ଆମେ ସମସ୍ତେ ଏକ । ଆଶା କରୁଛି ଆମେ ସମସ୍ତେ ମାନବିକତାକୁ ଚୟନ କରିବା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.