ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଭାରତ ସୀମାରେ ଡ୍ରଗ୍ସ ଫିଙ୍ଗୁଛି ପାକିସ୍ତାନୀ ଡ୍ରୋନ; ୫ କୋଟି ଟଙ୍କା ମୁଲ୍ୟର ଡ୍ରଗ୍ସ ଜବତ କଲା ବିଏସଏଫ

Published By : Bijay Swain | May 23, 2025 5:21 PM

ନୂଆଦିଲ୍ଲୀ: ଭାରତ ସୀମା ମଧ୍ୟରେ ଅନଧିକୃତ ପ୍ରବେଶ କରି ଡ୍ରଗ୍ସ ଫିଙ୍ଗୁଛନ୍ତି ପାକିସ୍ତାନୀ ଡ୍ରୋନ। ଏମିତି ଘଟଣା ପ୍ରାୟ ସମୟରେ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷିରେ ଶୁକ୍ରବାର ସୀମା ସୁରକ୍ଷା ବଳ(ବିଏସଏଫ) ପାକିସ୍ତାନ ପଟୁ ଆସୁଥିବା ଏକ ଡ୍ରୋନକୁ ମାରି ଖସାଇବା ସହ ୫ କୋଟି ଟଙ୍କା ମୁଲ୍ୟର ଡ୍ରଗ୍ସ ଜବତ କରିଛି। 

ସୂଚନା ମୁତାବକ, ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଅଞ୍ଚଳରେ ଥିବା ଆନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପଟୁ ଏକ ଡ୍ରୋନ ଭାରତୀୟ ସୀମାରେ ଅନଧିକୃତ ପ୍ରବେଶ କରୁଥିବା ସମୟରେ ବିଏସଏଫ ଏହାକୁ ମାରି ଖସାଇ ଦେଇଥିଲା। ଶ୍ରୀ ଗଙ୍ଗାନଗର ଅଞ୍ଚଳରେ ପୁଲିସ ସୁପରିଟେଣ୍ଡ ଗୌରବ ଯାଦବ ଏନେଇ ସୂଚନା ଦେଇ କହିଛନ୍ତି ଯେ “ଅନୁପଗଡ ସେକ୍ଟର ନିକଟ କୈଳାସ ପୋଷ୍ଟ ଓ ସେରପୁରା ପୋଷ୍ଟ ନିକଟରେ ଏହି ସନ୍ଦିଗ୍ଧ ଡ୍ରୋନଟି ଦେଖାଯାଇଥିଲା। ଏହାକୁ ଜଣେ ନିକଟସ୍ଥ ଗ୍ରାମବାସୀ ଠାବ କରିବା ସହ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ତେବେ ପୁଲିସ ଏନେଇ ବିଏସଏଫକୁ ସୂଚନା ଦେବା ପରେ ବିଏସଏଫ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଥିଲା।”

ଏହି ସନ୍ଦିଗ୍ଧ ଡ୍ରୋନଟି ସୀମା ସେପଟରୁ ଆସିଥିବାରୁ ଏହା ପାକିସ୍ତାନର ଚକ୍ରାନ୍ତ ବୋଲି ଅମୁମାନ କରାଯାଉଛି। ତେବେ ଏହି ଡ୍ରୋନ ଖସାଇବା ପରେ ଏଥିରେ ୫ କୋଟି ଟଙ୍କା ମୁଲ୍ୟରୁ ଅଧିକ ପରିମାଣର ଡ୍ରଗ୍ସ ମିଳିଥିବା ନେଇ ସୂଚନା ଦେଇଛନ୍ତି ଗୌରବ ଯାଦବ। ଏହି ଡ୍ରଗ୍ସ ମିଳିବା ପରେ ବିଏସଏଫ ଏହାକୁ ଜବତ କରିବା ସହ ସ୍ଥାନୀୟ ପୋଲିସକୁ ଏହି ମାମଲା ହସ୍ତାନ୍ତର କରିଛି। 

ଏହି ଘଟଣା ଘଟିବା ପରେ ବିଏସଏଫ ହାଇ ଆଲର୍ଟ ଜାରି କରିବା ସହ ସୀମାନ୍ତ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଜାରି କରିଛି। ଭାରତର ବିଭିନ୍ନ ସୁରକ୍ଷା ଏଜେନ୍ସି ମାନେ ମଧ୍ୟ ଏନେଇ ସତର୍କ ହେବା ସହ ଏହି ଘଟଣା ଉପରେ କଡା ନଜର ରଖିଛନ୍ତି। ଚଳିତ ବର୍ଷ ଏହିଭଳି ସମାନ ଅନେକ ଘଟଣା ଦେଖିବାକୁ ମିଳିଲାଣି। ଯାହା ଦେଶ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ହୋଇପଡିଛି। 

ଆପଣଙ୍କୁ ଜଣାଇରଖୁ ଯେ ଗତ ମାର୍ଚ୍ଚ ୧୩ ତାରିଖ ଦିନ ଗଜସିଂପୁର ଥାନା ଅଧିନରେ ଥିବା ଚେକ ପୋଷ୍ଟରେ ଯାଞ୍ଚ ସମୟରେ ବିଏସଏଫ ୧.୬ କିଗ୍ରା ଡ୍ରଗ୍ସ ଜବତ କରିଥିଲା। ସେହିଭଳି ଗତ ମାର୍ଚ୍ଚ ୨୦ ତାରିଖରେ ମଧ୍ୟ ରାୱଲା ଅଞ୍ଚଳରେ ଦେଖାଦେଇଥିବା ଅନ୍ୟଏକ ଡ୍ରୋନରୁ ତିନି କିଲୋ ଓଜନର ଡ୍ରଗ୍ସ ଜବତ ହୋଇଥିଲା। ସେହିଭଲି ଏପ୍ରିଲ ୨ ତାରିଖରେ ସୀମା ନିକଟରେ ଗଳିପଡିଥିବା ଏକ ଡ୍ରୋନରୁ ବିଏସଏଫ ୫୦୦ ଗ୍ରାମ ଏଜନର ହିରୋଇନ ଜବତ କରିଥିଲା। ଯାହାର ଆନୁମାନିକ ମୁଲ୍ୟ ୨୫ କୋଟି ଟଙ୍କା ହେବ ବୋଲି ଜଣାପଡିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.