ନୂଆଦିଲ୍ଲୀ ୨୮/୧୧: ପାକିସ୍ତାନର ଜଣେ ଯୁବକ ଏବେ ଚର୍ଚ୍ଚାରେ । ନିକଟରେ ଅନୁଷ୍ଠିତ ନିଜ ବିବାହ ଦିନ ସେ ସଂପୂର୍ଣ୍ଣ ଭାବେ ନୋଟ୍‌ରେ ତିଆରି ୩୫ ଫୁଟ ଲମ୍ବା  ଏକ ବରମାଳା ପିନ୍ଧିଥିଲେ । ସେଥିରେ ଲାଗିଥିବା  ୨୦୦୦ଟି ନୋଟ୍‌ର ମୂଲ୍ୟ ପାକିସ୍ତାନୀ ମୁଦ୍ରାରେ  ପ୍ରାୟ ୧ ଲକ୍ଷ ହେବ । ଘଟଣାର ଭିଡିଓ ସୋସିଆଲ୍‌  ମିଡିଆରେ ଭାଇରାଲ୍‌ ହେଉଛି । 

ରିପୋର୍ଟ  ଅନୁସାରେ, ବର ପାକିସ୍ତାନର ପଞ୍ଜାବ ପ୍ରଦେଶର  କୋଟଲା ଜାମ୍‌ ଅଞ୍ଚଳର ନିବାସୀ । ବରମାଳାକୁ  ତାଙ୍କର ଭାଇ ତାଙ୍କୁ ଉପହାର ଭାବେ ଦେଇଥିଲେ ।  ତାହା ୫୦ ଓ ୭୫ ଟଙ୍କିଆ ନୋଟ୍‌ ଦ୍ୱାରା ପ୍ରସ୍ତୁତ  ହୋଇଥିଲା । ୩୫ ଫୁଟ ଲମ୍ବା ବରମାଳାକୁ  ୬-୭ ଜଣ ଲୋକ ଧରି ତାଙ୍କ ନିକଟରେ  ପହଞ୍ଚାଇଥିଲେ । ପରେ ତାକୁ ତାଙ୍କ ବେକରେ  ଲମ୍ବା ଯାଇଥିଲା । ଏହି ସମୟରେ ଅତିଥିମାନେ  ବରମାଳାକୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ।  ଇନ୍‌ଷ୍ଟାଗ୍ରାମରେ ଭିଡିଓକୁ ବହୁ ସଂଖ୍ୟାରେ ଲୋକେ  ଲାଇକ୍‌ କରିଛନ୍ତି । ପୂର୍ବରୁ ପଞ୍ଜାବର ଆଉ ଜଣେ  ବର ନୋଟ୍‌ରେ ତିଆରି ୩୦ ଫୁଟର ଏକ ବରମାଳା  ପିନ୍ଧିଥିଲେ । ତାର ମୂଲ୍ୟ ପ୍ରାୟ ୫ ଲକ୍ଷ ଥିଲା ।