ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ଭାରତର ସାମରିକ ଘାଟି ଉପରେ ପାକିସ୍ତାନର ଟାର୍ଗେଟ ଫେଲ୍, ପାଲଟା ଆକ୍ରମଣରେ ପାକ୍‌ର HQ-9 ରାଡାର ସିଷ୍ଟମ୍ ଧ୍ୱଂସ

Published By : Prameya | May 8, 2025 4:00 PM

ନୂଆଦିଲ୍ଲୀ,୮।୫: ପାକିସ୍ତାନଠାରୁ ପହଲଗାମ ହମଲାର ପ୍ରତିଶୋଧ ନେଇଛି ଭାରତ। ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଛି। ତେବେ ଏହା ମଧ୍ୟରେ ଆସିଛି ଆଉ ଏକ ବଡ଼ ଖବର । ANI ରିପୋର୍ଟ ଅନୁଯାୟୀ, ଭାରତର ଟାର୍ଗେଟରେ ପାକିସ୍ତାନର HQ-9 ଏୟାର ଡିଫେନ୍ସ ସମ୍ପୂର୍ଣ୍ଣ ଭାବରେ ହୋଇଛି ଧ୍ବସ୍ତବିଧ୍ବସ୍ତ।

ପାକିସ୍ତାନର ହୀନ ଉଦ୍ୟମ ମାରିଲା ଫେଲ୍। ଗତକାଲି ବିଳମ୍ବିତ ରାତିରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଥିବା ସାମରିକ ଘାଟିକୁ ଟାର୍ଗେଟ କରିଥିଲା ପାକିସ୍ତାନ। ଏହି ସବୁ ସ୍ଥାନ ଗୁଡିକ ଭିତରେ ଥିଲା ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମୃତସର, କପୁରଥଲା, ଜଳନ୍ଦର, ଲୁଧିୟାନା, ଆଦମପୁର, ଭଟିଣ୍ଡା, ଚଣ୍ଡୀଗଡ, ନାଲ, ପାଲହୋଣି, ଉତ୍ତରଲାଇ ଏବଂ ଭୁଜ୍।  ତେବେ ଭାରତୀୟ ସେନା ଏହି ହମଲାକୁ ୟୁଏଏସ୍ ଗ୍ରୀଡ୍ ଓ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା କରିଥିଲା ପ୍ରଭାବହୀନ। ଏହି ଆକ୍ରମଣ ପରେ ଏୟାର  ଭଗ୍ନାଂବଶେଷ ବହୁ ସ୍ଥାନରୁ ଉଦ୍ଧାର କରାଯାଇଛି। ଏହାର ଜବାବରେ ଆଜି ସକାଳେ ପାକିସ୍ତାନର ଏକାଧିକ ସହର ଉପରେ  ଆକ୍ରମଣ କରିଥିଲା ଭାରତ। ଲାହେର ଏବଂ କରାଚୀ ସହ ପାକିସ୍ତାନର ଅନ୍ୟ ବଡ଼ ସହରକୁ  ଭାରତ ଡ୍ରୋନ୍ ମାଡ଼ କରିଥିଲା। ଏହି ସମୟରେ ଭାରତ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲା। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲାହୋରରେ ଥିବା ପାକିସ୍ତାନୀ ଏୟାର ଡିଫେନ୍ସ ସିଷ୍ଟମ HQ-9 ସମ୍ପୂର୍ଣ୍ଣ ଭାବରେ ହୋଇଛି ଧ୍ବସଂ।

ଚୀନ୍‌ ଦ୍ବାରା ନିର୍ମିତ HQ-9 ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନର ବହୁସ୍ତରୀୟ ପ୍ରତିରକ୍ଷା ନେଟଓ୍ବର୍କର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ମନେକରାଯାଏ।  ତେବେ ଭାରତର ଟାର୍ଗେଟରେ HQ-9 ଲଞ୍ଚର ଓ ଏହାର ରାଡାର ସିଷ୍ଟମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଯାହା ଯୋଗୁଁ ପାକିସ୍ତାନର ବାୟୁ ପ୍ରତିରକ୍ଷା କ୍ଷମତା ପ୍ରଭାବିତ ହୋଇଛି। ଏହା ପୂର୍ବରୁ  ମଙ୍ଗଳବାର ଅଧା ରାତିରେ  ‘ଅପରେସନ୍ ସିନ୍ଦୁର’ ଆଗରେ  ଏଚକ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ ମାରିଥିଲା ଫେଲ।    ଭାରତର  ଟାର୍ଗେଟକୁ  କରିପାରିନଥିଲା  ଟ୍ରାକ୍।   ଏହାକୁ   ୨୦୨୧ରେ ପାକିସ୍ତାନ ତା’ର ସେନାରେ ସାମିଲ କରିଥିଲା । ଏହାର ରେଞ୍ଜ ୧୨୫ରୁ ୨୦୦କିଲୋମିଟର । ସେଭଳି  ୧୦୦ ଟାର୍ଗେଟକୁ  ଟ୍ରାକ୍ କରିବାର କ୍ଷମତା ରଖିଥିଲା। ଭାରତର ରାଫେଲ, ସୁଖୋଇ, ବ୍ରହ୍ମୋସକୁ ଜବାବ ଦେବ ବୋଲି HQ-9 ଉପରେ ଭରସା କରିଥିଲା ପାକିସ୍ତାନ । ଏପରିକି  ଭାରତର ଏସ-୪୦୦ସହ ତୁଳନା କରୁଥିଲା ଆତଙ୍କୀସ୍ଥାନ । ହେଲେ  ଭାରତର ରଣନୀତି ଆଗରେ ଫେଲ୍ ମାରିଥିଲା HQ-9 । ଏବେ ରାଡାର ସିଷ୍ଟମ ଧ୍ୱଂସ ହେବା ପରେ ପାକିସ୍ତାନର ସବୁ ଆଶା ଭରସା ଧୂଳିସାତ ହୋଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.