ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ପାକିସ୍ତାନର ହଜିବ ନିଦ; ଭାରତକୁ ମିଳିବ ଆପାଚି ହେଲିକପ୍ଟରର ପ୍ରଥମ ବ୍ୟାଚ, ଏଲଓସିରେ ହେବ ମୃତୟନ

Published By : Bijay Swain | July 2, 2025 7:20 PM

Image courtesy: indiatoday

ନୂଆଦିଲ୍ଲୀ: ଦୀର୍ଘ ୧୫ ମାସର ପ୍ରତିକ୍ଷା ପରେ ଆମେରିକା ପକ୍ଷରୁ ଭାରତକୁ ଆପାଚି ଆଟାକ୍ ହେଲିକପ୍ଟର ମିଳିବାକୁ ଯାଉଛି। ଅପରେସନ ସିନ୍ଦୁର ପରେ ଭାରତୀୟ ସେନା ଏଲଓସି ନିକଟରେ ନିଜ କମାଣ ସୁଦୃଢ କରିବାକୁ ଚେଷ୍ଟା କରୁଥିବା ବେଳେ ଆମେରିକା ଭାରତକୁ ନିଜର ପ୍ରଥମ ବ୍ୟାଚ୍ ଆପାଚି ହେଲିକପ୍ଟର ଯୋଗାଇବାକୁ ଯାଉଥିବା ନେଇ ସୂଚନା ମିଳିଛି। ସେନା ବହୁ ଜଲଦି ପାକିସ୍ତାନ ନିକଟବର୍ତ୍ତି ସୀମା ନିକଟରେ ଏହାର ବ୍ୟବହାର କରିବ ବୋଲି ଆଶା କରାଯାଉଛି। 

ଆପଣଙ୍କୁ ଜଣାଇରଖୁ ଯେ ଗତ ବର୍ଷ ମାର୍ଚ୍ଚ ମାସରେ ଏଏସି(ଆର୍ମି ଏଭିଏସନ କର୍ପସ) ନିଜ ଅଧିନରେ ପ୍ରଥମ ଆପାଚି ସ୍କ୍ୱାଡର୍ନ ଆରମ୍ଭ କରିଥିଲା। ତେବେ ଏହି ସ୍କ୍ୱାଡର୍ନ ଆରମ୍ଭ ହେବାର ବର୍ଷକରୁ ଅଧିକ ସମୟ ପରେ ଏଏସିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଆଟାକ୍ ହେଲିକପ୍ଟର ମିଲିବାକୁ ଯାଉଛି। 

ଆମେରିକା ଦ୍ୱାରା ଭାରତୀୟ ସେନାକୁ ଯୋଗାଣ ହେବାକୁ ଥିବା ଏହି ଆପାଚି ଏଏଚ୍-64ଇ ଆଟାକ୍ ହେଲିକପ୍ଟରରେ ପୂର୍ବରୁ ମଧ୍ୟ ବିଳମ୍ବ ପରିଲକ୍ଷିତ ହୋଇଛି। ୨୦୨୦ ମସିହାରେ ଭାରତ ୬୦୦ ମିଲିୟନ ଡଲାରରେ ଆମେରିକାଠୁ ୬ଟି ଆପାଚି ହେଲିକପ୍ଟର କିଣିବା ନେଇ ଚୁକ୍ତି କରିଥିଲା। ଯାହା ୨୦୨୪ ମସିହା ମେ-ଜୁନ ମାସ ସୁଦ୍ଧା ଭାରତୀୟ ସେନାରେ ସାମିଲ ହେବା ନେଇ ଲକ୍ଷ୍ୟ ରହିଥିଲା। ତେବେ ପରେ ଅନିର୍ଦ୍ଧିଷ୍ଟ କାରଣ ଯୋଗୁଁ ଆମେରିକା ଏହି ଯୋଗାଣ ପ୍ରକ୍ରିୟା ୨୦୨୪ ମସିହା ଡିସେମ୍ୱର ମାସ ସୁଦ୍ଧା ପୁରା ହେବ ବୋଲି ଘୋଷଣା କରିଥିଲା। 

ଏହି ସମୟକାଳ ମଧ୍ୟରେ ଆମେରିକା ଦେଇଥିବା ପ୍ରତିଶ୍ରୁତିକୁ ପୁରା କରିପାରି ନଥିଲା। ତେବେ ମିଳିଥିବା ସଦ୍ୟତମ ସୂଚନା ମୁତାବକ ଏହି ଚୁକ୍ତିର ପ୍ରଥମ ବ୍ୟାଚ ହେଲିକପ୍ଟର ଗୁଡିକ ଚଳିତ ମାସରେ ଭାରତୀୟ ସେନାକୁ ମିଳିବାକୁ ଯାଉଛି। ଦୁଇଦେଶ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ, ଭାରତକୁ ମିଳିବାକୁ ଥିବା ୬ଟି ହେଲିକପ୍ଟରକୁ ଆମେରିକା ତିନୋଟି ପର୍ଯ୍ୟାୟରେ ଦୁଇ ଦୁଇଟି କରି ଯୋଗାଇବ ବୋଲି ଉଲ୍ଲେଖ ହୋଇଥିଲା। ତେବେ ପ୍ରଥମ ବ୍ୟାଚ୍ ମିଳିବାରେ ବିଳମ୍ୱ ହେଇଥିବାରୁ ପରବର୍ତ୍ତୀ ବ୍ୟାଚ ଗୁଡିକ ମଧ୍ୟ ବିଳମ୍ୱରେ ମିଳିବ ବୋଲି ଅନୁମାନ କରାଯାଉଛି।

ଏହି ଆପଚି ଆଟାକ ହେଲିକପ୍ଟର ଗୁଡିକ ପାକିସ୍ତାନ ନିକଟବର୍ତ୍ତୀ ସୀମାରେ ସେନାକୁ ଯଥେଷ୍ଟ ଶକ୍ତି ସାମର୍ଥ୍ୟ ବୃଦ୍ଧି କରିବ। ଏହି ନୂତନ ପିଢିର ଚପର ନିଜର ଆକ୍ରମଣାତ୍ମକ ମାରକ କ୍ଷମତା ଏବଂ ଉନ୍ନତ ଟାର୍ଗେଟିଂ ସିଷ୍ଟମ ପାଇଁ ବେଶ ପ୍ରସିଦ୍ଧ। ଭାରତୀୟ ସେନାକୁ ସୀମା ନିକଟବର୍ତ୍ତୀ ଶତ୍ରୁପକ୍ଷଙ୍କ ଉପରେ ନଜର ରଖିବାକୁ କମ ସେ କମ 3ଟି ଆପାଚି ହେଲିକପ୍ଟରର ଆବଶ୍ୟରତା ରହିଛି। 

ଭାରତୀୟ ବାୟୁସେନା ନିଜ ଦଳରେ ୨୦୧୫ ମସିହାରୁ ୨୨ଟି ଆପାଚି ହେଲିକପ୍ଚର ସାମିଲ କରିସାରିଛି। ହେଲେ ଏଯାଏ ଭାରତୀୟ ସ୍ଥଳ ସେନା ନିକଟରେ ଗୋଟିଏ ବି ଆପାଚି ହେଲିକପ୍ଚର ନଥିଲା। ତେବେ ବହୁ ଜଲଦି ଭାରତୀୟ ସେନା ଏହି ଘାତକ ହେଲିକପ୍ଟର ବ୍ୟବହାର କରି ଶତ୍ରୁପକ୍ଷଙ୍କୁ ଉପଯୁକ୍ତ ଯବାବ ଦେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.