ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

"ସମସ୍ତେ ତାକୁ ଭଲ ପାଉଛନ୍ତି..." ଇର୍ଷା ଯୋଗୁଁ ଭଉଣୀକୁ ହତ୍ୟା କଲା ନାବାଳକ ଭାଇ

Published By : Rasmita Pradhan | March 3, 2025 9:50 AM

ପାଲଘର, ୦୩/୦୩ : ସବୁ ଭାଇ-ଭଉଣୀଙ୍କ ମଧ୍ୟରେ ଥାଏ ଖଟାମିଠାର ସମ୍ପର୍କ। ଝଗଡ଼ା ଲାଗନ୍ତି... ମାରପିଟ୍ ବି ହୁଅନ୍ତି। ଜଣଙ୍କର ଭଲ ଡ୍ରେସ୍ ଆସିଲେ ଆର ଜଣଙ୍କ ଇର୍ଷା କରେ। ସେହିପରି ଘରଲୋକ ଜଣଙ୍କୁ ଗେହ୍ଲା କଲେ ଆଉ ଜଣେ ମୁହଁ ଫୁଲେଇ ଦିଏ। ଏଇତ ସାଧାରଣ କଥା ସବୁ ଭାଇ ଭଉଣୀଙ୍କ ଭିତରେ ଏମିତି ହୁଏ। ହେଲେ ଏହି ଇର୍ଷାରୁ ଜଣେ ଭାଇ ଯେ ତାର ଭଉଣୀର ଜୀବନ ନେଇଯିବ ତାହା କେହି କେବେ ଭାବି ନଥିବେ। ମହାରାଷ୍ଟ୍ରର ପାଲଘରରେ ଘଟିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା। ୬ ବର୍ଷର ଭଉଣୀକୁ ପଥରରେ ଛେଚି ହତ୍ୟା କରିଛି ୧୩ ବର୍ଷୀୟ ଭାଇ। 

ସୂଚନାନୁଯାୟୀ, ଶନିବାର ପାଲଘର ପେହ୍ଲାର ଥାନା ନାଲାସୋପାରା ଅଞ୍ଚଳରେ ଏକ ୧୩ ବର୍ଷର ନାବାଳକ ତାର ୬ ବର୍ଷର ଭଉଣୀକୁ ପାହାଡ଼ ଉପରକୁ ଡାକିନେଇ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା। ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ନିକଟରେ ଥିବା ଏକ କମ୍ପାନୀର ସିସିଟିଭି ଫୁଟେଜ ଛାନଭିନ୍ କରିବାରୁ ନାବାଳକ ଭାଇ ଭଉଣୀକୁ ସାଙ୍ଗରେ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ପୋଲିସ ନାବାଳକକୁ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ନାବାଳକ ତାର ଦୋଷ ସ୍ଵୀକାର କରିଛି। ଘରଲୋକ ସବୁ ଭଉଣୀକୁ ଗେହ୍ଲା କରୁଥିବାରୁ ଇର୍ଷାରେ ଜର୍ଜରିତ ହୋଇ ହତ୍ୟା କରିଥିବା କହିଛି। ସୋମବାର ଭୋର୍ ସାଢେ ୪ଟା ବେଳେ ଶ୍ରୀରାମନଗର ପାହାଡ଼ ଉପରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ନାବାଳକ ଜଣଙ୍କ ରମନ ରାଘବ ନାମକ ଏକ ସିରିୟଲ କିଲର ଫିଲ୍ମ ଦେଖି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି।

ଏହି ଖବରଟିକୁ ପଢନ୍ତୁ-ଇଅରଫୋନ୍ ବ୍ୟବହାର କରୁଥିଲେ ସାବଧାନ୍ ; ଗାଇଡଲାଇନ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.