ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ପାଲିଆ ଛତ୍ରପୁର ମଝିସାହିରେ ରସି ଲଗାଇ ଝୁଲିପଡ଼ିଲେ ଯୁବକ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

Published By : Swapna Ray | May 15, 2025 11:39 AM

ଛତ୍ରପୁର, ୧୫।୫: ବେକରେ ରସି ଲଗାଇ ଝୁଲିପଡ଼ିଲେ ଯୁବକ । ଛତ୍ରପୁରଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ମଝିସାହିରେ ଜଣେ ଯୁବକ ଲୁଗାସହ ଛାତର କ୍ଲାମ୍ପକୁ ବାନ୍ଧି ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ଆତ୍ମହତ୍ୟା କରିଥିବା ଯୁବକ ଜଣକ ୨୮ ବର୍ଷୀୟ ଟି. ରାଜା ସ୍ୱାଇଁ l ନିଜ ଘରର ଦାଣ୍ଡ ପଟ ଏବଂ ବାରି ପଟ ଉଭୟ କବାଟ ଭିତର ପଟୁ ତାଲା ପକାଇ ରାଜା ଆତ୍ମହତ୍ୟା କରିଥିବା ସୂଚନା l 

ଗତ ୨-୩ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରାଯାଉଛି l ଘରୁ ଦୁର୍ଗନ୍ଧ ହେବା ପରେ ଗାଁ ଲୋକ ପୁଲିସକୁ ଖବର ଦେଇଥିଲେ l ପୁଲିସ ଏଏସଆଇ କାଳୁ ଚରଣ ସ୍ୱାଇଁ ଏବଂ କବିତା ବେହେରା ଘଟଣାସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗି ଶବକୁ ଉଦ୍ଧାର କରିଛନ୍ତି l ତେବେ ଯୁବକ ଜଣ କାହିଁକି ଆତ୍ମହତ୍ୟା କରିଛନ୍ତି, ତା’ର କାରଣ ଜଣାପଡ଼ିନାହିଁ l ପୁଲିସ ମାମଲାର ତଦନ୍ତ ଜାରି ରଖିଛି । କହିରଖୁ କି, ରାଜା ଘରେ ଏକା ରହୁଥିଲେ l ତାଙ୍କ ପରିବାରର ଅନ୍ୟ ସଦସ୍ୟ ଚେନ୍ନାଇରେ ରହୁଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.