ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୪ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ, ୩ଟି ସ୍ତରରେ ଦିଆଯିବ ପୁରସ୍କାର

Published By : Rasmita Pradhan | July 28, 2025 12:02 PM

ଭୁବନେଶ୍ଵର, ୨୮/୦୭ : ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।  ବିଭିନ୍ନ କାମକୁ ଆଧାର କରି ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଏହି ପୁରସ୍କାର ଦିଆଯିବ। ଟପ୍ ୩ ଜିଲ୍ଲା ପଞ୍ଚାୟତ ସଂସାଧନ କେନ୍ଦ୍ର ପୁରସ୍କାର ପାଇଁ ଯୋଗ୍ୟ ବିଚାର କରାଯିବ। ମନରେଗା, ସ୍ବଚ୍ଛତା- ବାହ୍ୟ ମଳମୁକ୍ତ, ଜଳ ଜୀବନ ମିଶନ, ସୁଶାସନ, ଦକ୍ଷତା ବିକାଶ, ଆୟ ସ୍ରୋତ ବୃଦ୍ଧି, ଅନଲାଇନ ଅଡିଟରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ଆଦି ପରି ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଆଧାରରେ ଏହି ପୁରସ୍କାର ସବୁ ଦିଆଯିବ। ରାଜ୍ୟ ସ୍ତରରୁ ବ୍ଲକ ଯାଏଁ ୨୫ ଲକ୍ଷ ଟଙ୍କା ଅର୍ଥରାଶିରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପ୍ରଦାନ କରାଯିବ। 

LSDGର ବିଷୟ ସମ୍ପର୍କିତ ବିକାଶ କାର୍ଯ୍ୟ, ଯେଉଁ ବିଷୟ ଅନୁସାରେ ପୁରସ୍କାର ମିଳିଛି, ସେହି ବିଷୟ ସମ୍ପର୍କିତ ବିକାଶ କାର୍ଯ୍ୟରେ ବ୍ୟବହାର, ସାମୁଦାୟିକ ଢାଞ୍ଚା ବିକାଶ, ରାସ୍ତା, ଘାଟ, ପାନୀୟଜଳ, ଅନ୍ୟାନ୍ୟ ସାଧାରଣ ଢାଞ୍ଚା, ସ୍ବାସ୍ଥ୍ୟ ଶିବିର ଆୟୋଜନ, ଚିକିତ୍ସା ଶିବିର, ମହିଳା/ଶିଶୁ ସ୍ବାସ୍ଥ୍ୟ ଉପକ୍ରମ,  ଡିଜିଟାଲ ଓ ସାର୍ବଜନୀନ ଲାଇବ୍ରେରୀ, ଡିଜିଟାଲ କ୍ଲାସ୍ ରୁମ୍, ଉନ୍ନ‌ତ ପାଠପାଠନ ସୁବିଧା ଅନଲାଇନ୍ ଅଡିଟ୍ ସଂପାଦନ, ଉତ୍କୃଷ୍ଟ ବିଷୟ ଭିଭିକ GPDP ପ୍ରସ୍ତୁତି, eGS portal ରେ GP ପ୍ରୋଫାଇଲ ଅପଡେଟ୍ ଓ ଅନ୍ୟାନ୍ୟ ମାନଦଣ୍ଡ ଆଧାରରେ ପୁରସ୍କାର ରାଶି ମିଳିବ। ରାଜ୍ୟ ପଞ୍ଚାୟତ ପୁରସ୍କାର ଓ ପ୍ରୋତ୍ସାହନ ରାଶିର ରାଜ୍ୟସ୍ତରୀୟ ପୁରସ୍କାର ସ୍ଥାନୀୟ କ୍ଷେତ୍ରର ସ୍ଥାୟୀ ଉନ୍ନତି ଲକ୍ଷ୍ୟ (Localized SDGs - LSDGs)ର ୯ଟି ବିଷୟ ଉପରେ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ଦେଖାଇଥିବା ଟପ୍ ୩ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦମାନେ ପ୍ରୋତ୍ସାହନ ପାଇଁ ଯୋଗ୍ୟ ହେବେ। ଏଥିସହିତ, LSDGsର ପ୍ରତ୍ୟେକ ବିଭିନ୍ନ ବିଷୟ ଉପରେ ଟପ୍ ୩ ଗ୍ରାମ ପଞ୍ଚାୟତମାନେ ପ୍ରତ୍ୟେକ ବିଷୟ ପାଇଁ ଅଲଗା ଭାବେ ପ୍ରୋତ୍ସାହନ ପୁରସ୍କାର ପାଇବେ । ପ୍ରଥମ  ସ୍ଥାନ ଅଧିକାର କରିଥିବା ପଞ୍ଚାୟତକୁ ଯଥାକ୍ରମେ ୨୫ ଲକ୍ଷ ଟଙ୍କା, ଦ୍ଵିତୀୟରେ ୨୦ ଲକ୍ଷ ଟଙ୍କା, ଓ ତୃତୀୟ ରେ ୧୫ ଲକ୍ଷ ଟଙ୍କା ପୁସ୍କାର ରାଶି ପ୍ରଦାନ କରାଯିବ। 

ଜିଲ୍ଲା ସ୍ତରରେ ପ୍ରତ୍ୟେକ ଜିଲ୍ଲାରେ LSDG ବିଷୟ ଅନୁଯାୟୀ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ଦେଖାଇଥିବା ଟପ୍ ୩ ଗ୍ରାମ ପଞ୍ଚାୟତମାନେ ପ୍ରାଥମିକ ଅର୍ଥରାଶି ପୁରସ୍କାର ପାଇବେ। ପ୍ରଥମକୁ ୧୫ ଲକ୍ଷ, ଦ୍ବିତୀୟକୁ ୧୦ ଲକ୍ଷ, ଓ ତୃତୀୟକୁ ୫ ଲକ୍ଷର ରାଶି ପ୍ରଦାନ କରାଯିବ । ପ୍ରତ୍ୟେକ ବ୍ଲକ୍ ସ୍ତରରେ ଟପ୍ ୩ ଗ୍ରାମ ପଞ୍ଚାୟତମାନେ ସ୍ମାରକ କୃତଜ୍ଞତା ପତ୍ର ପାଇବେ। ପୁରସ୍କାର ବାବଦରେ ପ୍ରଥମକୁ ୩ ଲକ୍ଷ, ଦ୍ବିତୀୟକୁ ୨ଲକ୍ଷ ଓ ତୃତୀୟକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ରାସ୍ତା ଘାଟ, ପାନୀୟ ଜଳ, ଡିଜିଟାଲ କ୍ଷେତ୍ରରେ ଅନଲାଇନ ବ୍ୟବସ୍ଥା ସୁଦୃଢ଼ କରିବେ। ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରିବେ। ଅଙ୍ଗନବାଡି କେନ୍ଦ୍ରର ମରାମତିକୁ ଗୁରୁତ୍ୱ ଦେବେ। ଖେଳ ପଡ଼ିଆ ଓ ଖେଳ ସାମଗ୍ରୀର ଉନ୍ନତି ଆଦିକୁ ଗୁରୁତ୍ୱ ଦିଆଯିବ। ଜନତାଙ୍କୁ ଭଲ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ବାଚିତ ହୋଇଥିବା ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ପଞ୍ଚାୟତର ସାମାଜିକ କର୍ମୀଙ୍କର ମଧ୍ୟ ଗୁରୁଦାୟିତ୍ୱ ରହିଛି ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜମନ୍ତ୍ରୀ ରବି ନାଏକ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.