ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଗୋଚ୍ଛାପଡ଼ା ନୂତନ ବ୍ଲକ ହେଲେ ସାମିଲ ହେବେନି ପାଙ୍ଗା ଉପର ସାହି ପଞ୍ଚାୟତବାସୀ , ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

Published By : Suraj Kumar | May 19, 2025 8:43 PM

ଫିରିଙ୍ଗିଆ, ୧୯/୫:  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ାକୁ ନୂତନ ବ୍ଲକ ଗଠନ କରିବାକୁ ଦୀର୍ଘ ବର୍ଷ ହେବ ଦାବୀ ହୋଇ ଆସୁଛି l ଆଗାମୀ ଦିନରେ ନୂତନ ବ୍ଲକ ଗଠନ ନେଇଁ ସରକାରଙ୍କ ତରଫରୁ ସବୁଜ ସଂକେତ ଆସିଛି।  ଏହା ପରେ ଗୋଚ୍ଛା ପଡ଼ା ଅଞ୍ଚଳ ବାସୀ ବାରମ୍ବାର ବୈଠକ କରି ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କୁ ଭେଟି ଗୋଚ୍ଛା ପଡ଼ା ବ୍ଲକ ଗଠନ ପାଇଁ ଲିଖିତ ଦାବୀ ଜଣାଇଥିଲେ।  ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ଆଲୋଚନା କରିବା ସହ ଲିଖିତ ଭାବରେ ଦାବିପତ୍ର ପ୍ରଦାନ କରିଛନ୍ତି l 

ଏହି ପରିସ୍ଥିତିରେ ଫିରିଙ୍ଗିଆ ବ୍ଲକରେ ୨୪ ଟି ପଞ୍ଚାୟତରୁ ଅନ୍ୟୁନ ୧୨ ଟି ପଞ୍ଚାୟତକୁ ସାମିଲ କରିବାକୁ ଗୋଚ୍ଛାପଡ଼ା ଅଞ୍ଚଳବାସୀ ଜୋରଦାର ଉଦ୍ୟମ କରୁଛନ୍ତି l ଏହି ଗୋଚ୍ଛାପଡ଼ା ବ୍ଲକ ଗଠନ ପାଇଁ ବ୍ଲକର ପାଙ୍ଗା ଉପରସାହି ପଞ୍ଚାୟତକୁ ସାମିଲ କରିବାକୁ ଗୋଚ୍ଛାପଡ଼ାରୁ ଏକ ପ୍ରତିନିଧି ଦଳ ଆଲୋଚନା ପାଇଁ ପାଙ୍ଗା ଉପର ସାହିକୁ ଯାଇ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କୁ ପାଙ୍ଗା ଉପରସାହି ପଞ୍ଚାୟତ ସାମିଲ ହେବା ନେଇଁ ଦାବୀ କରିଥିଲେ।

ଫିରିଙ୍ଗିଆ ବ୍ଲକରେ ସମସ୍ତ ସୁବିଧା ଥିବାରୁ ନୂତନ ବ୍ଲକ ଗୋଚ୍ଛାପଡ଼ା ଗଠନ ହେଲେ ମଧ୍ୟ ଗୋଚ୍ଛାପଡ଼ା ବ୍ଲକରେ ସାମିଲ ନ କରିବାକୁ ସମସ୍ତ ପଞ୍ଚାୟତ ବାସୀ ଜିଲ୍ଲା ପାଳଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି l ଏଥି ସହିତ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁଖ୍ୟମନ୍ତ୍ରୀ, ପଞ୍ଚାୟତ ରାଜ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଛନ୍ତି l ଆଗାମୀ ଦିନରେ  ଗୋଚ୍ଛା ପଡ଼ା ନୂତନ ବ୍ଲକ ଗଠନ ହେଲେ ମଧ୍ୟ ଫିରିଙ୍ଗିଆ ବ୍ଲକ ରେ ହିଁ ପାଙ୍ଗା ଉପର ସାହି ପଞ୍ଚାୟତ ବାସୀ ରହିବା ପାଇଁ ଦାବୀ କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.