ନୂଆଦିଲ୍ଲୀ – ବୋମା ଧମକରେ ସମସ୍ତେ ଛାନିଆଁ। ଘଟଣାଟି ଉତ୍ତର ପ୍ରଦେଶର ବାରଣାସୀରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନରେ ଘଟିଛି। ତରବରରେ ବିମାନଟିକୁ ବାରଣାସୀର ବାବତପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇ ଥିଲା। ବିମାନଟି ରନୱେରେ ଅବତରଣ କରିବା ପୂର୍ବରୁ ସୁରକ୍ଷାକର୍ମୀମାନେ ପହଞ୍ଚି ଯାଇ ଥିଲେ। ଯେତେବେଳେ ବିମାନଟି ଅବତରଣ କଲା, ସେତେବେଳେ ଯବାନମାନେ ବିମାନକୁ ସୁରକ୍ଷା ଘେରକୁ ନେଇ ଯାଇଥିଲେ।

ଲାଇଭହିନ୍ଦୁସ୍ତାନ ଡଟ୍ କମ୍‌ରେ ପ୍ରକାଶିତ ତଥ୍ୟ ଅନୁସାରେ, ହାଇଦ୍ରାବାଦରୁ ବାରଣାସୀ ଯାଉଥିବା ଇଣ୍ଡିଗୋର ବିମାନରେ, ଜଣେ ଯାତ୍ରୀ ଏକ କାଗଜରେ ବୋମାରେ ଉଡ଼ାଇ ଦେବା ସୂଚନା ଲେଖି ବାଥରୁମରେ ପକାଇ ଦେଇଥିଲେ। କିଛି ସମୟ ପରେ, ଯେବେ ବାଥରୁମରେ ଆଉ ଜଣେ ଯାତ୍ରୀ ପହଞ୍ଚିଲେ ତ ସେ ଏହି ଧମକପୂର୍ଣ୍ଣ କାଗଜକୁ ପାଇ ଥିଲେ। ଏହି ସୂଚନା ବିମାନରେ ଥିବା କର୍ମଚାରୀମାନଙ୍କୁ ଦେଇଥିଲେ। ଏହା ପରେ, ବୋମା ସୂଚନାରେ ଆତଙ୍କ ଖେଳି ଗଲା।

ଯେମିତି ଏହି ସୂଚନା ବାବତପୁର ବିମାନବନ୍ଦରରେ ପହଞ୍ଚିଲା , ତ CISF ଯବାନମାନେ ବିମାନ ଅବତରଣ କରିବା ପୂର୍ବରୁ ରନୱେରେ ପହଞ୍ଚି ଯାଇ ଥିଲେ , ବିମାନର ସମ୍ପୂର୍ଣ୍ଣ ତଲାସୀ କରାଯାଇଥିଲା, କିନ୍ତୁ ବୋମାର କୌଣସି ଜିନିଷ ମିଳି ନଥିଲା। ଉଲ୍ଲେଖନୀୟ ଯେ, ଶନିବାର ଦିନ ମଧ୍ୟ ଦିଲ୍ଲୀରୁ ବାଗଡୋଗ୍ରା (ସିଲିଗୁଡି) ଯାଉଥିବା ଏକ ବିମାନ ବାରଣାସୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା, ଯେହେତୁ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ଯାଇଥିଲା। ଅସୁସ୍ଥ ଯାତ୍ରୀଙ୍କୁ ଓହ୍ଲାଇବା ପରେ, ବିମାନଟି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା। ଆକାଶା ଏୟାରଲାଇନ୍ସର ବିମାନ (QP-1833) ମୋଟ ୧୮୫ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ବାଗଡୋଗ୍ରା ଯାତ୍ରା କରୁଥିଲା।