ନୂଆଦିଲ୍ଲୀ : ବିହାର ରାଜନୀତି ନୂଆ । ବିହାରରେ ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ । ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଂସଦ ପପ୍ପୁ ଯାଦବ । ସେ ଟାର୍ଗେଟ କରି କହିଛନ୍ତି କି, ବିଜେପିର ବରିଷ୍ଠ ନେତାଙ୍କ ଚାଲରେ ଫଶିଯାଇଛନ୍ତି ନୀତିଶ କୁମାର । ସମ୍ରାଟ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ବିଜେପିରେ ଅଜବ ନୀରବତା ରହିଛି ।
बिहार के नए CM और उनके सहयोगियों को
— Pappu Yadav (@pappuyadavjapl) April 15, 2026
शपथ एवं दायित्व ग्रहण की बहुत-बहुत बधाई!
बिहार में BJP का पहले मुख्यमंत्री सम्राट जी
बने हैं, पर BJP में अजीब सन्नाटा पसरा है!
क्या नीतीश जी के कोटे से BJP के CM बने हैं?
बीजेपी के सर्वोच्च नेताओं की पर्ची पर
नीतीश जी की मर्जी भारी पड़ गई!
ପପ୍ପୁ ଯାଦବ ନିଜର ପୋଷ୍ଟରେ ଲେଖିଛନ୍ତି କି, ବିହାରର ନୂଆ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସାଥୀଙ୍କୁ ଶୁଭେଚ୍ଛା । ବିହାରରେ ବିଜେପି ପ୍ରଥମ ମୁଖ୍ୟମନ୍ତ୍ରୀ ବନିଛନ୍ତି ସମ୍ରାଟ୍ । ତଥାପି ଦଳରେ ଏତେ ନୀରବତା କାହିଁକି ? କ’ଣ ନୀତିଶଙ୍କ କୋଟାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏମିତି ହେଉଛି କି ? ବିଜେପିର ସର୍ବୋଚ୍ଚ ନେତାଙ୍କ ଚାଲରେ ନୀତିଶ ଫସିଗଲେ । ଏଭଳି ଏକ ପୋଷ୍ଟ ପପ୍ପୁ ଯାଦବ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚର ବିଷୟ ପାଲଟିଛି ।
ସମ୍ରାଟ ଚୌଧୁରୀ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, "ମୁଁ ତୁରନ୍ତ ରାଜ୍ୟର ସମୃଦ୍ଧି ପାଇଁ କାମ କରିବା ଆରମ୍ଭ କରିବି। ଏହା ସ୍ପଷ୍ଟ ହେବା ଉଚିତ ଯେ ବିହାର 'ମୋଦୀ-ନୀତିଶ ମଡେଲ'ରେ ଶାସିତ ହେବ।"
ଏହାସହ ପଢ଼ନ୍ତୁ : ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ : ପୁଅଙ୍କୁ ପଛରେ ପକାଇଲେ ଝିଅ