ଭୁବନେଶ୍ବର : ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ମାନେ CBSE ଅଫିସିଆଲ୍ cbse.gov.in, results.cbse.nic.in, results.digilocker.gov.in ଓ UMANG Appରେ ରେଜଲ୍ଟ ଉପଲବ୍ଧ । ଓ୍ବେବସାଇଟରୁ ଛାତ୍ରଛାତ୍ରୀମାନେ ରେଜଲ୍ଟ ପାଇପାରିବେ । ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୩.୭୦ % । ଗତବର୍ଷ ଥିଲା ୯୩.୬୬% । ଗତବର୍ଷ ତୁଳନାରେ ଚଳିତବର୍ଷ ୦.୦୪ % ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ଚଳିତବର୍ଷ ମଧ୍ୟ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଓଡ଼ିଶାରୁ ଅଛନ୍ତି ୧ଲକ୍ଷ ପରୀକ୍ଷାର୍ଥୀ ।
ସବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାଗୁଡ଼ିକ ସମସ୍ତ ଦିନ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହୋଇଥିଲା ,ସକାଳ ୧୦ଟା ୩୦ ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ,ଛାତ୍ରଛାତ୍ରୀମାନଙ୍କୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସମେତ ପ୍ରତ୍ୟେକ ବିଷୟରେ ଅତି କମରେ ୩୩% ଏବଂ ସାମଗ୍ରିକ ଭାବରେ ୩୩% ନମ୍ବର ରଖିବାକୁ ପଡିବ। ଏହି ନିୟମଗୁଡ଼ିକ ବୋର୍ଡର ସାଧାରଣ ଏବଂ ବର୍ତ୍ତମାନର ନିୟମ ଅଟେ ।
ଚଳିତବର୍ଷ ଦୁଇ ଥର ବୋର୍ଡ ପରୀକ୍ଷା କରିବା ନେଇ CBSE ନିଷ୍ପତି ନେଇଥିବାରୁ ଶୀଘ୍ର ପ୍ରକାଶ ପାଉଛି ରେଜଲ୍ଟ। ମେ’ ୧୫ ରୁ ଦ୍ବିତୀୟ ପର୍ଯ୍ୟାୟ ବୋର୍ଡ ପରୀକ୍ଷା। ଯେଉଁମାନେ ଚାହିବେ ଦ୍ୱିତୀୟ ବୋର୍ଡ ପରୀକ୍ଷା ଦେଇ ପାରିବେ। ସେପଟେ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (#CBSE) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
— Mohan Charan Majhi (@MohanMOdisha) April 15, 2026
ପରୀକ୍ଷା ଫଳାଫଳ ନିର୍ବିଶେଷରେ, ସମସ୍ତେ ଆତ୍ମବିଶ୍ୱାସର ସହ ନୂତନ ଭବିଷ୍ୟତ ଗଠନ ପାଇଁ ଆଗକୁ ବଢ଼ନ୍ତୁ ଓ ଦୃଢ଼ ମନୋବଳ ରଖି ଜୀବନର ପ୍ରତିଟି ଆହ୍ୱାନକୁ…
ଏହାସହ ପଢ଼ନ୍ତୁ : ୩ ଥର ଜିତିଛି ଆଇପିଏଲ ଟ୍ରଫି, ତଥାପି ଲଗାତାର କାହିଁକି ହାରୁଛି KKR ?