ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

‘ଲରେନ୍ସ ବିଷ୍ଣୋଇ ମୋତେ ଜଲଦି ମାରି ଦେଉ, କାରଣ ... ’ ସଲମାନଙ୍କୁ ଧମକ ମାମଲାରେ ପପୁ ଯାଦବଙ୍କ ମନ୍ତବ୍ୟ

Published By : Harapriya Biswal | November 1, 2024 7:33 PM

ପାଟନା,୧।୧୧:  ବିହାରର ନିର୍ଦ୍ଦଳୀୟ ସାଂସଦ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଦୁଇ ଟଙ୍କିଆ ଅପରାଧି ବୋଲି କହିଥିଲେ। ତାଙ୍କର ଏଭଳି ବୟାନ ପରେ ତାଙ୍କୁ ଅଲଗା ଅଲଗା ନମ୍ବରରୁ ଜୀବନରେ ମାରିଦେବାକୁ ଫୋନ୍ କଲ୍ ଆସିଛି। ଏହାକୁ ନେଇ ଏବେ ପପ୍ପ ଯାଦବ କହିଛନ୍ତି, ମୋର କାହା ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ। ମୋ ଜୀବନରେ ଭୟର କୌଣସି ସ୍ଥାନ ନାହିଁ। ଲରେନ୍ସକୁ ଯେବେ ମାରିବାକୁ ଇଚ୍ଛା ହେଉଛି ମୋ‌ତେ ମାରିକି ଯାଇପାରେ। ମୁଁ ଆପଣଙ୍କୁ ରୋକୁନି, ଯେଉଁ ଲୋକ ମୋର ସମାଲୋଚନକା କରିନ୍ତୁ ମୁଁ ଡରି ଯାଇଛି, ତେଣୁ ଭାଇ ମୋତେ ମାରି ଦିଅ ।

ପପୁ ଯାଦବ ଆହୁରି କହିଛନ୍ତି,ମୁଁ ଜଲଦି ମରିବି, ସେଥିପାଇଁ ମୋତେ ମାରି ଦିଅ, ଫଳରେ ହିନ୍ଦୁସ୍ତାନରୁ ସତ ଗାଏବ ହୋଇଯିବ। ମୁଁ ସବୁ କିଛି ଛାଡି ପାରିବି, କିନ୍ତୁ ଡରିକି ବଞ୍ଚିବା ମୋର ଅଭ୍ୟାସ ନୁହେଁ। ନିଜର ବିଚାରଧାରା ସହ ବୁଝାମଣା କରିବିନି। ପପ୍ପୁ ଯାଦବ କହିଛନ୍ତି, ଲରେନ୍ସ ବିଷ୍ଣୋଇର ଫୋନ ଯେତେବେଳେ ଆସିଥିଲା ମୁଁ ତାକୁ କହିଥିଲି ତାକୁ କାହାକୁ ମାରିବାର ଅଛି, ଏହାର ମୋର କାମ। ଲରେନ୍ସ ଯଦି ସଲମାନ ଖାନ୍‌ଙ୍କଚ ମାରିବାକୁ ଚାହେଁ, ତେବେ ମୋତେ ମାରି ଦେ। ମୋର ଏହା ସହ କ’ଣ ଲେଣଦେଣ।  

ପପୁ ଯାଦବ କହିଛନ୍ତି, ସଲମାନଙ୍କୁ ବଞ୍ଚାଇବା ଉଚିତ କି ନାହିଁ ତାହା ସରକାରଙ୍କ ଦାୟିତ୍ବ। ଲୋକ ମୋର ସୁରକ୍ଷାର ଚିନ୍ତା ନକରନ୍ତୁ। ସେ କହିଛନ୍ତି ଦୁଇ ଦିନ ପୂର୍ବେ ମୋତେ ଧମକ ଆସିଥିଲା। ଯେତେବେଳେ ମୁଁ ଝାଡଖଣ୍ଡର ପୂର୍ଣ୍ଣିଆରୁ ଫେରୁଥିଲି।ଉଲ୍ଲେଖନୀୟ ଯେ, ବାବା ସିଦ୍ଧିକିଙ୍କୁ ମୁମ୍ବାଇରେ ହତ୍ୟା ପରେ ପପୁ ଯାଦବ ଲରେନ୍ସକୁ ଦୁଇ ଟଙ୍କିଆ ଅପରାଧି ବୋଲି କହିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.