ପାରାଦୀପ,୦୪/୦୬(ଆପ୍ର): କାଳବୈଶାଖୀ ପ୍ରଭାବ ରେ ପାରାଦୀପ-କଟକ ରାଜ୍ୟ ରାଜପଥ ଜୀବନଯାତ୍ରା ଠପ ହୋଇଯାଇଛି। ଶାରାଳାରୋଡ ନିକଟରେ ରାସ୍ତାରେ ବିରାଟ ଗଛ ପଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉଭୟପଟୁ ଶହ ଶହ ଦୁଇ ଚକିଆ,ଚାରି ଚକିଆ ଯାନ ବାହାନ ଅଟକି ରହିଛି। 

ରାସ୍ତାର ଜୟପୁର ରୁ କୁଜଙ୍ଗ ରାସ୍ତାରେ ଗଛ ଡ଼ାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଘଟଣା ସ୍ଥଳ ରେ କୌଣସି ସରକାରି କର୍ମଚାରୀ ପହଞ୍ଚି ନ ଥିବା ବେଳେ ସ୍ଥାନୀୟ ଲୋକେ ରାସ୍ତାରୁ ଗଛ ଡାଳ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କ ରେ ତିର୍ତ୍ତୋଲ ଥାନା ଅଧିକାରୀ ପିକେ ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲା, ତାଙ୍କ ମୋବାଇଲ ବନ୍ଦ ଥିବାରୁ ପ୍ରତିକ୍ରିୟା ମିଳି ପାରି ନାହିଁ। 

ଯଦୁପୁର ର ଅମର ମାହାଳି କହିଛନ୍ତି ପୁରୀ ଯାଇଥିଲୁ ଯଦୁପୁର ଯିବୁ । ଶାରଳା ରୋଡ ପାଖରେ ଗଛ ପଡ଼ି ରାସ୍ତା ବନ୍ଦ ହୋଇଯାଇଛି। ରାସ୍ତାରେ ଠିଆ ହୋଇଛି। କୌଣସି ସରକାରୀ ଅଧିକାରୀଙ୍କ  ଦେଖା ନାହଁ।