ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପାରାଦୀପ ହେବ ଜାହାଜ ନିର୍ମାଣ ଓ ମରାମତି ହବ୍‌, ନିବେଶ ହେବ ୪ ହଜାର କୋଟି

Published By : Prameya | January 10, 2025 10:18 AM

ଭୁବନେଶ୍ୱର,୧୦/୦୧:  ପାରାଦୀପ ବନ୍ଦର ନିକଟରେ ସ୍ଥାପନ ହେବାକୁ ଯାଉଛି ଜାହାଜ ନିର୍ମାଣ ଓ  ମରାମତି ହବ୍‌ । ଏ ନେଇ ରାଜ୍ୟ ସରକାର ୪ ହଜାର କୋଟିର ସହାୟତା ଯୋଗାଣ ନେଇ ଘୋଷଣା କରିଛନ୍ତି ।  

ସେହିଭଳି ଘରୋଇ କ୍ଷେତ୍ରର ସହଭାଗିତାରେ ଭଦ୍ରକର ଇଞ୍ଚୁଡି  ଏବଂ ଦକ୍ଷିଣ ଓଡ଼ିଶାରେ ବାହୁଡାରେ ୨ ନୂଆ ବନ୍ଦର ମଧ୍ୟ ସ୍ଥାପନା  କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଖଣିଜ ପଦାର୍ଥ ଏବଂ କୋଇଲା  ପରିବହନକୁ ତ୍ୱରାନ୍ୱିତ କରିବା ଲାଗି ରେଳ ଟ୍ରାକ ବିଛାଇବା ଲାଗି  ମଧ୍ୟ ସରକାର ଆଗ୍ରହୀ ରହିଛନ୍ତି  ବୋଲି ଶିଳ୍ପ ସଚିବ ହେମନ୍ତ କୁମାର  ଶର୍ମା ସୂଚନା ଦେଇଛନ୍ତି । 

ଶ୍ରୀ ଶର୍ମା କହିଛନ୍ତି, ୨୦୨୬  ବେଳକୁ ରାଜ୍ୟର ଗ୍ରୀନ ହାଇଡ୍ରୋଜେନ  ମାନୁଫାକଚରିଂ ଫାସିଲିଟିରୁ ଉତ୍ପାଦନ  ହେବା ଆଶା ରହିଛି । ପାରାଦୀପ  ବନ୍ଦର କର୍ତ୍ତୃପକ୍ଷ (ପିପିଏ) ସହ ମିଳିତ  ହୋଇ ଜାହାଜ ନିର୍ମାଣ ଏବଂ ମରାମତି  କେନ୍ଦ୍ର ସ୍ଥାପନ କରାଯିବ । ପ୍ରସ୍ତାବିତ  ୨ ବନ୍ଦରର କ୍ଷମତା ୪୦ ନିୟୁତ ଟନ୍‌  ଲେଖାଏ ରହିବ । 

ସେହିଭଳି ରାଜ୍ୟରେ ଗ୍ଲୋବାଲ ଡାଟା ସେଣ୍ଟର ଏବଂ ଗ୍ଲୋବାଲ  କାପାବିଲିଟି ସେଣ୍ଟର (ଜିସିସି) ସ୍ଥାପନ କରିବାକୁ କମ୍ପାନି ଗୁଡିକୁ  ଉତ୍ସାହିତ କରାଯାଉଛି । ଏବେ ଜିସିସି ନୀତି ଏବଂ ଡାଟା ସେଣ୍ଟର  ନୀତିକୁ ପ୍ରସ୍ତୁତ କରାଯାଉଛି । ଭୁବନେଶ୍ୱରର ଦକ୍ଷିଣ ଭାଗରେ  ୨୫୦ ଏକର ସ୍ଥାନରେ ଇଲେକଟ୍ରୋନିକ ସିଟି ସ୍ଥାପନ ଲକ୍ଷ୍ୟ  ରଖାଯାଇଥିବା ଶ୍ରୀ ଶର୍ମା ଉଲ୍ଲେଖ କରିଛନ୍ତି । 

କଞ୍ଚାମାଲ ପରିବହନକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟ ଅଧିକ  ନିବେଶ ଲାଗି ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରୁଛି । ପ୍ରମୁଖ ପ୍ରକଳ୍ପ ଗୁଡିକୁ  ଧାର୍ଯ୍ୟ ସମୟରେ ଶେଷ କରିବା ଲକ୍ଷ୍ୟ ରହିଛି । ହରିଦାସପୁର- ପାରାଦୀପ ରେଳ ଲାଇନର ଦୋହରୀକରଣ କରାଯାଉଛି ।  

ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଗଠିତ ସ୍ପେଶାଲ  ପରପୋଜ ଭେଇକିଲ (ଏସ୍‌ପିଭି)ରେ ରାଜ୍ୟ ଇକ୍ୱିଟି ହୋଲ୍ଡର  ରହିଛି । ଆବଶ୍ୟକତା ଭିତ୍ତିରେ ରାଜ୍ୟରେ ନିର୍ଦ୍ଦିଷ୍ଟ ଇକ୍ୱିଟି  ଗ୍ରହଣ କରିବାକୁ ପ୍ରତିବଦ୍ଧ ରହିଛି । ବର୍ତ୍ତମାନର ରେଳ କରିଡର  କୋଇଲା ପରିବହନ ଚାହିଦା ପୂରଣ ଲାଗି ପର୍ଯ୍ୟାପ୍ତ ବୋଲି ଶ୍ରୀ  ଶର୍ମା ଉଲ୍ଲେଖ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.