ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଅଙ୍ଗନବାଡି କେନ୍ଦ୍ରରେ ଉଡିଲାନି ପତାକା,କର୍ମୀଙ୍କ ସ୍ଥାନାନ୍ତର ଦାବି କଲେ ଅଭିଭାବକ

Published By : Anindita Ratha | August 16, 2025 1:56 PM

ଆନନ୍ଦପୁର, ୧୬ /୦୮: ଅଙ୍ଗନବାଡି କେନ୍ଦ୍ରରେ ଉଡିଲାନି ପତାକା। କେନ୍ଦ୍ରକୁ ତାଲା ପକାଇ ଅଙ୍ଗନବାଡି କର୍ମୀଙ୍କ  ସ୍ଥାନାନ୍ତର ଦାବି କଲେ ଅଭିଭାବକ। ଯାହାକୁ ନେଇ ସୃଷ୍ଟି ହୋଇଛି ଅପ୍ରିତିକର ପରିସ୍ଥିତି । ତେବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୯ନଂ ୱାର୍ଡରୁ ସାମ୍ନାକୁ ଆସିଛି ଏହି ଘଟଣା । 

ସୂଚନା ମୁତାବକ,  ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ରରେ ଗତ ୧୫ ତାରିଖ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରାଯାଇନଥିଲା । ଏନେଇ ଅଭିଯୋଗ ପରେ ଅଙ୍ଗନବାଡି କର୍ମୀ ନିଜେ ନିଜେ ପତାକା ଉଡାଇ ପିଲାଙ୍କୁ ତିନି ପିସ ବିସ୍କୁଟ ବାଣ୍ଟି ପଳାଇଥିଲେ । ସେହି ଘଟଣାକୁ କେନ୍ଦ୍ରକରି ଶନିବାର ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଅଙ୍ଗନବାଡି କର୍ମୀଙ୍କ  ସ୍ଥାନାନ୍ତର ଦାବି କରିଛନ୍ତି ଅଭିଭାବକ। ଏନେଇ ଘଟଣା ଜାଣିବା ପରେ ୮ ନଂ ଓ ୯ ନଂ କାଉନସିଲର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ବି କୌଣସି ସମାଧାନ ହୋଇପାରିନଥିଲା । ଖବର ପାଇ ସମ୍ପୃକ୍ତ ୱାର୍ଡ ଦାୟିତ୍ୱରେ ଥିବା ସୁପରଭାଇଜରଙ୍କ ଅନୁପସ୍ଥିତରେ ଅନ୍ୟ ଦାୟିତ୍ୱରେ ଥିବା ସୁପରଭାଇଜର ଘଟଣସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ । ହେଲେ ସମସ୍ତ ଅଭିଭାବକ ଅଙ୍ଗନବାଡିରେ ବିଭିନ୍ନ ଅନିୟମିତତା ସମ୍ପର୍କରେ ଦୃଷ୍ଟିକୁ ଆଣିବା ସହିତ ଅଙ୍ଗନବାଡି କର୍ମୀଙ୍କ ସ୍ଥାନାନ୍ତର ଦାବି ଜିଦରେ ଅଟଳ ରହିଥିବା ଜଣାପଡ଼ିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.