ମୁମ୍ୱାଇ : ଗତବର୍ଷ ବଲିଉଡ ଅଭିନେତା ପରେଶ ରାୱଲ ସେତେବେଳେ ଚର୍ଚ୍ଚାକୁ ଆସି ଥିଲେ , ଯେତେବେଳେ ସେ 'ହେରା ଫେରି ୩' ଛାଡ଼ିବାକୁ ଘୋଷଣା କରିଥିଲେ ଏବଂ ଏବେ ଫିଲ୍ମ ନିର୍ମାତା ପ୍ରିୟଦର୍ଶନ କହିଛନ୍ତି ଯେ ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ନାହିଁ। ଏକ ସାକ୍ଷାତକାରରେ ପରେଶ ଫିଲ୍ମ ଛାଡ଼ିବାର କାରଣ କହିବା ସହ ଅକ୍ଷୟ କୁମାରଙ୍କ ଦ୍ୱାରା ପଠାଯାଇ ଥିବା ଲିଗାଲ ନୋଟିସ୍ ବିଷୟରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ପରେଶ ସ୍ପଷ୍ଟ କରିଛନ୍ତି ଯେ, ଫିଲ୍ମ ଛାଡ଼ିବା ସହ ଅକ୍ଷୟଙ୍କ ସହ କାମ କରିବାରେ ଅସହଜ ମନେ କରିବାର କୌଣସି ସମ୍ପର୍କ ନଥିଲା। ସେ କହିଛନ୍ତି, 'ନା, ଏମିତି କିଛି କଥା ନଥିଲା ଯେ, ମୁଁ ଅକ୍ଷୟ କୁମାରଙ୍କ ସହ କାମ କରିବାରେ ଅସହଜ ଅନୁଭବ କରୁଛି। ଏହା କଣ୍ଟ୍ରାକ୍ଟ ସଂପର୍କିତ କଥା ଥିଲା।'

ନିକଟରେ ଭିକ୍କି ଲାଲୱାନୀଙ୍କ ସହ ହୋଇଥିବା ଏକ ଆଲୋଚନାରେ ପରେଶ ରାୱଲ କହିଛନ୍ତି, 'ଯଦି ମୋତେ ଫିଲ୍ମ କରିବାର ଥିଲା, ତେବେ ମୋତେ ଫିରୋଜ (ନାଡିଆଡୱାଲା, ପ୍ରଯୋଜକ)ଙ୍କ ଅନୁମତି ଦରକାର ଥିଲା, କାରଣ ସେ 'ହେରା ଫେରି' ଫ୍ରାଞ୍ଚାଇଜର ଏକମାତ୍ର ମାଲିକ ଏବଂ 'ଆୱାରା ପାଗଲ ଦିୱାନା', 'ୱେଲକମ' ଭଳି ଅନ୍ୟାନ୍ୟ ଫିଲ୍ମର ମଧ୍ୟ। ଯେପର୍ଯ୍ୟନ୍ତ ତାଙ୍କର ଅନୁମତି ମିଳି ନଥିଲା, ମୁଁ କୌଣସି କମିଟମେଣ୍ଟ ଦେଇ ପାରି ନଥାନ୍ତି। ଯେତେବେଳେ ଲିଗାଲ ନୋଟିସ୍ ଆସିଲା, ମୁଁ ଭାବିଲି, 'ମୁଁ ଆଇନଗତ ମାମଲାରେ କାହିଁକି ଫସୁଛି ? ମୁଁ ଏଠାକୁ ଫିଲ୍ମ କରିବାର ମଜା ନେବାକୁ ଆସିଛି ନା ଏଥିରେ ଫସିବା ପାଇଁ ?' ମୁଁ ନିଜକୁ କହିଲି ଯେ , ମୁଁ ଆଉ ଏହାର ପାର୍ଟ ହେବାକୁ ଚାହୁଁ ନାହିଁ।'

ପରେଶ ଫିଲ୍ମ ଛାଡ଼ିବା ପରେ, ଅକ୍ଷୟ ନିଜେ ଏହି ଫିଲ୍ମର ପ୍ରଯୋଜନା ମଧ୍ୟ କରୁଛନ୍ତି, ସେ କଣ୍ଟ୍ରାକ୍ଟ ଭାଙ୍ଗିବା ଓ କ୍ଷତି ପହଞ୍ଚାଇବା ଅଭିଯୋଗ ଆଣି ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଥିଲେ। ଏହି ବିବାଦ ମାସ ମାସ ଧରି ଚାଲି ଥିଲା ଏବଂ ଶେଷରେ ପରେଶ ଏହି ପ୍ରୋଜେକ୍ଟକୁ ଫେରିବା ପରେ ଏହାର ସମାଧାନ ହୋଇ ଥିଲା।

ଅକ୍ଷୟଙ୍କ ଲିଗାଲ ନୋଟିସ୍ ଉପରେ ପ୍ରତିକ୍ରିୟା ଦେଇ ପରେଶ କହିଥିଲେ- ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ, ଲିଗାଲ ନୋଟିସ୍ ଏକ ଇମୋସନାଲ ରିଆକ୍ସନ ଥିଲା। ବୋଧହୁଏ ଅକ୍ଷୟଙ୍କ ଭାବିବାର ଥିଲା ଯେ ,ପରେଶ ମୋତେ ମନା କେମିତି କରି ପାରିବେ?' ସେ ନିଶ୍ଚିତ ଭାବରେ ଇମୋସନାଲ ସମସ୍ୟାରେ ରହି ଥିଲେ। ଆମେ କେବେ ଏକାଠି ବସି ଏ ବିଷୟରେ କଥା ହୋଇ ନାହୁଁ, କିନ୍ତୁ ପରେ ଆମେ ଏକାଠି କାମ କରିଛୁ। ବେଳେବେଳେ ଆପଣଙ୍କୁ ଶବ୍ଦ କହିବାର ମଧ୍ୟ ଆବଶ୍ୟକତା ପଡ଼ି ନଥାଏ। ମତଭେଦ ଦୂର କରିବାର ଏହା ଏକ ଜେଣ୍ଟଲମ୍ୟାନର ତରିକା।

ଆହୁରି ମଧ୍ୟ ପଢନ୍ତୁ - CM Vijay Thalapathy over reels : ରିଲ୍ସ ଓ ସର୍ଟ୍ସକୁ ନେଇ ସମସ୍ୟାରେ ଥାଲାପତି ବିଜୟ , ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦେଲେ ନୂଆ ନିର୍ଦ୍ଦେଶ

ଏବେ ଅଭିନେତାଙ୍କ ମଧ୍ୟରେ ସମାଧାନ ହୋଇ ଯାଇଛି। ପରେଶ ପ୍ରୋଜେକ୍ଟକୁ ଫେରି ଆସିଛନ୍ତି। କିନ୍ତୁ 'ହେରା ଫେରି -୩' ସାମ୍ନାରେ ସମସ୍ୟା ଆସିବା ଜାରି ରହିଛି। ୨୦୨୬ ମସିହାରେ, ଏହି ଫିଲ୍ମ କପିରାଇଟ୍ ବିବାଦରେ ଫସିଯାଇଛି ଯେ , ଫ୍ରାଞ୍ଚାଇଜର ଅଧିକାର ଆଇନଗତ ଭାବେ କାହା ପାଖରେ ରହିଛି। ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସ ସମସ୍ତଙ୍କ ସାମ୍ନାରେ ଏକ୍ସକ୍ଲୁସିଭ୍ ମାଲିକାନା ଅଧିକାର ଦାବି କରି ଥିବା ବେଳେ ବିଭିନ୍ନ ଆଇନଗତ ଆହ୍ୱାନ ଏହି ଅନିଶ୍ଚିତତାକୁ ଆହୁରି ବଢ଼ାଇ ଦେଇଛି। ସେହି ସମୟରେ, ନିର୍ଦ୍ଦେଶକ ପ୍ରିୟଦର୍ଶନ ମଧ୍ୟ ପ୍ରଯୋଜକ ଫିରୋଜ ନାଡିଆଡୱାଲାଙ୍କ ସହ ମତଭେଦ ଦର୍ଶାଇ ପ୍ରୋଜେକ୍ଟ ଛାଡ଼ି ଦେଇ ଥିଲେ। ଏବେ ଓରିଜିନାଲ କାଷ୍ଟ ଫେରିବା ସତ୍ତ୍ୱେ, ଦୀର୍ଘ ଦିନରୁ ଅପେକ୍ଷା କରାଯାଇଥିବା ଏହି କମେଡି ଫିଲ୍ମ ଏବେ ମଧ୍ୟ ଅଟକି ରହିଛି।