ନୂଆଦିଲ୍ଲୀ –ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଗୁରୁବାର ବିଳମ୍ୱିତ ସନ୍ଧ୍ୟାରେ ନିଟ୍ ୟୁଜି ୨୦୨୬ର ରେଜଲ୍ଟ ଘୋଷଣା କରିଛି। ଫଳାଫଳ ଠିକ୍ ସମୟରେ ପ୍ରକାଶ ପାଇ ଥିବାରୁ ମେଡିକାଲ କଲେଜରେ ନାମଲେଖା ଓ କାଉନ୍ସେଲିଂର ପ୍ରକ୍ରିୟା ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଅନୁସାରେ ଆରମ୍ଭ ହୋଇ ପାରେ। ପ୍ରାର୍ଥୀ ନିଜର ସ୍କୋରକାର୍ଡ ଅଫିସିଆଲି ୱେବସାଇଟ୍ neet.nta.nic.inରେ ଦେଖି ପାରିବେ।
ଉଲ୍ଲେଖନୀୟ ଯେ,ଚଳିତ ବର୍ଷ ନିଟ୍ ୟୁଜି ୨୦୨୬ ପରୀକ୍ଷା ଲିକ୍ ହେବା କାରଣରୁ ପୁନଃ କରାଯାଇ ଥିଲା। ରି-ନିଟ୍ ପରୀକ୍ଷାରେ ଦେଶ ଓ ବିଦେଶର ପ୍ରାୟ ୨୦ ଲକ୍ଷ ପ୍ରାର୍ଥୀ ସାମିଲ ହୋଇ ଥିଲେ। ପରୀକ୍ଷା ଭାରତର ୫୫୧ଟି ସହର ଓ ବିଦେଶର ୧୪ଟି ସହର ସ୍ଥିତ ୫,୪୪୦ ପରୀକ୍ଷା କେନ୍ଦ୍ରରେ ଆୟୋଜନ କରାଯାଇ ଥିଲା। ଏଥିରୁ ୧୧.୨୧ ଲକ୍ଷ ପ୍ରାର୍ଥୀ ଏମବିବିଏସ , ବିଡିଏସ, ଆୟୁଷ ଓ ଅନ୍ୟ ସମ୍ୱନ୍ଧିତ ମେଡିକାଲ ପାଠ୍ୟକ୍ରମ ଗୁଡ଼ିକରେ ପ୍ରବେଶ ପାଇଁ କ୍ୱାଲିଫାଏ ହୋଇଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ରିଲ୍ସ ଓ ସର୍ଟ୍ସକୁ ନେଇ ସମସ୍ୟାରେ ଥାଲାପତି ବିଜୟ , ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦେଲେ ନୂଆ ନିର୍ଦ୍ଦେଶ
ଏନଟିଏ ଅନୁସାରେ , କ୍ୱାଲିଫାଏ କରି ଥିବା ପ୍ରାର୍ଥୀଙ୍କ ମଧ୍ୟରେ ୫୮ ପ୍ରତିଶତରୁ ଅଧିକ ଛାତ୍ରୀ ଅନ୍ତର୍ଭୁକ୍ତ ଅଛନ୍ତି। ଛାତ୍ରୀଙ୍କ ସଫଳତା ହାର ପୁରୁଷଙ୍କ ଠାରୁ ଭଲ ରହିଛି। ପରୀକ୍ଷାରେ ସାମିଲ ହୋଇ ଥିବା ୫୬.୮ ପ୍ରତିଶତ ଛାତ୍ରୀ ସଫଳତା ପାଇଥିବା ବେଳେ ଛାତ୍ରଙ୍କ ସଫଳତା ହାର ୫୫.୧ ପ୍ରତିଶତ ରହିଛି।
ଏହିଥର ୧୩୮ ଜଣ ପ୍ରାର୍ଥୀ ୭୨୦ରୁ ୬୯୦ରୁ ଅଧିକ ମାର୍କ ହାସଲ କରିଛନ୍ତି। ଏଥିରୁ ୯୩ ପ୍ରତିଶତରୁ ଅଧିକ ପ୍ରାର୍ଥୀ ପ୍ରଥମ ଥର ନିଟ୍ ପରୀକ୍ଷାରେ ସାମିଲ ହୋଇଥିଲେ। ୯୯ ପ୍ରତିଶତ ଟପର୍ସଙ୍କ ବୟସ ୧୭ରୁ ୧୯ ବର୍ଷ ବୟସରେ ମଧ୍ୟରେ ରହିଛି। ସାରା ଦେଶରେ ୧୯ ଜଣ ପ୍ରାର୍ଥୀ ୭୦୦ରୁ ଅଧିକ ମାର୍କ ପ୍ରାପ୍ତ କରିଛନ୍ତି। ସବୁଠୁ ଅଧିକ ୭୧୫ ମାର୍କ ପଞ୍ଜାବର ଆର୍ୟନ ଗୁପ୍ତା ଓ ହରିଆଣାର ପାଂଶୁଲ ବଂଶଲ ମିଳିତ ଭାବେ ରଖିଛନ୍ତି। ଅନ୍ୟପଟେ ୧,୪୯୨ ଜଣ ପ୍ରାର୍ଥୀ ୬୫୦ କିମ୍ୱା ଏହାଠାରୁ ଅଧକ ୧୦,୧୬୦ ଜଣ ପ୍ରାର୍ଥୀ ୬୦୦ କିମ୍ୱା ଏହାଠାରୁ ଅଧିକ ଓ ୯୦,୭୮୦ ଜଣ ପ୍ରାର୍ଥୀ ୫୦୦ କିମ୍ୱା ଏହାଠାରୁ ଅଧିକ ମାର୍କ ପ୍ରାପ୍ତ କରିଛନ୍ତି।