ନୂଆଦିଲ୍ଲୀ,୩୧/୦୧:  ବଜେଟ୍ ଅଧିବେଶନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ପ୍ରଥମ ପର୍ଯ୍ୟାୟ  ଫେବୃଆରୀ ୧୩ ଯାଏ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏ ଚାଲିବ। ତେବେ ରାଷ୍ଟ୍ରପତି ସଂସଦରେ ୨୦୨୪-୨୫ ଅର୍ଥନୀତି ସମ୍ପର୍କରେ ନିଜର ଅଭିଭାଷଣରେ କହିଛନ୍ତି । 

ଏଥିସହ ଏଆଇ କ୍ଷେତ୍ରକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  କହିଛନ୍ତି ଯେ, ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି ।  ତୃତୀୟ କାର୍ଯ୍ୟକାଳରେ ୩ ଗୁଣା ଦ୍ରୁତ ଗତିରେ କାମ ହେଉଛି ।  ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଦୃଢତାର ସହ ନିଷ୍ପତ୍ତି ନେଉଛି । ଏଆଇ କ୍ଷେତ୍ରରେ ଭାରତର ଯୋଗାଦାନକୁ ଆଗକୁ ବଢାଇବା ପାଇଁ ଇଣ୍ଡିଆନ ଏଆଇ ମିଶନର ଆରମ୍ଭ କରାଯାଇଛି। ଦେଶରେ ବାୟୋ ଇ-ଟ୍ରି ପଲିସି ଭବିଷ୍ୟତ ଉଦ୍ୟେଗୀ କ୍ରାନ୍ତିର ସୂତ୍ରଧର ହେବ ।  AI ଡିଜିଟାଲ ଟେକ୍ନୋଲୋଜିରେ ଭାରତ  ବିଶ୍ୱକୁ ରାସ୍ତା ଦେଖାଉଛି। 

ସେହିପରି ଦେଶର ୫ଜି ସେବା ଆରମ୍ଭ ବଡ଼ ଉଦାହରଣ । ଦେଶରେ ଦେଢଲକ୍ଷ ଷ୍ଟାର୍ଟଅପ୍ କାର୍ଯ୍ୟକ୍ଷମ ହୋଇଛି। ଆଜି ଆମ ଦେଶର ଯୁବକମାନେ ଷ୍ଟାର୍ଟଅପ୍, ଖେଳ ଠାରୁ ମହାକାଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣିଛନ୍ତି।  ଆମର ବ୍ୟାଙ୍କିଂ ଓ ଡିଜି ପେମେଣ୍ଟ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଆର୍ଥିକ ବ୍ୟବସ୍ଥା ସହିତ ଯୋଡିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗକୁ  ଭାରତ ହେବ ଗ୍ଲୋବାଲ ଇନୋଭେସନ ପାଓ୍ବାର ହାଉସ । ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ  । ସାଇବର କ୍ରାଇମ ଓ ସାମାଜିକ ସୁରକ୍ଷା ଭାରତ ପାଇଁ ବର୍ତ୍ତମାନ ବଡ଼ ଚ୍ୟାଲେଞ୍ଜ ।