ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ହଙ୍ଗାମା ଭିତରେ ସାରିଦେଲେ ମୌସୁମୀ ଅଧିବେଶନ : ହୋହାଲ୍ଲା କରି ୧୬୬ ଘଣ୍ଟା ବର୍ବାଦ୍, ପାଣିରେ ପଡ଼ିଲା କୋଟି କୋଟି ଟଙ୍କା

Published By : Rasmita Pradhan | August 22, 2025 8:41 AM

ନୂଆଦିଲ୍ଲୀ, ୨୨/୦୮ : ଆତଙ୍କବାଦ, ଅପରେସନ ସିନ୍ଦୂର ଓ ଅନ୍ତରୀକ୍ଷ ଭଳି ପ୍ରମୁଖ ପ୍ରସଙ୍ଗରୁ ଆରମ୍ଭ ହେଲା ଏଥର ସଂସଦର ମୌସୁମୀ ଅଧିବେଶନ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା, ବିହାରରେ ମତଦାତା ସୂଚୀ ଏସଆଇଆରକୁ ନେଇ ହଙ୍ଗାମା, ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗରେ ସରଗରମ ରହିଲା ଉଭୟ ଗୃହ। ହେଲେ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ବଦଳରେ ହୋହାଲ୍ଲା କରି ୧୬୬ ଘଣ୍ଟା ବର୍ବାଦ୍ କରିଦେଲେ ନେତାଏ। ଅନ୍ତିମ ୯ କାର୍ଯ୍ୟ ଦିବସରେ ବିନା ଆଲୋଚନାରେ ଲୋକସଭାରେ ୧୨ ଓ ରାଜ୍ୟସଭାରେ ୧୫ ବିଲ୍ ପାରିତ। ଜନତାଙ୍କ ୨୦୪ କୋଟି ଟଙ୍କା ସ୍ଵାହା। 

ଜୁଲାଇ ୨୧ ରୁ ଅଗଷ୍ଟ ୨୧ ଯାଏଁ ଏଥର ମୌସୁମୀ ଅଧିବେଶନ ଚାଲିଥିଲା। ଚଳିତ ଅଧିବେଶନରେ ଲୋକସଭାରେ ୧୨୦ ଘଣ୍ଟା ଆଲୋଚନା ବଦଳରେ ୩୭ ଘଣ୍ଟା ଆଲୋଚନା ହୋଇଛି। ବାକି ୮୩ ଘଣ୍ଟା ନେତାମାନେ ହୋହାଲ୍ଲା କରି ବର୍ବାଦ୍ କରିଛନ୍ତି। ସେହିପରି ରାଜ୍ୟସଭାରେ ୪୭ ଘଣ୍ଟା ଆଲୋଚନା ହୋଇଥିବା ବେଳେ ବାକି ୭୩ ଘଣ୍ଟା ସମୟ ନଷ୍ଟ କରାଯାଇଛି। ଏଥର ଲୋକସଭାରେ ମାତ୍ର ୩୧ ପ୍ରତିଶତ କାମ ହୋଇଥିବା ବେଳେ ରାଜ୍ୟସଭାରେ ୩୮ ପ୍ରତିଶତ କାମ ହୋଇଛି।   

ଲୋକଙ୍କ କୋଟି କୋଟି ଟ୍ୟାକ୍ସ ବର୍ବାଦ୍

ଯେକୌଣସି ଗୃହରେ ଗୋଟିଏ ମିନିଟ୍ କାର୍ଯ୍ୟ ପାଇଁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଅର୍ଥାତ୍ ଗୋଟିଏ ଘଣ୍ଟାର ଖର୍ଚ୍ଚ ପ୍ରାୟ ଦେଢ କୋଟି ଟଙ୍କା। ଏହି କାରଣରୁ ଲୋକସଭାରେ ଏବଂ ରାଜ୍ୟସଭାରେ କୌଣସି କାର୍ଯ୍ୟ ନ ହେବା ଯୋଗୁଁ ୨୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ନଷ୍ଟ ହୋଇଛି। ଅର୍ଥାତ୍ ଏହି ଟଙ୍କା ସିଧା ଲୋକଙ୍କ ପକେଟ୍‌ରୁ ଖର୍ଚ୍ଚ ହୋଇଛି। ତଥାପି, ଅନ୍ତିମ ୯ କାର୍ଯ୍ୟ ଦିବସରେ ଆଇନଗତ କାର୍ଯ୍ୟ ଦ୍ରୁତ ଗତିରେ କରାଯାଇଥିଲା। ବିନା ଆଲୋଚନାରେ ରାଜ୍ୟସଭାରେ ୧୫ଟି ଏବଂ ଲୋକସଭାରେ ୧୨ଟି ବିଲ୍ ପାରିତ ହୋଇଥିଲା। ଏଥର ଲୋକସଭା ଆଜେଣ୍ଡାରେ ମୋଟ ୪୧୯ ପ୍ରଶ୍ନ ତିଆରି କରାଯାଇଥିଲା। ହେଲେ ମାତ୍ର ୫୫ ପ୍ରଶ୍ନର ମୌଖିକ ଉତ୍ତର ରଖାଯାଇଥିଲା। ରାଜ୍ୟସଭା ପ୍ରଶ୍ନକାଳ ସମସୟରେ ୨୮୫ ପ୍ରଶ୍ନ ପଚରା ଯିବାର ଥିଲା। ହେଲେ ହଙ୍ଗାମା କାରଣରୁ ମାତ୍ର ୧୪ ପ୍ରଶ୍ନ ପଚରା ହେଲା। 

ଗୃହ କାର୍ଯ୍ୟ କମ୍, ରାଜନୀତି ବେଶୀ

ପୂର୍ବରୁ ସଂସଦ କାର୍ଯ୍ୟ ଅଧିକ ହେଉଥିଲା।  ହେଲେ ଏବେ ରାଜନୀତି ଅଧିକ ହେଉଛି। ବିରୋଧୀ ହଙ୍ଗାମା କରିବା ଅଭ୍ୟାସରେ ପଡିଗଲେଣି। ହୋହାଲ୍ଲା କରିବା, ପୋଡିୟମ ଉପରକୁ ଚଢିବା, ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଏବେ ବିରୋଧୀଙ୍କ ଭିତରେ ପ୍ରତିଯୋଗୀତା ହେଉଛି। ଏଥିପାଇଁ ତ ସମାଜବାଦୀ ନେତା ଡକ୍ଟର ରାମ ମନୋହର ଲୋହିଆ କହିଥିଲେ, ଯଦି ସଡ଼କ ଶାନ୍ତ ହୋଇଯିବ ତାହେଲେ ସଂସଦ ଶୋଇ ପଡ଼ିବ। ତେଣୁ ଲୋକତନ୍ତ୍ରକୁ ଚେଇଁ ରଖିବା ପାଇଁ ଜନତାଙ୍କୁ ସଜାଗ ରହିବାକୁ ପଡ଼ିବ।     

ଲୋକସଭାରେ ଗୃହୀତ ହୋଇଥିବା ବିଲ୍

୧- ଗୋଆର ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିତ୍ୱର ପୁନଃସମଯୋଜନ ବିଲ୍

୨- ବାଣିଜ୍ୟ ପରିବହନ ବିଲ୍

୩- ମଣିପୁର ସାମଗ୍ରୀ ଏବଂ ସେବା କର (ସଂଶୋଧନ) ବିଲ୍

୪- ମଣିପୁର ବ୍ୟୟବରାଦ (ନଂ. 2) ବିଲ୍

୫- ଜାତୀୟ କ୍ରୀଡା ପ୍ରଶାସନ ବିଲ୍

୬- ଜାତୀୟ ଡୋପିଂ ନିରୋଧୀ (ସଂଶୋଧନ) ବିଲ୍

୭- ଆୟକର ବିଲ୍

୮-କର ଆଇନ (ସଂଶୋଧନ) ବିଲ୍

୯- ଭାରତୀୟ ବନ୍ଦର ବିଲ୍

୧୦- ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍

୧୧- ଭାରତୀୟ ପରିଚାଳନା ପ୍ରତିଷ୍ଠାନ (ସଂଶୋଧନ) ବିଲ୍

୧୨- ଅନଲାଇନ୍ ଗେମିଂର ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍

ରାଜ୍ୟସଭାରେ ଗୃହୀତ ହୋଇଥିବା ବିଲ୍

୧- ବିଲ୍‌ସ ଅଫ ଲ୍ୟାଣ୍ଡିଂ ବିଲ୍

୨- ସମୁଦ୍ରରେ ମାଲ୍ ପରିବହନ ବିଲ୍

୩- ଉପକୂଳ ଜାହାଜ ଚଳାଚଳ ବିଲ୍

୪- ମଣିପୁର ସାମଗ୍ରୀ ଏବଂ ସେବା କର (ସଂଶୋଧନ) ବିଲ୍

୫- ମଣିପୁର ବ୍ୟୟବରାଦ (ନଂ. ୨) ବିଲ୍

୬- ବାଣିଜ୍ୟ ପରିବହନ ବିଲ୍

୭- ଗୋଆର ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିତ୍ୱର ପୁନଃସଞ୍ଚୟ ବିଲ୍

୮- ଜାତୀୟ କ୍ରୀଡା ପ୍ରଶାସନ ବିଲ୍

୯- ଜାତୀୟ ଡୋପିଂ ନିରୋଧୀ (ସଂଶୋଧନ) ବିଲ୍

୧୦- ଆୟକର ବିଲ୍

୧୧- କର ଆଇନ (ସଂଶୋଧନ) ବିଲ୍

୧୨- ଭାରତୀୟ ବନ୍ଦର ବିଲ୍

୧୩- ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍

୧୪- ଭାରତୀୟ ପରିଚାଳନା ପ୍ରତିଷ୍ଠାନ (ସଂଶୋଧନ) ବିଲ୍

୧୫- ଅନଲାଇନ୍ ଗେମିଂର ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.