ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସଂସଦୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ: ଭାରତର ରାଗିଂ ହଟସ୍ପଟ୍ ତାଲିକାରେ ଓଡ଼ିଶାର ଏମ୍‌କେସିଜି ୧ ନମ୍ବର

Published By : Prameya | April 7, 2025 11:21 AM

ବ୍ରହ୍ମପୁର,୦୭/୦୪: ବ୍ରହ୍ମପୁର ଏମ୍‌କେସିଜି  ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଅଲୋଡ଼ା ରେକର୍ଡ । ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ର‌୍ୟାଗିଂ ହଟ୍‌ସ୍ପଟ୍‌ ତାଲିକାରେ ଦେଶରେ ୧ ନମ୍ବରରେ ରହିଛି । ୟୁଜିସି ହେଲ୍‌ପ ଲାଇନ୍‌କୁ ଆସିଥିବା ଅଭିଯୋଗକୁ ଆଧାର କରି ଏହି  ରିପୋର୍ଟ ପ୍ରସ୍ତୁତ ହୋଇଛି ।  

ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ଏବେ ରାଗିଂ  ବଢ଼ୁଥିବା ରିପୋର୍ଟ ଦାଖଲ କରିଛି ଶିକ୍ଷା ବିଭାଗ ସଂସଦୀୟ  ଷ୍ଟାଣ୍ଡିଂ କମିଟି । ରାଗିଂକୁ ନେଇ କମିଟି ଉଦ୍‌ବେଗ ପ୍ରକାଶ  କରିଛି । ଏଥିରେ ସୁଧାର ଆଣିବା ଦିଗରେ ପଦକ୍ଷେପ  ନେବାକୁ ପ୍ରସ୍ତାବ ଦେଇଛି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କଂଗ୍ରେସ  ରାଜ୍ୟସଭା ସଦସ୍ୟ ଦିଗ୍‌ବିଜୟ ସିଂହ ନିକଟରେ ଦେଶରେ  ହୋଇଥିବା ରାଗିଂକୁ ନେଇ ଏକ ରିପୋର୍ଟ ଦାଖଲ କରିଛନ୍ତି ।  

ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ  ବିଶ୍ୱବିଦ୍ୟାଳୟମାନଙ୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟ ହଟ୍‌ସ୍ପଟ୍‌  ତାଲିକାରେ ରହିଛି । ଏଠାରୁ ୩୧ଟି ରାଗିଂ ଅଭିଯୋଗ ହୋଇଛି । ୨୦୧୬ରେ ଦେଶରେ ୫୧୫ଟି ର‌୍ୟାଗିଂ ଅଭିଯୋଗ  ହୋଇଥିଲା । ୨୦୨୪ରେ ତାହା ଦ୍ୱିଗୁଣିତ ହୋଇ  ୧୦୮୪ରେ ପହଞ୍ଚିଛି । ଉଚ୍ଚଶିକ୍ଷା ଅନୁଷ୍ଠାନରେ ରାଗିଂ  ବୃଦ୍ଧି ଘଟଣା ଚିନ୍ତାର କାରଣ ବୋଲି ଷ୍ଟାଣ୍ଡିଂ କମିଟି  ରିପୋର୍ଟରେ ଦର୍ଶାଇଛି । ଏହି ରିପୋର୍ଟ ଅନୁସାରେ,  ପ୍ରତିଦିନ ଦେଶରେ ୩ଟି ରାଗିଂ ଅଭିଯୋଗ ହେଉଛି । 

ଦେଶରେ ମେଡିକାଲ କଲେଜମାନଙ୍କରେ ସୋସାଇଟି  ଏଗେନ୍‌ଷ୍ଟ ଭାୟୋଲେନ୍ସ ଇନ୍‌ ଏଜୁକେସନ୍‌ (ସେଭ୍‌) ର ସର୍ଭେ ରିପୋର୍ଟ ଅନୁସାରେ ରାଗିଂରେ ଉତ୍ତରପ୍ରଦେଶ,  ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା,  ଛତିଶଗଡ଼ ଓ ତାମିଲନାଡ଼ୁ ଆଗରେ ରହିଛି । ସେଭ୍‌ ରିପୋର୍ଟ  ଅନୁସାରେ, ଓଡ଼ିଶାର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ  କଲେଜ ୨୦୨୨-୨୪ ମଧ୍ୟରେ ରାଗିଂ ହଟ୍‌ସ୍ପଟ୍‌ ତାଲିକାରେ  ଆଗରେ ରହିଛି । ଏହି ଅବଧି ମଧ୍ୟରେ ଏମ୍‌କେସିଜିରେ  ୨୫ଟି ରାଗିଂ ଅଭିଯୋଗ ହୋଇଛି । ୨୦୨୪ ରିପୋର୍ଟ  ଅନୁସାରେ ଏମ୍‌କେସିଜିରେ ୯ଟି ଅଭିଯୋଗ ହୋଇଥିବା  ବେଳେ ଗତବର୍ଷ ବି ଦେଶରେ ୨ ନମ୍ବରରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.