ମୋହନା,୧୭/୦୫: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ସୁଣ୍ଡରୁବା - ଶବରପଲି ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଛି ଯାତ୍ରୀବାହୀ ବସ୍ ଓ ବାଇକ। ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ଅଛନ୍ତି। ମୃତକ ହେଲେ କୁଲାପଥର ଗାଁର ସଞ୍ଜୟ ରଇତ। ଅନ୍ୟ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ରା. ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ବିକ୍ରାନ୍ତ ନାମକ ଏକ ଯାତ୍ରୀବାହୀ ବସ ବ୍ରହ୍ମପୁରରୁ କେରେଡ଼ାଙ୍ଗ ଯାଉଥିଲା। ଏତିକି ବେଳେ ବିପରୀତ ଦିଗରୁ ଗୋଟିଏ ବାଇକରେ ୩ ଜଣ ଆସୁଥିବା ବେଳେ ସୁଣ୍ଡରୁବା ଘାଟିରେ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନୀ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ହିଁ ବାଇକରେ ଥିବା ସଞ୍ଜୟଙ୍କର ମୃତ୍ୟୁ ଘଟିଛି l ୨ ଗୁରୁତର ଜ୍ୟେଷ୍ଠ ରଇତ ଓ ରିଙ୍କୁ ରଇତଙ୍କୁ ପ୍ରାଥମିକ ଚିକିତ୍ସା ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

‘ଆମେ ଶଶି ଥରୁରଙ୍କ ନାଁ ଦେଇନଥିଲୁ’; ପ୍ରତିନିଧିମଣ୍ଡଳ...