ଭୁବନେଶ୍ବର,୨୫/୧୨ : ସାମନ୍ତରାପୁର ଗଙ୍ଗୁଆ ବ୍ରିଜ ଉପରେ ଦୁର୍ଘଟଣା । ଏକ କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ କାର୍ ଚାଳକ ଜଣଙ୍କ ଆହତ ହୋଇଛନ୍ତି । ଦୁର୍ଘଟଣା ଯୋଗୁଁ ପୁରୀ ଭୁବନେଶ୍ଵର ରାସ୍ତା ଜାମ୍ ରହିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାର୍ ଭିତରୁ ଆହତକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୁଲିସ।