ପ୍ରମୂଖ ଖବର
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ... ତହସିଲଦାରଙ୍କୁ ରିଲିଫ୍‌ କରିବାକୁ ଅଞ୍ଚଳବାସୀଙ୍କ ଦାବି
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ପାଇଲଟ୍‌ ବିନା ଉଡ଼ିଥିଲା ଯାତ୍ରୀ ବିମାନ: ୧୫ ମାସ ପରେ ଆସିଲା ରିପୋର୍ଟ, ହଠାତ୍ ଅଚେତ୍‌ ହୋଇପଡ଼ିଥିଲେ ଚାଳକ

Published By : Prameya | May 20, 2025 8:44 AM

ନୂଆଦିଲ୍ଲୀ ୧୦/୦୫: ୨୦୫ ଜଣଙ୍କୁ ନେଇ ସ୍ପେନ୍‌ ଯାଉଥିବା ଏକ ବିମାନ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ପାଇଲଟ୍‌ ବିନା ଉଡ଼ିଲା । ବାସ୍ତବରେ ବିମାନର ପାଇଲଟ୍‌ ଶୌଚାଳୟ ଯାଇଥିଲେ । ଏତିକିବେଳେ ସାଥୀ-ପାଇଲଟ୍‌ଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଗଲା । ସେ ଅଚେତ୍‌ ହୋଇପଡ଼ିଲେ । ଘଟଣାର ୧୫ ମାସ ପରେ ଏ ମାମଲା ସାମ୍ନାକୁ ଆସିଛି । ସ୍ପେନ୍‌ର ଦୁର୍ଘଟଣା ଯାଞ୍ଚ୍‌ ଏଜେନ୍ସି ସିଆଇଏଆଇଏସି ନିଜର ଏକ ସଦ୍ୟ ରିପୋର୍ଟରେ ଏହା ସ୍ପଷ୍ଟ କରିଛି ।

ରିପୋର୍ଟ ଅନୁସାରେ, ଗତ ବର୍ଷ ୧୭ ଫେବ୍ରୁଆରୀରେ ଲୁଫ୍‌ଥାନ୍‌ସାର ଏୟାରବସ୍‌ ଏ୩୨୧ରେ ଏହି ଘଟଣା ହୋଇଥିଲା । ବିମାନଟି ଫ୍ରାଙ୍କ୍‌ଫର୍ଟରୁ ସ୍ପେନ୍‌ ଯାଉଥିଲା । ୧୯୯ ଯାତ୍ରୀ ଓ ୬ ଚାଳକ ଦଳ ସଦସ୍ୟ ବିମାନରେ ଉପସ୍ଥିତ ଥିଲେ । ପାଇଲଟ୍‌ ଶୌଚାଳୟରୁ ଫେରି କକ୍‌ପିଟ୍‌ର କବାଟ ଖୋଲିବାକୁ ଚେଷ୍ଟା କଲେ । କିନ୍ତୁ ଭିତରୁ ବନ୍ଦ ଥିବାରୁ ଖୋଲିପାରିଲେ ନାହିଁ । ସାଥୀ- ପାଇଲଟ୍‌ଙ୍କ ସହ କଥା ହେବା ପାଇଁ ଇଣ୍ଟର୍‌କମ୍‌ରେ କଲ୍‌ ମଧ୍ୟ କଲେ । ଉତ୍ତର ନ ମିଳିବାରୁ କ୍ୟାପ୍ଟେନ୍‌ ଆପାତକାଳ କୋଡ୍‌ ଉପଯୋଗ କରି କକ୍‌ପିଟ୍‌ ଭିତରକୁ ଗଲେ ଏବଂ ବିମାନକୁ ନିୟନ୍ତ୍ରଣ କଲେ । ସାଥୀ- ପାଇଲଟ୍‌ଙ୍କୁ ଜଣେ ଯାତ୍ରୀ ଡାକ୍ତର ପ୍ରାଥମିକ ଚିକିତ୍ସା ପ୍ରଦାନ କଲେ । ଏହା ପରେ ତାଙ୍କର ଚେତା ଫେରିଲା । ଯାଞ୍ଚ୍‌ରୁ ଜଣାପଡ଼ିଲା, ସାଥୀ-ପାଇଲଟ୍‌ଙ୍କୁ ପୂର୍ବରୁ ଏକ ସ୍ନାୟବିକ ରୋଗ ଥିଲା । ସେ ବିଷୟରେ ତାଙ୍କୁ ଜଣାନଥିଲା । ମେଡିକାଲ ଟେଷ୍ଟ୍‌ରୁ ମଧ୍ୟ ଏହା ଜଣାପଡ଼ିନଥିଲା । ଏହା ପରେ ତାଙ୍କର ମେଡିକାଲ ପ୍ରମାଣପତ୍ରକୁ ରଦ୍ଦ କରାଗଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.