ନୂଆଦିଲ୍ଲୀ,୨୫/୦୬; ଭାରତୀୟ ପାସପୋର୍ଟ ନାଗରିକତାର ପ୍ରମାଣ ନୁହେଁ । ଏହା କେବଳ ଟ୍ରାଭେଲ୍ ଡକ୍ୟୁମେଣ୍ଟ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ବଡ଼ ବୟାନ ଦେଇଛି । ମନ୍ତ୍ରଣାଳୟ ସ୍ପଷ୍ଟ କରିଛ କି, ଭାରତୀୟ ପାସପୋର୍ଟ କେବଳ ଟ୍ରାଭେଲ୍ ଡକ୍ୟୁମେଣ୍ଟ । ଏହା ନାଗରିକତା ଅନ୍ତିମ କିମ୍ବା ନିଶ୍ଚି ଆଇନଗତ ପ୍ରମାଣ ନୁହେଁ । ବୈଦେଶିକ ମନ୍ତ୍ରଣାଳୟର ପାସପୋର୍ଟ ବିବୃତ୍ତିକୁ ନେଇ ବିବାଦ ମଧ୍ୟରେ, ଭାରତରେ ନାଗରିକତାର ପ୍ରମାଣ କ'ଣ ? ଜାଣନ୍ତୁ ଆଇନ ।

ପାସପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ଆନ୍ତର୍ଜାତୀୟ ସୀମା ପାର କରିବାରେ, ବିଦେଶରେ ଦୂତାବାସ ସୁରକ୍ଷା ପାଇବାରେ ଏବଂ ବିଶ୍ୱବ୍ୟାପୀ ପ୍ରବାସୀ ଅଧିକାରୀଙ୍କ ନିକଟରେ ଜାତୀୟତା ପ୍ରମାଣ କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଅଧିକାରୀଙ୍କ ଏକ ବିବୃତ୍ତି ସମସ୍ତଙ୍କୁ ଚକିତ କରିଛି । ମନ୍ତ୍ରଣାଳୟ କହିଛି ଯେ, ପାସପୋର୍ଟ ଭାରତୀୟ ନାଗରିକତାର ନିଶ୍ଚିତ ପ୍ରମାଣ ନୁହେଁ । ଏହି ସ୍ପଷ୍ଟୀକରଣ ଏକ ପୁରୁଣା ଆଇନଗତ ବିତର୍କକୁ ପୁଣିଥରେ ଆରମ୍ଭ କରିଛି । ଭୋଟର ତାଲିକା ସଂଶୋଧନ ଏବଂ ନାଗରିକତା ଯାଞ୍ଚକୁ ନେଇ ସାମ୍ପ୍ରତିକ ବିବାଦ ଏହି ପ୍ରଶ୍ନ ଉଠାଇଛି । ଯଦି ଦେଶର ସବୁଠାରୁ କଠୋର ଯାଞ୍ଚ ଡକ୍ୟୁମେଣ୍ଟ, ପାସପୋର୍ଟ, ମଧ୍ୟ ନାଗରିକତାର ପ୍ରମାଣ କରିପାରିବ ନାହିଁ । ତେବେ କେଉଁ ଡକ୍ୟୁମେଣ୍ଟ ନାଗରିକତାର ପ୍ରମାଣ ?

ପାସପୋର୍ଟ ଆଇନ୍ ଏବଂ ବୈଦେଶିକ ମନ୍ତ୍ରଣାଳୟର ଯୁକ୍ତି- ବୈଦେଶିକ ମନ୍ତ୍ରଣାଳୟର ଏହି ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଛି । ପାସପୋର୍ଟ ଆଇନ୍ ୧୯୬୭ ଏହି ଆଧାରରେ କାମ କରେ ଯେ ପାସପୋର୍ଟ ଧାରକ ଜଣେ ଭାରତୀୟ ନାଗରିକ ।

.ଆଇନର ଧାରା ୫ ଅନୁଯାୟୀ, ପାସପୋର୍ଟ କର୍ତ୍ତୃପକ୍ଷ ଆବଶ୍ୟକୀୟ ଯାଞ୍ଚ ପରେ ହିଁ ପାସପୋର୍ଟ ଜାରି କରନ୍ତି ।

.ସେହିପରି, ଧାରା ୬(୨)(A) ଅନୁଯାୟୀ, ଯଦି ଆବେଦନକାରୀ ଭାରତର ନାଗରିକ ନୁହଁନ୍ତି, ତେବେ ତାଙ୍କୁ ପାସପୋର୍ଟ ମନା କରାଯାଏ ।

ଏହାର ଅର୍ଥ ଦେଶର ନାଗରିକମାନେ ପୁଲିସ୍ ଯାଞ୍ଚ ଏବଂ ଅନେକ ସରକାରୀ ରେକର୍ଡର କଠୋର ଯାଞ୍ଚ ପରେ ହଁ ଆନ୍ତର୍ଜାତୀୟ ଯାତ୍ରା ପାଇଁ ପାସପୋର୍ଟ ପାଆନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ନାଗରିକତାର ପ୍ରମାଣ ମଧ୍ୟରେ ଏକ ଆଇନଗତ ପାର୍ଥକ୍ୟ ସୃଷ୍ଚି କରିଛି । ଯଦି ସରକାର ନିର୍ଣ୍ଣୟ କରନ୍ତି ଯେ, ଜାଲିଆତ କିମ୍ବା ଅବବ୍ୟବହାର ଜରିଆରେ ନାଗରିକତା ହାସଲ କରାଯାଇଛି, ତେବେ ସରକାର ପାସପୋର୍ଟ ଜବତ କିମ୍ବା ପ୍ରତ୍ୟାହାର କରିବାର ଅଧିକାର ସଂରକ୍ଷଣ କରନ୍ତି ।

ଭୋଟର ପରିଚୟପତ୍ର ପାଇଁ କଣ ନିୟମ ? ପାସପୋର୍ଟ ପୂର୍ବରୁ ଭୋଟର ପରିଚୟ ପତ୍ର ସମ୍ପର୍କରେ ସାମାନ ଆଇନଗତ ସମସ୍ୟା ଦେଖାଦେଇଛି । ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର)ରେ ସୁପ୍ରମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ ଯେ ପୂର୍ବରୁ ଥିବା ଭୋଟରମାନଙ୍କୁ ସେମାନଙ୍କର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ନୂଆ କାଗଜପତ୍ର ପ୍ରଦାନ କରିବାକୁ କୁହାଯାଇପାରିବ କି ? ଆଇନ ଅନୁଯାୟୀ, ଭୋଟର ପରିଚୟପତ୍ର କେବଳ ପ୍ରମାଣ କରେ ଯେ ଆପାଣଙ୍କ ନାମ ଭୋଟର ତାଲିକାରେ ତାଲିକାଭୂକ୍ତ । ଏହା ନିଜେ ନାଗରିକତାର ସ୍ୱାଧୀନ ପ୍ରମାଣ ନୁହେଁ । ଲୋକ ପ୍ରତିନିଧିତ୍ୱ ଆଇନ୍, ୧୯୫୦ ଅନୁଯାୟୀ କେବଳ ନାଗରିକମାନେ ଭୋଟର ହୋଇପାରିବେ । ନିର୍ବାଚନ ଅଧିକାରୀଙ୍କ ପାଖରେ ନିୟମ ଅନଯାୟୀ ଜଣେ ବ୍ୟକ୍ତିଙ୍କ ନାମ ଅନ୍ତର୍ଭୁକ୍ତ କି ନାହିଁ ତାହା ଯାଞ୍ଚ କରିବାର କ୍ଷମତା ଅଛି ।

ତେବେ ଆଇନ ଦୃଷ୍ଟିରେ ନାଗରିକତାର ପ୍ରକୃତ ପ୍ରମାମ କଣ ହେବା ଦରକାର । ଭାରତରେ ଏହାର ଉତ୍ତର ଟିକେ ଜଟିଳ । ଅନ୍ୟ ଦେଶ ପରି ଭାରତରେ ଜନ୍ମ ସମୟରେ ପ୍ରତ୍ୟେକ ନାଗରିକଙ୍କୁ ସ୍ୱୟଂଚାଳିତ ଭାବରେ ଜାରି କରାଯାଇଥିଲା ୟୁନିଭର୍ସାଲ ସିଟିଜେନ୍ସିପ୍ ସାର୍ଟିଫିକେଟ୍ (ଜାତୀୟ ନାଗରିକତା କାର୍ଡ) ନାହିଁ । କେନ୍ଦ୍ର ଗୃହମନ୍ତ୍ରଣାଳୟ ଅନୁସାରେ ଆଧାର, ପାସପୋର୍ଟ, ଭୋଟର ପରିଚୟପତ୍ର ପାନ୍ କାର୍ଡ କିମ୍ବା ଜନ୍ମ ପ୍ରମାଣପତ୍ରକୁ ନାଗରିକତାର ବୈଧ ଡକ୍ୟୁମେଣ୍ଟ ଭାବରେ ବିବେଚନା କରାଯାଇପାରିବ ନାହିଁ ।

ଏହା ବି ପଢନ୍ତୁ...Emergency 1975 : ଏମର୍ଜେନ୍ସିକୁ ୫୧ ବର୍ଷ : ୧୯୭୫ ଜୁନ୍ ୨୫ରେ ଦେଶରେ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି  

​​​​​​​ଭାରତରେ କୌଣସି ଏକକ ନାଗରିକତା କାର୍ଡ ନଥିବାରୁ, ଲୋକମାନେ ସେମାନଙ୍କ ନାଗରିକତା ପ୍ରମାଣ କରିବାକୁ କିଛି ଡକ୍ୟୁମେଣ୍ଟ ଉପରେ ନିର୍ଭର କରନ୍ତି । କୌଣସି ଗୋଟିଏ ଡକ୍ୟୁମେଣ୍ଟ ଚୂଡାନ୍ତ ପ୍ରମାଣ ନୁହେଁ । ପାନ୍ କାର୍ଡ (ଏହା ମୁଖ୍ୟତଃ ଏକ ଟିକସ ଟିହ୍ନଟକାରୀ ),ରାସନ କାର୍ଡ (ଏହା କେବଳ ସରକାରୀ କଲ୍ୟାଣ ଯୋଜନାରେ ଅନ୍ତର୍ଭକ୍ତ ହେବାର ପ୍ରମାଣ), ଜନ୍ମ ପ୍ରମାଣପତ୍ର (ଏହା ଜନ୍ମ ପ୍ରମାଣିତ କରେ ପ୍ରତି କ୍ଷେତ୍ରରେ ନାଗରିକତାର ଚୂଡାନ୍ତ ଉତ୍ତର ନ ହୋଇପାରେ) । ନାଗରିକତା ପ୍ରମାଣପତ୍ର ସାମଗ୍ରିକ ଦୃଷ୍ଟିକୋଣ ଭାବେ ପ୍ରମାଣ ଭାବେ ବିବେଚନା କରାଯାଇପାରେ । ନାଗରିକତା ଆଇନ ଅନୁଯାୟୀ ପ୍ରଦାନ କରାଯାଇଥିବା ଏହି ପ୍ରମାଣପତ୍ର କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ପଞ୍ଜୀକରଣ ମାଧ୍ୟମରେ ନାଗରିକତା ହାସଲ କରିଛନ୍ତି । ଜନ୍ମଗତ ନାଗରିକତା ହାସଲ କରିଥିବା ଅଧିକାଂଶ ଭାରତୀୟ ପାଖରେ ଏହା ନାହିଁ ।