ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ

Published By : Harapriya Sethi | January 12, 2025 11:39 AM

ଭୁବନେଶ୍ୱର,୧୨/୦୧: ଏଣିକି ପ୍ରତିମାସରେ ହେବ ପଥ ଉତ୍ସବ । କେବଳ ବର୍ଷା ମାସକୁ ଛାଡି ଦେଲେ ବର୍ଷକୁ ୧୨ ଥର ପଥ ଉତ୍ସବ କରିବାକୁ ଲକ୍ଷ ରଖିଛି ନଗର ଉନ୍ନୟନ ବିଭାଗ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପଥ ଉତ୍ସବରେ ଲୋକଙ୍କ ଉତ୍ସାହ ଓ ଭିଡ଼କୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ରବିବାର ଦ୍ୱିତୀୟ ପଥ ଉତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ଜାଗମରା ନୂଆ ରୋଡରେ ଅନୁଷ୍ଠିତ ପଥ ଉତ୍ସବରେ ଉତ୍ସାହ ସହ ସାମିଲ ହୋଇଛନ୍ତି ରାଜଧାନୀ ବାସିନ୍ଦା । ଏଠାରେ ଲାଗିଥିବା ବିଭିନ୍ନ ଷ୍ଟେଜ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି । ପିଲାଙ୍କ ପାଇଁ ସ୍ୱତନ୍ତ୍ର ଗେମ୍‌ ଜୋନ ଓ ବିଭିନ୍ନ ଆକ୍ଟିଭିଟି ଯେପରିକି ଟାଲେଣ୍ଟ ହଣ୍ଟ, ପେଣ୍ଟିଂ, କ୍ରାଫ୍ଟ, ବ୍ୟବସ୍ଥା କରାଯାଇଛି । ଏହା ଛଡ଼ା ଜୋକର୍‌, ଷଣ୍ଢ, ବାଘ ନୃତ୍ୟ ଓ ଶଙ୍ଖ ଫୁଙ୍କା ସହ ପାରମ୍ପରିକ ଢୋଲ ବାଦ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି । ମୁଖ୍ୟ ଷ୍ଟେଜ୍‌ରେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ଅସୀମା ପଣ୍ଡାଙ୍କ ଗୀତରେ ଝୁମିଥିଲେ ରାଜଧାନୀ ବାସୀ । ଶୀତୁଆ ସକାଳକୁ ଗୀତର ନାଚର ଗରମ ଲୋକଙ୍କୁ ବେଶ ଉତ୍ସାହିତ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.