ପ୍ରମୂଖ ଖବର
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ରାସ୍ତାରେ ଆମ୍ବୁଲାନ୍ସ ପମ୍ପଚର, ଘଣ୍ଟାଏ ଅଟକିଲେ ରୋଗୀ

Published By : Suraj Kumar | July 28, 2025 11:19 PM

 କୋଣାର୍କ,୨୮।୭(ଆପ୍ର) : ରୋଗୀକୁ ଡାକ୍ତରଖାନା ନେବା ବେଳେ ଆମ୍ବୁଲାନ୍ସ ପମ୍ପଚର। ରାସ୍ତାରେ ଏକ ଘଣ୍ଟା ଧରି ଅଟକି ରହିଲା ଆମ୍ବୁଲାନ୍ସ।  କୋଣାର୍କ ନିକଟସ୍ଥ ଇନ୍ଦିରା ବଜାରରେ ଏହା ଦେଖିବାକୁ ମିଳିଛି। ।  ଆମ୍ବୁଲାନ୍ସ ପମ୍ପଚର ମାରିବା ପରେ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଲେ ରୋଗୀ। 

ସୋମବାର ଅପରାହ୍ନରେ ଅସ୍ତରଂଗ ଥାନା କଣ୍ଟାପଡା ବାମଦେଇପୁର ଗ୍ରାମର ଜାନକୀ ଦାସଙ୍କ ପତ୍ନୀ ଝରଣା ଦାସ ଫିନାଇଲ ପିଇ ଗୁରୁତର ହୋଇଥିଲେ। ଅସ୍ତରଂଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁରୀ ସ୍ଥାନାନ୍ତରିତ କରାଯାଇଥିଲା।ସ୍ଥାନାନ୍ତରିତ କରୁଥିବା ୧୦୮ ଆମ୍ବୁଲାନ୍ସଟି କୋଣାର୍କ କାକଟପୁର ରାସ୍ତା ଇନ୍ଦିରା ବଜାର ନିଜଟରେ ପମ୍ପଚର ହୋଇଯାଇଥିଲା। ଆମ୍ବୁଲାନ୍ସ ଡ୍ରାଇଭର ଆଉ କୌଣସି ବିଜଳ୍ପ ନପାଇ ସ୍ଥାନୀୟ ଏକ ଦୋକାନୀଙ୍କ ସହଯୋଗରେ ଚକା ପମ୍ପଚର ମାରିଥିଲେ । ଏକ ଘଣ୍ଟାଧରି ଆମ୍ବୁଲାନ୍ସଟି ଗୁରୁତର ରୋଗୀଙ୍କୁ ଧରି ଅଟକ ରହିବା ପରେ ପୁରୀ ଯାଇଥିଲା । ରୋଗୀଙ୍କ ସମ୍ପର୍କୀୟ ଏହି ଘଟଣାର ଭିଡିଓ ଉତ୍ତୋଳନ କରି ଯଦି ରୋଗୀର କିଛି ହୁଏ କିଏ ଦାୟୀ ରହିବ ବୋଲି କହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.