ନୂଆଦିଲ୍ଲୀ - ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କ ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ , ଗିରଫ ଯୁବକଙ୍କୁ ପାଟନା ହାଇକୋର୍ଟରୁ ମିଳିଲା ଜାମିନ। ପାଖାପାଖି ପାଞ୍ଚ ମାସରୁ ଅଧିକ ସମୟ ଯାଏ ଜେଲରେ ରହିବା ପରେ ଏବେ ଯୁବକଙ୍କ ମୁକ୍ତିର ରାସ୍ତା ସ୍ପଷ୍ଟ ହୋଇ ଯାଇଛି ଏବଂ ତାଙ୍କର ଜେଲରୁ ବାହାରିବାର ସମ୍ଭାବନା କରାଯାଉଛି।
ଏହି ମାମଲା ୨୭ ଅଗଷ୍ଟରେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ବେଳେ ସାମ୍ନାକୁ ଆସିଥିଲା। ଅଭିଯୋଗ ଯେ, ଦରଭଙ୍ଗାରେ ଆୟୋଜିକ କାର୍ଯ୍ୟକ୍ରମ ବେଳେ ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଆଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରାଯାଇ ଥିଲା। ଏହି ଘଟଣା ପରେ ବିହାରର ରାଜନୀତି ଖୁବ୍ ସରଗରମ ହୋଇ ଉଠି ଥିଲା। ଘଟଣାର ବିରୋଧରେ ବିହାର ବନ୍ଦର ଆହ୍ୱାନ କରାଯାଇ ଥିଲା ଏବଂ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇ ଥିଲା।
ପାଟନାରେ ଏହି ମାମଲାକୁ ନେଇ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ତେଜିତ ସ୍ଥିତି ଉପୁଜି ଥିଲା। କୁହାଯାଇ ଥିଲା ଯେ, ବିଜେପି କାର୍ଯ୍ୟକର୍ତ୍ତା କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ, ସେଠାରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଲାଠି-ଠେଙ୍ଗା ମାଡ଼ ଓ ଇଟା ପଥର ଫିଙ୍ଗା ଯିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ହିଂସାକାଣ୍ଡରେ ଅନେକ ଗାଡ଼ିକୁ ଭଙ୍ଗାରୁଜା କରାଯାଇ ଥିଲା। ଯେଉଁଥିରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜିତ ମାହୋଲ ଉପୁଜି ଥିଲା।
ଘଟଣାର ୭ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ , କଂଗ୍ରେସର ମଞ୍ଚରୁ ତାଙ୍କ ମାଆଙ୍କ ପ୍ରତି ଅଶୋଭନୀୟ ଶବ୍ଦ କୁହାଯାଇଛି, ଯାହା କେବଳ ତାଙ୍କ ମାଆଙ୍କ ପ୍ରତି ନୁହେଁ , ବରଂ ପୂରା ଦେଶର ମାଆ –ଭଉଣୀ ଓ ଝିଅଙ୍କ ପ୍ରତି ଅପମାନ।
ଆହୁରି ମଧ୍ୟ ପଢନ୍ତୁ : ସେଲିନା ଜେଟଲୀ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ବିବାଦ , ୟୁଏଇରେ ଜେଲରେ ଥିବା ବିକ୍ରାନ୍ତଙ୍କୁ ନେଇ ହାଇକୋର୍ଟ କହିଲେ -