ନୂଆଦିଲ୍ଲୀ,୧୬।୧: ପାଟନା ହାଇକୋର୍ଟରୁ ପ୍ରଶାନ୍ତ କିଶୋରଙ୍କୁ ଝଟକା। ହାଇକୋର୍ଟ ବିପିଏସ୍ସି ପରୀକ୍ଷା ଫଳାଫଳ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଛାତ୍ରଙ୍କ ପ୍ରଦର୍ଶନ ଭିତରେ ପ୍ରଶାନ୍ତ କିଶୋର ପାଟନା ହାଇକୋର୍ଟରେ ଆବେଦନ ଦାଖଲ କରି ଫଳଫଳ ଜାରି କରିବା ଉପରେ ରୋକ ଲଗାଇବାର ଅପିଲ କରିଥିଲେ। ବିହାର ଲୋକ ସେବା ଆୟୋଗ(ବିଏପିଏସ୍ସି)ର ୭୦ ତମ ପ୍ରାରମ୍ଭିକ ପରୀକ୍ଷା ବିରୋଧରେ ଦାଖଲ ଆବେଦନ ଉପରେ ଆଜି ପାଟନା ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଆବେଦନକାରୀ ଓ ବିପିଏସ୍ସିର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅନ୍ତରୀଣ ନିର୍ଦେଶ ପାସ୍ କରିଥିଲେ। କୋର୍ଟ ଆବେଦନ ଦାଖଲ କରିଥିବା ଲୋକଙ୍କୁ କୌଣସି ପ୍ରକାର ଆଶ୍ବସ୍ଥି ଦେବାକୁ ମନା କରିଛନ୍ତି।
ହାଇକୋର୍ଟ ୟୁପିଏସ୍ସିକୁ କହିଛନ୍ତି, ୩୦ ଜାନୁଆରୀ ପର୍ଯ୍ୟନ୍ତ ପିଟିସରଙ୍କ ଯେଉଁ ଅଭିଯୋଗରହିଛି, ତା ବିରୋଧରେ କାଉଣ୍ଟର ଆଫିଡେଭିଟ୍ ଫାଇଲ କରନ୍ତୁ। କାଉଣ୍ଟର ସରକାର ଓ କମିଶନକୁ ଫାଇଲ କରିବାକୁ ହେବ। ତେବେ ବର୍ତ୍ତମାନ ପରୀକ୍ଷା ଫଳ ଉପରେ କୌଣସି ପ୍ରକାର ରୋକ ଲଗାଯାଇ ନାହିଁ।
ସେପଟେ ସୁରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋର ବହୁ ଦିନ ପରେ ଆଜି ନିଜର ଅନଶନ ଭାଙ୍ଗି ଦେଇଛନ୍ତି। ଅନଶନ ଭାଙ୍ଗିବା ପୂର୍ବରୁ ସେ ଗଙ୍ଗାନଦୀରେ ବୁଡ ପକାଇଥିଲେ। ଏହାପରେ କରିଥିଲେ ଯଜ୍ଞ। ପରେ ଜୁସ୍ ପିଇ ସେ ନିଜର ଅନଶନ ଶେଷ କରିଥିଲେ। ପ୍ରଶାନ୍ତ କିଶୋର ଏହି ଅନଶନ ଜରିଆରେ ବିପିଏସ୍ସି ଛାତ୍ରଙ୍କ ଦାବିକୁ ନେଇ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାର ଚେଷ୍ଟା କରିଥିଲେ।ଏହା ଭିତରେ ବିପିଏସ୍ସିର ଛାତ୍ର ପ୍ରତିନିଧିମଣ୍ଡଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।
୨୬ ଜାନୁଆରୀ ପୂର୍ବରୁ ଜୋର ଧରିଲା କୃଷକ ଆନ୍ଦୋଳନ, ପଦଯାତ୍ରାରେ ଦିଲ୍ଲୀ ଆସିବା ନେଇ ଘୋଷଣା