ଛତ୍ରପୁର,୧୬।୧୧ :  ରାଜ୍ୟ ପାଇଁ ଗୌରବ ଆଣିଲା ଗଞ୍ଜାମ ଜିଲ୍ଲାର ପାଟପୁର ଥାନା । ୨୦୨୪ ମସିହାରେ ଦେଶର ଶ୍ରେଷ୍ଠ ତିନୋଟି ଥାନା ଚୟନ କରାଯାଇଥିବା ବେଳେ ପାଟପୁର ଥାନା ଦେଶରେ ଏକ ନମ୍ବର ସ୍ଥାନ ପାଇଛି ।ପାଟପୁର ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିବ ଗୃହ ମନ୍ତ୍ରାଳୟ। 

ଏହା ଗଞ୍ଜାମ ଜିଲ୍ଲା ପୁଲିସ ପାଇଁ ସୌଭାଗ୍ୟ ଏବଂ ଗୌରବର ବିଷୟ ବୋଲି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, କହିଛନ୍ତି।  ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ ବଳରେ ଏଭଳି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଏସ ପି କହିଛନ୍ତି। ପାଟପୁର ଥାନା ଜିଲ୍ଲାର ଅନ୍ୟ ଥାନା ଗୁଡିକ ପାଇଁ ଅନୁପ୍ରାଣିତ ହେବ ବୋଲି କହିଛନ୍ତି।