ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ପାତ୍ରପଡ଼ାରେ ହିଟ୍‌ ଆଣ୍ଡ ରନ୍‌ ମାମଲା: ୪ ଜଣ ଗିରଫ ହେଲେଣି, ସୋମନାଥଙ୍କ ମିଳୁନି ପତ୍ତା

Published By : Manoj | August 25, 2025 10:28 AM

ଭୁବନେଶ୍ୱର,୨୫/୦୮: ପାତ୍ରପଡ଼ାରେ ହିଟ୍‌  ଆଣ୍ଡ ରନ୍‌ ମାମଲାରେ ମାନସ ରାଉଳ ନାମକ ପୁଲିସ ଡ୍ରାଇଭରଙ୍କ ପରିବାର ଉଜାଡ଼ିଗଲା । ଏନ୍‌ଏଚ୍‌ରେ  ୨ କାର ରେସିଂରୁ ତାଙ୍କ ସ୍ତ୍ରୀ ରେବତୀ ରାଉଳ ଓ  ଝିଅ ରେଶ୍‌ମାଙ୍କ ମୃତ୍ୟୁ ଘଟିଲା । ଏହି ଛାତିଥରା  ଦୁର୍ଘଟଣାକୁ ୨ ସପ୍ତାହ ବିତିଲାଣି । ତଥାପି ପୁଲିସ ମଣିଷମରା କାର ଚାଳକଙ୍କୁ ଧରିପାରିଲାନି । ସେପଟେ ପୁଲିସ ସହ ଲୁଚକାଳି ଖୋଳୁଥିବା ଅଭିଯୁକ୍ତ ଏବେ ହାଇକୋର୍ଟରୁ ଅଗ୍ରୀମ ଜାମିନ୍‌ ଅପେକ୍ଷାରେ ଅଛି ।   

ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଥିଲା । ଫୁଲେଶ୍ୱରୀ ବସ୍ତିବାସିନ୍ଦା ଲଗାତାର ୨ଥର ଏନ୍‌ଏଚ୍‌ ଅବରୋଧ କରିଥିଲେ ।  ମାନସ ମଧ୍ୟ କାନ୍ଦି କାନ୍ଦି ଡିସିପି ଜଗମୋହନ ମୀନାଙ୍କୁ ନ୍ୟାୟ ମାଗିଥିଲେ । କର୍ତ୍ତବ୍ୟରେ ବ୍ୟସ୍ତ  ରହି ପରିବାରକୁ ସମୟ ଦେଇନପାରିବାରୁ ଏଭଳି  ଅଘଟଣ ଘଟିଗଲା ବୋଲି କହିଥିଲେ । ପୁଲିସ ଏହି  ଘଟଣାରେ ୪ଜଣଙ୍କୁ ଗିରଫ କଲାଣି । ସ୍କର୍ପିଓରେ  ଥିବା ଅଙ୍କିତ ସ ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ଗିରଫ  କରିଥିବା ବେଳେ ଗତକାଲି ସୋହମରାଜ ତ୍ରିପାଠୀ  ଓ ରୋହନ ରାଉତଙ୍କୁ ବାନ୍ଧିଛି । ପୁଲିସର ତଦନ୍ତ ଓ  ଅଭିଯୁକ୍ତମାନଙ୍କୁ ପଚରାଉଚରାରୁ ଜଣାପଡି଼ଛି ଯେ  ଘଟଣାଦିନ ସେମାନେ ପଟିଆରୁ ଜଟଣୀକୁ ବୁଲିବାକୁ  ଯାଉଥିଲେ । ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ  ଏନ୍‌ଏଚ୍‌ରେ ରେସିଂ କରୁଥିଲେ । ଥାର୍‌ ମାଲିକ  ସୋମନାଥ ବେହେରା ଦ୍ରୁତଗତିରେ ଗାଡି଼ ଚଳାଇ  ଏହି ଦୁର୍ଘଟଣା ଘଟାଇଛନ୍ତି ।   

ଅନ୍ୟପଟେ ସୋମନାଥ ଅଗ୍ରୀମ ଜାମିନ୍‌  ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା  ୨୬ ତାରିଖରେ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଛି ।  ସୋହମରାଜ, ରୋହନ ଦୁର୍ଘଟଣା ପରେ ମନାଲି ଓ  ହରିୟାଣା ବୁଲିବାକୁ ପଳାଇଥିଲେ ବୋଲି ପୁଲିସ  ଜାଣିବାକୁ ପାଇଛି । ପୁଲିସ ବିଶେଷସୂତ୍ରରୁ ଜାଣିବାକୁ  ପାଇଛି, ସମାନ ଢ଼ଙ୍ଗରେ ସୋମନାଥ ଥାର୍‌କୁ ଜଟଣୀ  କୁସୁମାଟିରେ ରଖି ରାଜ୍ୟ ସୀମା ଡେଇଁଥିଲେ । ଏକାଧିକ ସହର ବୁଲି ସାରିଥିବା ବେଳେ ଏବେ  କେରଳରେ ଲୁଚିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.