ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଭାଙ୍ଗିରୁଜି ନଦୀ ଗର୍ଭରେ ଲୀନ ହେବାକୁ ବସିଛି ପାଟେନ ଡ୍ୟାମ, ସମସ୍ୟାରେ ଚାଷୀ

Published By : Suraj Kumar | January 28, 2025 9:05 PM

ଚନ୍ଦାହାଣ୍ଡି ,୨୮।୧  : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ପାଟଖଲିଆ ପଞ୍ଚାୟତ ସଦରର ଚାଷୀଙ୍କ ଜମିରେ ଜଳସେଚନ କରିବା ସକାଶେ ୮୦ ଦଶକରେ ପାଟେନ ନଦୀରେ  ଚେକ ଡ୍ୟାମ  ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ଏହା ସମ୍ପୂର୍ଣ ଭାଙ୍ଗି ଯାଇଥିବା ସହ  ପାଟେନ ନଦୀ ଗର୍ଭରେ ଲୀନ ହେବାକୁ ବସିଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ  ନ ଥିବାରୁ ଚା‌ଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 

୧୯୮୯ ମସିହାରେ  ତତକାଳିନ ପାଟଖଲିଆ ସରପଞ୍ଚ  ସ୍ବର୍ଗତ ପଦ୍ମନ ପୂଜାରୀ ପାଟଖଲିଆ  ଚାଷୀଙ୍କ  ଜମିରେ ଜଳସେଚନ କରିବା  ଲକ୍ଷ୍ୟ ରଖି ପାଟେନ ନଦୀରେ ବ୍ଲକ ପ୍ରଶାସନ ଦ୍ୱାରା ଏକ ଚେକ ଡ୍ୟାମ ନିର୍ମାଣ  କରିଥିଲେ। ଏଥିସହ ଚାଷୀଙ୍କ ଜମିକୁ ଜଳସେଚନ କରିବା ସକାଶେ କେନାଲ ଖୋଲା ଯାଇଥିଲା l  ଏହା ଦ୍ୱାରା ଚାଷୀମାନେ  ଖରିଫ ଋତୁରେ ଜମିରେ ଜଳସେଚନ କରି  ଭଲ ଫସଲ ଉତ୍ପାଦନ କରୁଥିଲେ। ଏଥି ସହ  ରବି ଧାନ ଚାଷ ସହ ପନି ପରିବା ଚାଷ କରି ବେଶ ଉପକୃତ ହୋଇ ପାରୁ ଥିଲେ l ଏହାର ମରାମତି ଅଭାବରୁ ଚେକ ଡ୍ୟାମର କାନ୍ଥ ଫାଟିବା ସହ  ଏହା ନଦୀର ବନ୍ୟା ପାଣିର ପଙ୍କ କାଦୁଅରେ ପୋତି ହୋଇଯାଇଛି l ବର୍ତ୍ତମାନ ଏହାର କାନ୍ଥ ଭାଙ୍ଗି ଦୁଇ ଫାଳ ହୋଇଯାଇଛି।  ଏଥି ସହ  ଜମିକୁ ଜଳସେଚନ ପାଇଁ ଖୋଲା ଯାଇ ଥିବା କେନାଲ ପୋତି ହେବା ସହ ବିଲୁଆ, କୁକୁରଙ୍କ ଆଶ୍ରୟ ସ୍ଥଳୀ ପାଲଟି ଯାଇଛି l

ଏହାକୁ ମରାମତି ପାଇଁ ତତକାଳିନ ବିଧାୟକ ପ୍ରକାଶ ମାଝି , ସାଂସଦ ରମେଶ ଚନ୍ଦ୍ର ମାଝି ଙ୍କୁ ଚାଷୀ ଅବଗତ  କରିଥିଲେ। ଏଥିସହ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଚାଷୀମାନେ ୯ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା  ଚାଷୀ ମାନେ ପ୍ରକାଶ କରିଛନ୍ତି l  ଏପରିକି ବର୍ତ୍ତମାନର  ଝରିଗାଁ ବିଧାୟକ ନର୍ସିଙ୍ଗ ଭତ୍ରା, ଏବଂ ନବରଙ୍ଗପୁର ସାଂସଦ ବଲଭଦ୍ର ମାଝି ଙ୍କ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀ ଧନୀ ରାମ ନାଗ, ତିଳ ପୋର୍ଟି, ଅଞ୍ଚଳ ପୋର୍ଟି, ଘଂସୁ ପୋର୍ଟି ପ୍ରମୁଖ ଚାଷୀ ଦାବୀ କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.