ମୁମ୍ୱାଇ,୨୭/୦୯: ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ଫିଲ୍ମ "ଦେ କଲ ହିମ୍ ଓଜି" ଗତ ୨୫ ତାରିଖରେ ରିଲିଜ୍ ହୋଇଥିଲା । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଫିଲ୍ମ ରିଲିଜର ପ୍ରଥମ ଦିନରେ ଲୋକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରି ରେକର୍ଡ ସୃଷ୍ଟି କରିଥିଲା । ବର୍ତ୍ତମାନ ଦ୍ୱିତୀୟ ଦିନରେ ବି ଫିଲ୍ମକୁ ନେଇ କ୍ରେଜ ବଢିଛି । ଫିଲ୍ମ ମାତ୍ର ଦୁଇ ଦିନ ମଧ୍ୟରେ ୧୦୦ କୋଟି ପାର୍ କରି ସଫଳତା ହାସଲ କରିଛି । 

 'ଦେ କଲ୍ ହିମ୍ ଓଜି' ଦ୍ୱିତୀୟ ଦିନ, ଶୁକ୍ରବାର ରେ ଆୟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା। ସାକନିକଙ୍କ ଅନୁସାରେ, ଫିଲ୍ମଟି ଦ୍ୱିତୀୟ ଦିନରେ ଭାରତରେ ୧୯.୨୫ କୋଟି ଟଙ୍କା ମୋଟ୍ କଲେକ୍ସନ କରିଛି । ହ୍ରାସ ସତ୍ତ୍ୱେ, ଫିଲ୍ମଟି ମୁକ୍ତିଲାଭର ମାତ୍ର ଦୁଇ ଦିନ ମଧ୍ୟରେ ୧୦୦କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି କରିଛି, ଯାହା ସହ ଭାରତରେ ଏହାର ମୋଟ ଆୟ ବର୍ତ୍ତମାନ ୧୦୪ କୋଟି ଟଙ୍କାରେ ପହଞ୍ଚିଛି । ଏହିପରି ଏହି ଫିଲ୍ମ ସର୍ବାଧିକ ଆୟ କରିଥିବା ତେଲୁଗୁ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଛି । ସେହିପରି ପ୍ରଥମ ଦିନରେ, 'ଦେ କଲ ହିମ୍ ଓଜି' ସାରା ବିଶ୍ୱରେ ୧୪୪ କୋଟି ଟଙ୍କା ରୋଜଗାର କରିଥିଲା  । ସେହିପରି ଜଣେ ଟ୍ରେଡ ଆନାଲିଷ୍ଟ ଏକ୍ସରେ ଏକ ପୋଷ୍ଟରେ ଓଜିର ବିଶ୍ୱ ବକ୍ସ ଅଫିସ କଲେକ୍ସନ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ଓଜି ପ୍ରଥମ ଦିନ ୧୫୪ କୋଟି ଆୟ କରିଛି । 

ପ୍ରକାଶ ଥାଉକି, 'ଓଜି' ବିଷୟରେ କହିବାକୁ ଗଲେ, ଏଥିରେ ବଲିଉଡ ଅଭିନେତା ଇମ୍ରାନ ହାସମୀ ତେଲୁଗୁରେ ଡେବ୍ୟୁ କରିଛନ୍ତି । ଫିଲ୍ମରେ ଅଭିନେତା ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଏଥିସହ ସେ ସାଉଥ୍‌ର ପାଓ୍ବର ଷ୍ଟାର ପୱନ କଲ୍ୟାଣଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ପୱନ କଲ୍ୟାଣ ଏହି ଚଳଚ୍ଚିତ୍ରରେ ଓଜସ୍‌ ନାମକ ଜଣେ ଗ୍ୟାଙ୍ଗଷ୍ଟରର ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଜିତ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରରେ ପୱନ କଲ୍ୟାଣଙ୍କ ସହ ପ୍ରିୟଙ୍କା ଅରୁଲମୋହନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।