ନ୍ୟୁ ଚଣ୍ଡିଗଡ଼ - IPL 2026 ର ଚତୁର୍ଥ ମ୍ୟାଚ୍ର ମୁକାବିଲା ଆଜି (ମଙ୍ଗଳବାର) ପଞ୍ଜାବ କିଙ୍ଗସ୍ (PBKS) ବଂ ଗୁଜରାଟ ଟାଇଟାନ୍ସ (GT) ମଧ୍ୟରେ ଅନୁଷ୍ଠିତ ହେଇଛି। ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଛି। ପଞ୍ଜାବର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଶୁଭମନ ଗିଲଙ୍କ ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରୁଛି । ଉଭୟ ଦଳ ବହୁତ ସନ୍ତୁଳିତ ଏବଂ ଶକ୍ତିଶାଳୀ। ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ଦୁଇ ଭାରତୀୟ ସୁପରଷ୍ଟାର, ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟର ଦଳର ଅଧିନାୟକ । ଗୋଟେ ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ଗୁଜୁରାଟ ଟାଇଟାନ୍ସ, ପାଖରେ ଖେଳକୁ ନିୟନ୍ତ୍ରଣ କରିବାର ଅଦ୍ଭୁତ କ୍ଷମତା ରହିଥିବା ବେଳେ ଗିଲଙ୍କ ଦଳରେ ଜସ୍ ବଟଲର୍, ରସିଦ୍ ଖାନ ଏବଂ ମହମ୍ମଦ ସିରାଜଙ୍କ ଭଳି ଶକ୍ତିଶାଳୀ ଖେଳାଳି ଅଛନ୍ତି, ଯେଉଁମାନେ ଯେକୌଣସି ମୁହୂର୍ତ୍ତରେ ମ୍ୟାଚ୍ର ଗତି ବଦଳାଇ ପାରିବେ। ଅନ୍ୟପଟେ, ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗସ ସେମାନଙ୍କ ଘରୋଇ ପରିସ୍ଥିତିର ଫାଇଦା ଉଠାଇବାକୁ ପ୍ରସ୍ତୁତ। ଅର୍ଶଦୀପ ସିଂହଙ୍କ ତୀକ୍ଷ୍ଣ ବୋଲିଂ ଏବଂ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ଙ୍କ ଶକ୍ତି ପଞ୍ଜାବ ଦଳକୁ ବହୁତ ସନ୍ତୁଳିତ କରିବ।
ପଞ୍ଜାବ କିଙ୍ଗସ୍ ( ପ୍ଲେଇଂ ଇଲେଭେନ) : ପ୍ରଭସୀମରନ ସିଂ (ୱିକେଟ୍ କିପର), କପୁର୍ କନୋଲି, ଶ୍ରେୟସ୍ ଆୟର୍ (ଅଧିନାୟକ), ନେହାଲ୍ ୱାଡେରା, ଶଶାଙ୍କ ସିଂହ, ମାର୍କସ୍ ଷ୍ଟୋନିସ୍, ମାର୍କୋ ଜାନସେନ୍, ଜାଭିୟର୍ ବାର୍ଟଲେଟ୍, ବିଜୟକୁମାର ବିଶାକ୍, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ
ଗୁଜୁରାଟ ଟାଇଟାନ୍ସ (ପ୍ଲେଇଂ ଇଲେଭେନ ): ସାଇ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), ଜୋସ୍ ବଟଲର (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଗ୍ଲେନ୍ ଫିଲିପ୍ସ, ଏମ ଶାହାରୁଖ ଖାନ, ରାହୁଲ ତେୱାଟିଆ, ରସିଦ ଖାନ, କାଗିସୋ ରବାଡା, ଅଶୋକ ଶର୍ମା, ମହମ୍ମଦ ସିରାଜ
ଆହୁରି ମଧ୍ୟ ପଢନ୍ତୁ - ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସରେ ପୀୟୂଷ-ରାଇଡୁ କଲେ ରିଆକ୍ଟ , କହିଲେ – ଭାରତୀୟ ଟି-୨୦ ଟିମ୍ରେ ସ୍ଥାନ ପାଇ ପାରନ୍ତି