ନୂଆଦିଲ୍ଲୀ,୧୦।୧୧: ସେୟାର ବଜାରରେ ଆଜିକାଲି ପେନି ଷ୍ଟକ୍ ହଟ୍ ଟପିକ୍ ପାଲଟିଛି। ଏହି ସେୟାର ନିଜର ଜୋରଦାର ପରଫରମାନ୍ସ ଦ୍ବାରା ସମସ୍ତଙ୍କୁ ଚକିତ କରିଛି। କମ୍ପାନୀର ସେୟାରରେଗତ କିଛି ବିଜନେସ୍ ଡେ’ରେ ଲଗାତାର ଅପର ସର୍କିଟ ଲାଗିଥିଲା। ଏହି ସେୟାର ବର୍ତ୍ତମାନ ଭାରତର ସବୁଠାରୁ ମହଙ୍ଗା ସେୟାର ପାଲଟିଛି। କମ୍ପାନୀର ସେୟାର ବିଏସ୍ଇରେ ଗତ ଶୁକ୍ରବାର ୩୩୨୩୯୯.୯୫ ଟଙ୍କାର ରେକର୍ଡ ହାରରେ ପହଁଞ୍ଚି ଯାଇଥିଲା। ଏହା ତା’ର ୫୨ ତମ୍ ଓ୍ବିକ୍ରେ ହାଇ ପ୍ରାଇସ୍ରେ ମଧ୍ୟ ରହିଛି। ଆମେ କଥା ହେଉଛୁ ଯେ, ଏଲସିଡ୍ ଇନଭେଷ୍ଟମେଣ୍ଟର ସେୟାର ବିଷୟରେ। ଉଲ୍ଲେଖନୀୟ ଯେ,ସୋମବାର ୨୯ ଅକ୍ଟୋବରରେ ଷ୍ଟକ୍ର ମୂଲ୍ୟ ବିଷୟରେ ଜାଣିବାକୁ ଏକ ବିଶେଷ କଲ ନିଲାମୀ ଆୟୋଜିତ କରାଯାଇଥିଲା।
ଏଲସିଡ୍ ଇନଭେଷ୍ଟମେଣ୍ଟ ଲିମିଟେଡ୍ର ସେୟାର ଗତ ୨୯ ଅକ୍ଟୋବରରେ ହିଁ ୨,୩୬,୨୫୦ ଟଙ୍କାର ମୂଲ୍ୟରେ ପହଁଞ୍ଚି ଯାଇଥିଲେ। ବିଶେଷ କଲ୍ ନିଲାମୀ ପୂର୍ବରୁ ୨୧ ଜୁନ୍ ୨୦୨୪ରେ ଷ୍ଟକ୍ ବିଏସ୍ଇରେ ୩.୫୩ ଟଙ୍କାରେ ବନ୍ଦ ହୋଇଥିଲା। ଅର୍ଥାତ ଏହି ସମୟରେ ୯୪,୧୬,୩୨୯%ରେ ଚଢି ଯାଇଥିଲା। ଅର୍ଥାତ ଏହି ସମୟରେ ଏଥିରେ କରାଯାଇଥିବା ୧ ହଜାରର ନିବେଶ ୯ କୋଟି ଟଙ୍କା ହୋଇଯାଇଛି।
ଉଲ୍ଲେଖନୀୟ ଯେ, ଏବେ କମ୍ପାନୀ ଚଳିତ ସପ୍ତାହ ଆରମ୍ଭରୁ ବୋର୍ଡ ମେମ୍ବର ବୈଠକ କରିଥିଲେ।ଏଥିରେ ଜୁଲାଇ-ସେପ୍ଟେମ୍ବର ୨୦୨୪ ତ୍ରୟମାସିକ ପରିଣାମ ଉପରେ ବିଚାର ଓ ତାଙ୍କୁ ମଞ୍ଜୁରୀ ଦିଆଯିବ। ଏଲସିଡ୍ ଇନଭେଷ୍ଟମେଣ୍ଟ କହିଛି ଯେ, ଆମେ ଆପଣଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ, ଆମ କମ୍ପାନୀର ନିର୍ଦେଶକ ମଣ୍ଡଳୀଙ୍କ ବୈଠକ ମଙ୍ଗଳବାର ୧୨ ନଭେମ୍ବର ୨୦୨୪କୁ ହେବାର ଅଛି।’ ଏଲସିଡ୍ ଇନଭେଷ୍ଟମେଣ୍ଟ ଲିମିଟେଡ୍ର ସେୟାର ମଙ୍ଗଳବାର ୨୯ ଅକ୍ଟୋବରରେ ବିଏସ୍ଇ ଅର୍ଥାତ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ପୁଣିଥରେ ଲିଷ୍ଔେଡ୍ କରାଯାଇଛି। ସେୟାରର ଲିଷ୍ଟିଂ ମୂଲ୍ୟ ୨,୨୫,୦୦୦ ଥିଲା, କିନ୍ତୁ ଟ୍ରେଡିଂ ପୁଣିଥରେ ୫% ବଢି ୨,୩୬,୨୫୦ ଟଙ୍କାର ସ୍ତରରେ ପହଁଞ୍ଚି ଯାଇଥିଲା। ଏହାପରେ ଏଥିରେ ଲଗାତାର ଅପର ସର୍କିଟ୍ ମଧ୍ୟ ଲାଗିଛି। ଏଥିରେ ଏହି ୌୟାର ବର୍ତ୍ତମାନ ୩୩୨,୩୯୯.୯୫ ଟଙ୍କାରେ ପହଁଞ୍ଚି ଯାଇଛି।