ମେଷ : ଘାତଚନ୍ଦ୍ର, କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ ଯଥାସମ୍ଭବ ବାକ୍ ସଂଯମତା ରକ୍ଷାକରିବେ । ମନରେ ଅସ୍ଥିରତା, ସମସ୍ତ କର୍ମରେ ବିଫଳତା ଏବଂ ମାନସିକ ଅବସାଦ ଗ୍ରସ୍ତ ହେବ । ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ମା’ ବଗଳାମୁଖୀ ।
ବୃଷ : ଦ୍ୱାଦଶ ଚନ୍ଦ୍ର, ଶୁକ୍ରବାର ଓ ସକାଳ ୬ଟା ୨୮ ମିନିଟ୍ ପରେ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିôବାରୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥବବା ଧନ ଫେରିପାଇବେ । କୌଣସି ଆର୍ଥିକ ସଂସ୍ଥାରେ ଧନର ବିନିଯୋଗ କରିବେ ଏବଂ ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ ।
ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀରାମ ।
ମିଥୁନ : ଏକାଦଶ ଚନ୍ଦ୍ର, ଶୁକ୍ରବାର ଭୋଗ ହେଉଥିôବାରୁ କର୍ମରେ ଉନ୍ନତି, କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ରହିବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ଆଜି ଯେକୌଣସି କର୍ମ କରିବେ, ସେଥିରେ ଶତପ୍ରତିଶତ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ୧୨, ଆରାଧନା : ମା’ ଛିନ୍ନମସ୍ତା ।
କର୍କଟ : ଦଶମ ଚନ୍ଦ୍ର ଯୋଗୁ ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ କର୍ମ ନିଯୁକ୍ତିର ଖବର ମିଳିପାରେ । ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଅତୁଟ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମ କୁଶଳତା, କର୍ମତତ୍ପରତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ପୁଷ୍ୟା କର୍କଟ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୫, ଆରାଧନା : ମା’ଭୁବନେଶ୍ୱରୀ ।
ସିଂହ : କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ । ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା, ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ରହିବ ଏବଂ ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ, ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟଠାରୁ ବ୍ୟୟ ଦୁଇଗୁଣ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ପୂର୍ବାଫାଲ୍ଗୁନୀ ସିଂହ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ଭଗବାନ ବିଷ୍ଣୁ ।
କନ୍ୟା : ଅଷ୍ଟମ ଚନ୍ଦ୍ର, ଅତିଗଣ୍ଡ ଯୋଗ ଯୋଗୁ ମନରେ ବିରକ୍ତିଭାବ, ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ି ଯିବ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍ଧାବନ କରିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଚିତ୍ରା କନ୍ୟା, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୮, ଆରାଧନା : ଭଗବାନ ବିଷ୍ଣୁ ।
ତୁଳା : ସପ୍ତମ ଚନ୍ଦ୍ର, ଶୁକ୍ରବାର ଓ ସକାଳ ୬ଟା ୨୮ ମିନିଟ୍ ପରେ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ । ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ସ୍ୱାତୀ ତୁଳା, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଧଳା, ସଂଖ୍ୟା : ୪, ଆରାଧନା : ଭଗବାନ ବିଷ୍ଣୁ ।
ବିଛା : ଷଷ୍ଠ ଚନ୍ଦ୍ର, ଘାତବାର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ରୋଗ, ଋଣ, ଶତ୍ରୁ-ଏଥିରୁ ସାମୟିକ ମୁକ୍ତି ମିଳିବ ଏବଂ ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ । ଯଶ, ସମ୍ମାନ, ମାନସିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧି ପାଇବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ ।
ଧନୁ : କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର, ଘାତବାର, ଘାତତିଥି ଯୋଗୁ ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ଶାରୀରିକ ବିବାଦ ଉଗ୍ରରୂପ ଧାରଣ କରିବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ତାଙ୍କ ଶିକ୍ଷା, ଦୀକ୍ଷା, କର୍ମରେ ବାଧା ଉପୁଜିବ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା ଲୋପ୍ ପାଇବ ଏବଂ ମନ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ପ୍ରଭୁ ଗଜାନନ ।
ମକର : କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର, ଘାତତିଥି, ଶୁକ୍ରବାର ଓ ସକାଳ ୬ଟା ୨୮ ମିନିଟ୍ ପରେ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତତିଥିର ପ୍ରଭାବ ରହିବ ନାହିଁ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ପୁରାତନ ବିବାଦ, ଜମିଜମା ବିବାଦର ସମାଧାନ ହେବ ଏବଂ ମାଲିମକଦ୍ଦମାରେ ବିଜୟ ହାସଲ କରିବେ । ସ୍ୱଜନ, ପରିଜନଙ୍କ ସହଯୋଗ ମିଳିବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟ କର୍ମରେ କୌଣସି ଦୂରସ୍ଥାନକୁ ଯାତ୍ରା କରିବେ । କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।
କୁମ୍ଭ : ତୃତୀୟ ଚନ୍ଦ୍ର, ଶୁକ୍ରବାର ଓ ସକାଳ ୬ଟା ୨୮ ମିନିଟ୍ ପରେ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ, ଲକ୍ଷ୍ମୀଙ୍କର କୃପା, ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ମିଳିବ ଏବଂ ପରିବାରର ସଦସ୍ୟ, ବନ୍ଧୁବାନ୍ଧବଙ୍କ ସହଯୋଗରେ ଉନ୍ନତିମୂଳକ କର୍ମରେ ଅଗ୍ରସର ହେବେ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ନୂତନ କର୍ମାରମ୍ଭର ସୁଯୋଗ ଜୁଟିବ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : କଳା, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।
ମୀନ : କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର, ଘାତବାର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ି ଯିବ । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ଧନକୁ ନେଇ ବିବାଦ, ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ଆର୍ଥିକ ଠକାମିର ଶିକାର ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୯, ଆରାଧନା : ମା’ ମାଣିକେଶ୍ୱରୀ ।
ଜ୍ୟୋତିର୍ବିଦ୍ : କୈଳାସ ଦାଶ
ଯୋଗାଯୋଗ : ୯୪୩୭୧୩୩୪୭୩