ନୂଆଦିଲ୍ଲୀ,୨୭/୧୦: ମେକ୍ସିକୋର  କେନ୍ଦ୍ରୀୟ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟିକୁ ଖସିଲା ଯାତ୍ରୀବାହୀ ବସ୍। ଫଳରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।  ତେବେ ଖବର ପାଇ ଘଟଣାସ୍ଥଳରେ  ରେସକ୍ୟୁ ଟିମ୍  ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିରଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । 

ତେବେ ଜକାଟେକସ୍ ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ଗତକାଲି ଅର୍ଥାତ ଶନିବାର ଏହି ଦୁର୍ଘଟଣା ଘଟିଛି । ମେକ୍ସିକୋର କେନ୍ଦ୍ରୀୟ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଯାଉଥିବା ସମୟରେ ପଛରୁ ଏକ ମକ୍କା ଭର୍ତ୍ତି ଟ୍ରାକ୍ଟର ଧକ୍କା ଦେଇଥିଲା । ଫଳରେ ବସ୍‌‌ଟି ଭାରସାମ୍ୟ ହରାଇ ଘାଟିକୁ ଖସିପଡ଼ିଥିଲା । ଏନେଇ ଖବର ପାଇ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୫ଗୁରୁତରଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ  ମୋଟ୍ ୨୪ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ବସ୍ ଚିହୁହୁଆ ରାଜ୍ୟର ସୀମାନ୍ତ ସହର ସିଉଡାଡ୍ ଜୁଆରେଜ୍ ଅଭିମୁଖେ ଯାଉଥିଲା। ଯଦିଓ ପୀଡିତଙ୍କ ମଧ୍ୟରେ ପ୍ରବାସୀ ଅଛନ୍ତି କି ନାହିଁ ଏନେଇ କୌଣସି ସୂଚନା ମିଳିନି ।