ସାଲେପୁର,୨୮/୦୧: ଗାଁଠାରୁ ସହର ସଂଯୋଗ ହେଲେ ଗ୍ରାମାଞ୍ଚଳ ବିକାଶ ହେବ । ଏହି ମୂଳମନ୍ତ୍ର ନେଇ ଆରମ୍ଭ ହୋଇଛି କେନ୍ଦ୍ରର ପ୍ରଧାନମନ୍ତ୍ରୀ ସଡକ ଯୋଜନା । ହେଲେ ଏବେ ବି ଏହି ଯୋଜନା ଗ୍ରାମାଞ୍ଚଳରେ ଅପହଞ୍ଚ । ଏହି ଯୋଜନାରେ ପକ୍କା ରାସ୍ତା କରାଯାଉଥିବା ବେଳେ କିନ୍ତୁ କଟକ ଜିଲ୍ଲା ସାଲେପୁର  ସୌରୀ ମହନାପୁର ଭାୟା ରାମକୃଷ୍ଣପୁର ଗାଁ ଓଲଟା ରୂପ ଦେଖିବାକୁ ମିଳିଛି । କିଛିଦିନ ତଳେ ରାସ୍ତା କାମ ହୋଇଥିବା ବେଳେ ବର୍ତ୍ତମାନ ରାସ୍ତାର ପିଚୁ ଫାଟି ଆଁ କଲାଣି । ଏହି ସଡ଼କ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାସ୍ତା କାମକୁ ବନ୍ଦ କରିଛନ୍ତି ଗ୍ରାମବାସୀ ।


ସେହିପରି ନିମ୍ନମାନର କାମକୁ ନେଇ ଗ୍ରାମବାସୀ ଅଧିକାରୀ ଓ ଠିକାଦାରକୁ ଘେରିବା ସହ ଗାଡିକୁ ଅଟକାଇ  ବିଚ୍ ରାସ୍ତାରେ ସେମାନଙ୍କୁ ଚଳାଇ ଚଳାଇ ନେଇଛନ୍ତି । ହେଲେ ଏହାକୁ ସବୁ ଦେଖି  ଅଧିକାରୀ ଚୁପ୍। ତେବେ କାହା ଚାପରେ ଚାଲିଛି ଏଭଳି କାମ। ଏନେଇ ସାଧରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଭୂତ ଏହି ରାସ୍ତାର ନବୀକରଣ ପ୍ରଶସ୍ତି କରଣ ପାଇଁ ଅର୍ଥ ମଜୁରୀ ହୋଇ କାମ ଆରମ୍ଭ ହୋଇଥିଲା। ମାତ୍ର କାର୍ଯ୍ୟ ଆରମ୍ଭରୁ ଦୁର୍ନୀତିର  ଗନ୍ଧ ବାରି ହୋଇ ପଡ଼ୁଥିବା ଏହି  ପିଚୁ କାମରୁ ଜଣା ଯାଉଛି । କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା କାର୍ଯ୍ୟ ଅତି ନିମ୍ନ ମାନର ହେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସହ ରାସ୍ତା କାମ ବନ୍ଦ କରିଛନ୍ତି ।  ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ଓ ଠିକାଦାର  ପହଞ୍ଚି ଥିବା ବେଳେ ଗ୍ରାମବାସୀ ମାନେ ଘେରାଉ କରିବା ସହ  ବିଭିନ୍ନ  ପ୍ରଶ୍ନ କରିଥିଲେ ।  ସଠିକ ଭାବେ  ତୁରନ୍ତ କାର୍ଯ୍ୟ  ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ  କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।