ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଭିକାରିଙ୍କୁ ଭିକ ଦେଲେ ଆପଣଙ୍କ ନାଁରେ ରୁଜୁ ହୋଇପାରେ ମାମଲା…

Published By : Prameya | January 23, 2025 6:24 PM

୨୩।୧: ସାଧାରଣତଃ ରାସ୍ତା କଡ଼ରେ ଭିକାରିଟିଏ ଭିକ ମାଗୁଥିବାର ଦେଖିଲେ କିଛି ଲୋକ ସାହାଯ୍ୟ ପାଇଁ ଟଙ୍କା ଦେଇଥାନ୍ତି । କିନ୍ତୁ, ଭିକାରିକୁ ଭିକ ଦେବା ବି ପଡ଼ିପାରେ ମହଙ୍ଗା । ଏଥିପାଇଁ ଆପଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇପାରେ । ମଧ୍ୟପ୍ରଦେଶର ସହର ଇନ୍ଦୋର । ସ୍ୱଚ୍ଛତା ପାଇଁ ଏହି ସହର ସାରା ଦେଶରେ ପରିଚିତ । ବର୍ତ୍ତମାନ ସହରରେ ଥିବା ଭିକାରିଙ୍କ ପାଇଁ କଡ଼ା ପଦକ୍ଷେପ ନେଇଛି ଇନ୍ଦୋର ସରକାର । ଇନ୍ଦୋର ଏଭଳି ପ୍ରଥମ ସହର ଯେଉଁଠାରେ କୌଣସି ଭିକାରିକୁ ଟଙ୍କା ଦେଲେ ଆପଣଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ । ୨୦୨୫ ଜାନୁଆରୀ ୧ରୁ ସହରରେ ଏହି ନୂଆ ନିୟମ ଲାଗୁ ହୋଇଛି । ଇନ୍ଦୋରରେ ଭିକାରିଙ୍କୁ ଟଙ୍କା ଦେବା ବର୍ତ୍ତମାନ ଦଣ୍ଡନୀୟ ଅପରାଧରେ ଅନ୍ତର୍ଭୁକ୍ତ । ଜାନୁଆରୀ ୧ରୁ ପୋଲିସ ଭିକାରିଙ୍କୁ ଟଙ୍କା ଦେଉଥିବା ଲୋକଙ୍କ ବିରୁଦ୍ଧରେ ଏଫ୍‌ଆଇଆର ରୁଜୁ କରିବା ଆରମ୍ଭ କରିଦେଇଛି । 

ତେବେ ଇନ୍ଦୋରରେ ଏଭଳି ନିୟମ କାହିଁକି ଲାଗୁ କରାଯାଇଛି ? କହିରଖୁ କି, ଭାରତରେ ପାଖାପାଖି ୩ ଲକ୍ଷ ଶିଶୁ ରାସ୍ତା କଡ଼ରେ ଭିକ ମାଗୁଛନ୍ତି । ଏଥିମଧ୍ୟରୁ କିଛି ପିଲାଙ୍କୁ ଭିକ ମାଗିବାକୁ ବାଧ୍ୟ କରାଯାଉଛି । ଅନେକ ସହରରେ ଏଭଳି ଗ୍ୟାଙ୍ଗ ମଧ୍ୟ ରହିଛି, ଯେଉଁଠାରେ ଭିକ ମାଗିବା ଏକ ବ୍ୟବସାୟରେ ପାଲଟିଲାଣି । ଏହି ଗ୍ୟାଙ୍ଗ ଗରିବ ଛୋଟପିଲାଙ୍କୁ ଅପହରଣ କରି ଭିକ ମାଗିବା ଲାଗି ବାଧ୍ୟ କରନ୍ତି, ଆଉ ଭିକରେ ମିଳୁଥିବା ଟଙ୍କା ଗ୍ୟାଙ୍ଗ ମେମ୍ୱରମାନେ ସେମାନଙ୍କଠୁ ଛଡ଼େଇ ନେଇଥାନ୍ତି । ଯାହା ପରେ ସରକାର ଏମାନଙ୍କର ଏଭଳି ବ୍ୟବସାୟକୁ ପଣ୍ଡ କରିବା ଲାଗି ଇନ୍ଦୋରରେ ଭିକ ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ସରକାର ଏଭଳି ଅଭିଯାନ ଆରମ୍ଭ କରିଛନ୍ତି । ଇନ୍ଦୋର ଜିଲ୍ଲା ଆଶିଷ ସିଂହ ଭିକାରିଙ୍କୁ ଟଙ୍କା ଦେବାରେ ସମର୍ଥନ ନ କରିବାକୁ ସାଧାରଣ ଲୋକଙ୍କୁ ଅପିଲ୍ କରିଛନ୍ତି । ନିକଟରେ ପୋଲିସ ଛୋଟପିଲାଙ୍କୁ ଏହି କାର୍ଯ୍ୟରେ ବାଧ୍ୟତାମୂଳକ ଭାବେ ନିୟୋଜିତ କରିଥିବା ଗ୍ୟାଙ୍ଗର ଫର୍ଦ୍ଦାଫାସ କରିଥିଲା । ଯାହା ପରେ ଭିକାରିଙ୍କୁ ମୁକ୍ତ କରିବାକୁ ପ୍ରଶାସନ ଏଭଳି ଦୃଢ଼ ପଦକ୍ଷେପ ନେଇଛି । 

ତେବେ ପୂର୍ବରୁ ଇନ୍ଦୋରରେ ଏହି ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ, ୩୧ ଡିସେମ୍ୱର ୨୦୨୪ ପର୍ଯ୍ୟନ୍ତ ଲୋକଙ୍କୁ ଏନେଇ ସଚେତନ କରାଯାଇଥିଲା । ୨୦୨୫ ଜାନୁଆରୀ ପରଠାରୁ ଯେ କୌଣସି ବ୍ୟକ୍ତି ବା ମହିଳା ଇନ୍ଦୋରରେ ଭିକାରିଙ୍କୁ ଟଙ୍କା ଦେଉଥିବା ବେଳେ ଧରାପଡ଼ିଲେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କରାଯାଇଥିଲା । ଏହି ନିୟମ ଭାରତର ସାମାଜିକ ନ୍ୟାୟ ଓ ଅଧିକାରିକ ମନ୍ତ୍ରାଳୟର ଏକ ବ୍ୟୟାପକ ପରିଯୋଜନାରେ ଅନ୍ତର୍ଭୁକ୍ତ । ଏଥିରେ ଭାରତର ୧୦ଟି ସହର ସାମିଲ ରହିଛି, ଯେଉଁଠାରେ ଭିକ ମାଗିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଭିକାରିମାନେ ଭିକ ମାଗିବା ଛାଡ଼ି ରୋଜଗାରର ବିକଳ୍ପ ବାଛି ନିଜ ଜୀବନକୁ ସୁଧାରିବା ସହ ସାମାଜିକ ପରିବର୍ତ୍ତନ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନା ସଫଳ ହେଲେ ଆଗକୁ ସାରା ଭାରତ ବର୍ଷରେ ମଧ୍ୟ ଏହାକୁ ଲାଗି କରାଯିବ ବୋଲି କୁହାଯାଉଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.